26.1 C
Bhubaneswar
Saturday, January 11, 2025
Homeଓଡିଶାଆମାଜନ୍ ଫ୍ୟାସନ୍ ପକ୍ଷରୁ ନେକ୍ସଟ୍ ଜେନ୍ ଷ୍ଟୋର୍‌ର ଶୁଭାରମ୍ଭ

ଆମାଜନ୍ ଫ୍ୟାସନ୍ ପକ୍ଷରୁ ନେକ୍ସଟ୍ ଜେନ୍ ଷ୍ଟୋର୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଆମାଜନ୍ ଫ୍ୟାସନ ପକ୍ଷରୁ ଏହାର ‘ନେକ୍ସଟ ଜେନ୍ ଷ୍ଟୋର’ର ଶୁଭାରମ୍ଭ କରାଯାଇଛି । ଏହା ଜେନ୍ ଡେଜ୍ କ୍ରେତାମାନଙ୍କର ସ୍ୱତନ୍ତ୍ର ଫ୍ୟାସନ ଆବଶ୍ୟକତାକୁ ପୂରଣ କରୁଛି ଏବଂ ଏଥିରେ ଷ୍ଟାଇଲ, ସାଇଜ, ବ୍ରାଣ୍ଡ୍ ଓ ଫିଟିଙ୍ଗ୍‌ର ବିଭିନ୍ନ କଲେକ୍ସନ ରହିଛି । ଆମାଜନ୍ ଫ୍ୟାସନ୍‌ରେ ୨୦୦ରୁ ଅଧିକ ଘରୋଇ ଓ ଗ୍ଲୋବାଲ ଫ୍ୟାସନ ବ୍ରାଣ୍ଡ ରହିଛି, ଯାହାକି ଜେନ ଜେଡ ଗ୍ରାହକମାନଙ୍କ ପାଇଁ ଆଧୁନିକ, ସ୍ୱତନ୍ତ୍ର ଓ ଫ୍ୟାସନେବଲ ଷ୍ଟାଇଲ ପ୍ରଦାନ କରୁଛି । ଏହି ଷ୍ଟୋରକୁ ସହଜ ନାଭିଗେସନ ସହିତ ପ୍ରସ୍ତୁତ କରାଯାଇଛି ।

ଏହି ଷ୍ଟୋର ଜେନ୍ ଜେଡ୍ ଗ୍ରାହକଙ୍କ ପରିବର୍ତ୍ତିତ ଚାହିଦାକୁ ପୂରଣ କରିବା ପାଇଁ ବ୍ୟାପକ ଶ୍ରେଣୀୟ ଟ୍ରେଣ୍ଡି ପ୍ରଡକ୍ଟ ଯଥା ଭାଇବ୍ରାଣ୍ଟ୍ ପ୍ରିଣ୍ଟ, ମୋନେକ୍ରୋମ୍ସ, ନିଅନ୍ସ, କଟନ୍ସ, ଲିନେନ୍ସ, କଲର ପପ୍ ଫୁଟ୍‌ୱେୟାର, ବଗେଟ୍ ବ୍ୟାଗ, ଲେୟରିଂ, ଓଭରସାଇଜଡ୍ ଫିଟ୍ ଆଦି ସାମିଲ ରହିଛି । ଏହାବ୍ୟତୀତ ଆକସେସୋରିଜ, ସ୍ମାର୍ଟୱାଚ, ସ୍ନିକର, ସ୍ପୋର୍ଟ ସୁଜ ଏବଂ ହାଇ ବୁଟ ଆଦି ମଧ୍ୟ ରହିଛି । ଏଥିରେ ଥିବା କିଛି ପ୍ରମୁଖ ବ୍ରାଣ୍ଡ୍‌ଗୁଡ଼ିକ ମଧ୍ୟରେ ଲିଭାଇସ, ସୋଲଡ୍ ଷ୍ଟୋର, ମାର୍ସ, ଲାକୋଷ୍ଟ, କ୍ରୋକ୍ସ, ଟାଇମେକ୍ସ, ମାଇଁ ଗ୍ଲାମ୍‌, ଭେରୋମୋଡ଼ା, ଟମି ହାଇଫାୟର, ଜ୍ୟାକ ଆଣ୍ଡ ଜୋନ୍ସ, ଫାଷ୍ଟଟ୍ରାକ, ପ୍ୟୁମା, ଲୋରିଆଲ ଅନ୍ୟତମ ।

ଏହା ସମ୍ପର୍କରେ ଆମାଜନ ଫ୍ୟାସନ ଇଣ୍ଡିଆର ଡାଇରେକ୍ଟର ତଥା ମୁଖ୍ୟ ସୌରଭ ଶ୍ରୀବାସ୍ତବ କହିଛନ୍ତି ଯେ ୯୦ ଦଶକ ମଧ୍ୟଭାଗରେ ଏବଂ ୨୦୦୦ର ପ୍ରାରମ୍ଭିକ ବର୍ଷରେ ଜନ୍ମିତ ଯୁବକମାନଙ୍କୁ ଧ୍ୟାନରେ ରଖି ଏହି ଷ୍ଟୋର ପ୍ରସ୍ତୁତ କରାଯାଇଛି । ଜଣେ କ୍ରେତା ଭାବରେ ଜେନ୍ ଜେଡ୍‌ମାନେ ସବୁ ସ୍ଥାନରେ କମର୍ସ ଚାହିଁଥାନ୍ତି, ଯାହାକି ଗୋଟିଏ ବଟନ୍‌ରେ ମାତ୍ର ଉପଲବ୍ଧ ରହିଥିବ । ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ଆମେ ଏକ ୱାନ୍ ଷ୍ଟପ ଅନଲାଇନ ଷ୍ଟୋର ଫ୍ରଣ୍ଟ୍‌ର ଶୁଭାରମ୍ଭ କରିଛୁ ଯାହା ଜେନ୍ ଜେଡ୍ ନେକ୍ସଟ ଜେନ୍ ଷ୍ଟୋର’ ପ୍ରତି ସମର୍ପିତ । ଏହା ଏହି ଧରଣର ଭାରତର ପ୍ରଥମ ଷ୍ଟୋର ଅଟେ । ଏଥିରେ ୨୦୦ରୁ ଅଧିକ ଜେନ୍ ଜେଡ୍ ପସନ୍ଦଯୋଗ୍ୟ ବ୍ରାଣ୍ଡ୍ ରହିଛି ।”

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking