26.1 C
Bhubaneswar
Thursday, April 30, 2026
Homeଦେଶ ବିଦେଶଟଙ୍କା ଠକେଇ ମାମଲାରେ ଶିଳ୍ପା ସେଟ୍ଟୀ,ରାଜ କୁନ୍ଦ୍ରାଙ୍କୁ ଲୁକ୍ ଆଉଟ୍ ନୋଟିସ୍ ଜାରି

ଟଙ୍କା ଠକେଇ ମାମଲାରେ ଶିଳ୍ପା ସେଟ୍ଟୀ,ରାଜ କୁନ୍ଦ୍ରାଙ୍କୁ ଲୁକ୍ ଆଉଟ୍ ନୋଟିସ୍ ଜାରି

ନୂଆଦିଲ୍ଲୀ: ୬୦ କୋଟି ଟଙ୍କାର ଠକେଇ ମାମଲାରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ବିରୁଦ୍ଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି । କୋଟି କୋଟି ଟଙ୍କାର ଠକେଇ ମାମଲାରେ ମୁମ୍ବାଇ ପୋଲିସ ଦୁହିଁଙ୍କ ବିରୁଦ୍ଧରେ ଲୁକ୍ ଆଉଟ୍ ସର୍କୁଲାର (LOC) ଜାରି କରିଛି।ସୂଚନା ଅନୁଯାୟୀ, ଦମ୍ପତିଙ୍କ ବାରମ୍ବାର ଆନ୍ତର୍ଜାତୀୟ ଯାତ୍ରା ଯୋଗୁଁ ସହର ପୋଲିସର ଅର୍ଥନୈତିକ ଅପରାଧ ଶାଖା LOC ଜାରି କରିଥିଲା। ଅଗଷ୍ଟ 14, 2025ରେ ଜୁହୁ ପୋଲିସ ଷ୍ଟେସନରେ ଦୁହିଁଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ମୁମ୍ବାଇର ବ୍ୟବସାୟୀ ଦୀପକ କୋଠାରୀ ଶିଳ୍ପା ସେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ବିରୁଦ୍ଧରେ କମ୍ପାନୀକୁ 60.4 କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ସେହି ରାଶି 2015 ରୁ 2023 ମଧ୍ୟରେ ଋଣ ଏବଂ ନିବେଶ ଭାବରେ ପ୍ରଦାନ କରାଯାଇଥିଲା, କିନ୍ତୁ ପରେ ଏହାକୁ ବ୍ୟକ୍ତିଗତ ଆବଶ୍ୟକତା ପାଇଁ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ‘ବେଷ୍ଟ ଡିଲ୍ ଟିଭି ପ୍ରାଇଭେଟ୍ ଲିମିଟେଡ୍’ ଜଡିତ, ଯାହା ଏବେ ବନ୍ଦ ହୋଇଯାଇଛି।ଲୁକଆଉଟ୍ ସର୍କୁଲାର (LOC) ହେଉଛି ଏକ ନୋଟିସ୍ ଯାହା ଦେଶ ଛାଡିବାକୁ ବା ତାଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ବ୍ୟବହାର କରାଯାଏ। ଏହା ଇମିଗ୍ରେସନ ଏବଂ ସୀମା ଅଧିକାରୀମାନଙ୍କୁ ସେହି ବ୍ୟକ୍ତିଙ୍କ ଉପରେ ନଜର ରଖିବାକୁ ସତର୍କ କରାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking