22.1 C
Bhubaneswar
Thursday, January 9, 2025
Homeଦେଶ ବିଦେଶଲଞ୍ଚ ହେଲା ନୋକିଆର ନୂଆ ଟାବଲେଟ, ମିଳିବ ବଡ଼ ଡିସପ୍ଲେ ସହିତ ଉନ୍ନତ ମାନର ବ୍ୟାଟେରୀ...

ଲଞ୍ଚ ହେଲା ନୋକିଆର ନୂଆ ଟାବଲେଟ, ମିଳିବ ବଡ଼ ଡିସପ୍ଲେ ସହିତ ଉନ୍ନତ ମାନର ବ୍ୟାଟେରୀ ସୁବିଧା

ନୂଆଦିଲ୍ଲୀ : ନୋକିଆ କମ୍ପାନୀ ପକ୍ଷରୁ ନୂଆ ଟାବଲେଟ T20 ଲଞ୍ଚ କରାଯାଇଛି ।  ଏହି ଟାବଲେଟକୁ ପ୍ରଥମେ ଚାଇନିଜ ମାର୍କେଟରେ ଲଞ୍ଚ କରାଯଇଛି ।  ଯାହାକୁ ପୂର୍ବ ବର୍ଷ ନଭେମ୍ବର ମାସରେ ଭାରତୀୟ ମାର୍କେଟରେ ଲଞ୍ଚ କରାଯାଇଥିଲା ।  Nokia T20 ଟାବଲେଟକୁ ଅକ୍ଟାକୋର Unisoc T610 ପ୍ରୋସେସର ସହ ଲଞ୍ଚ କରଯାଇଥିବା ଜଣାଯାଇଛି ।  ଏହି ଟାବଲେଟ ଆଣ୍ଡ୍ରଏଡ଼ 11 ସହିତ ଉପଲବ୍ଧ ହୋଇଥାଏ ।  ଏଥିରେ ୮
ମେଗାପିକସଲର ପ୍ରାଇମେରୀ କ୍ୟାମେରା ଦିଆଯାଇଛି ।  Nokia T20ରେ ବଡ ଆକାର ବ୍ୟାଟେରୀ ସହିତ ଫାଷ୍ଟ ଚାରଜିଙ୍ଗର ସପୋର୍ଟ ବି ମିଳିଥାଏ ।  ତେବେ ଆସନ୍ତୁ ଏହି ଟାବଲେଟର ଅନ୍ୟାନ ଫିଚର ବାବଦରେ ଜାଣିରଖିବା ।

ଏହାକୁ ୪ ଜିବି ରାମ ଓ ୬୪ ଜିବି ଷ୍ଟୋରେଜ ଭେରିୟାଣ୍ଟ ସହିତ ଭାରତୀୟ ମୁଦ୍ରା ଅନୁସାରେ ୧୫ ହଜାର ୪୦୦ ଟଙ୍କାରେ ଲଞ୍ଚ କରାଯାଇଛି ।  ଏହାର କେବଳ ମାତ୍ର ନୀଳ ରଙ୍ଗ କିମ୍ବା ବ୍ଲୁ କଲରକୁ ହିଁ ମାର୍କେଟକୁ ଅଣାଯାଇଛି । ଭାରତରେ Nokia T20 Wifi ଭେରିୟାଣ୍ଟକୁ ୩ ଜିବି ରାମ ସହ ୩୨ ଜିବି ଷ୍ଟୋରେଜ ଭେରିୟାଣ୍ଟକୁ ୧୫ ହଜାର ୪୯୯ ଟଙ୍କା ଓ ୪ ଜିବି ରାମ ଓ ୬୪ ଜିବି ଷ୍ଟୋରେଜ ଭେରିୟାଣ୍ଟକୁ ୧୬
ହଜାର ୪୯୯ ଟଙ୍କାରେ ମାର୍କେଟକୁ ଛଡ଼ାଯିବ ।

Nokia T20ରେ ୧୦.୪ ଇଞ୍ଚର 2K ଡିଷ୍ପ୍ଲେ ଦିଆଯାଇଛି ।  ଯାହାକି 2000 X 1200 ପିକ୍ସଲ ରିଜୋଲୁସନ ସହିତ ଆସିଥାଏ ।  ଟାବଲେଟରେ ୪୦୦ ନିଷ୍ଟ ବ୍ରାଇଟନେସ ବି ମିଳିଥାଏ ।  Nokia T20ରେ ଅକଟାକୋର Unisoc T610 ପ୍ରୋସେସର ଓ ୪ଜିବି ରାମ ଦିଆଯାଇଛି ।  ଏହି ଟାବଲେଟ ଆଣ୍ଡ୍ରଏଡ଼ 11 ସହିତ ଆସିଥାଏ ।  ଯାହାକୁ ମାଇକ୍ରୋ ଏସଡି କାର୍ଡ ସାହାଯ୍ୟରେ ୫୧୨
ଜିବି ଯାଏଁ ବଢା ଯାଇପାରିବ ।

Nokia T20ରେ ୮ ମେଗାପିକସଲର ରିୟର କ୍ୟାମେରା ମିଳିଥାଏ ।  ଯେବେକି ସେଲ୍ଫି ତଥା ଭିଡିଓ କଲ ପାଇଁ ୫ ମେଗାପିକ୍ସଲର ସେନ୍ସର ମିଳିଥାଏ । ଲୋ ଲାଇଟରେ ଉତ୍ତମ ମାନର ଫଟୋ ଉଠାଇବା ପାଇଁ ଏହି ଟାବଲେଟରେ ଏଲଇଡ଼ି ଫ୍ଲସ ଲାଇଟର ସପୋର୍ଟ ବି ମିଳିଥାଏ ।  ଏଥିରେ ୮ ହଜାର 200mAh ବ୍ୟାଟେରୀ ରହିଛି ।  ଯାହାକି 15W ଫାଷ୍ଟ ଚରଜିଙ୍ଗକୁ ସପୋର୍ଟ କରିଥାଏ ।  କଣେକ୍ଟିଭିଟି ପାଇଁ Nokia T20ରେ ଡୁଆଲ ବ୍ରାଣ୍ଡ Wi-Fi , ବ୍ଲୁ ଟୁଥ, ୩.୫ mm ହେଡ଼ଫୋନ ଜ୍ୟାକ, ଜିପିଏସ ଓ USB Type-C ପୋର୍ଟ ବି ମିଳିଛି । ୱାଟର ରେଜିଷ୍ଟନ୍ସ ପାଇଁ ଟାବଲେଟରେ iP52 ର ରେଟିଙ୍ଗ ବି ମିଳିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking