28.1 C
Bhubaneswar
Sunday, September 8, 2024
Homeଓଡିଶାରାଜ୍ୟରେ ପ୍ରଥମ ଏଜୁକେସନାଲ୍ ଇ-ଷ୍ଟୁଡିଓ ଆରମ୍ଭ; ପ୍ରଥମ ପର୍ଯ୍ୟାୟରେ ମୟୂରଭଞ୍ଜର ୫୮୧ ସ୍କୁଲ୍ ସାମିଲ

ରାଜ୍ୟରେ ପ୍ରଥମ ଏଜୁକେସନାଲ୍ ଇ-ଷ୍ଟୁଡିଓ ଆରମ୍ଭ; ପ୍ରଥମ ପର୍ଯ୍ୟାୟରେ ମୟୂରଭଞ୍ଜର ୫୮୧ ସ୍କୁଲ୍ ସାମିଲ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମରୁ ଦ୍ୱାଦଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଲାଗି ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ ୫-ଟି ରୂପାନ୍ତିକରଣ ବ୍ୟବସ୍ଥାରେ ଅନେକ ବିଦ୍ୟାଳୟର ରୂପରେଖ ବଦଳି ଯାଇଛି । ଉନ୍ନତ ଭିତ୍ତିଭୂମି ସାଙ୍ଗକୁ ଗୁଣାତ୍ମକଶିକ୍ଷାଦାନ ବ୍ୟବସ୍ଥା ଦ୍ୱାରା ଛାତ୍ରଛାତ୍ରୀବେଶ ଉପକୃତ ହେଉଛନ୍ତି । ତେବେ ଶିକ୍ଷା ପରିସୀମାକୁ ଅଧିକ ପରିବ୍ୟାପ୍ତ କରିବା ସହ ପ୍ରଥମଥର ଲାଗି ରାଜ୍ୟରେ ଆରମ୍ଭ ହୋଇଛି ଏଜୁକେସନାଲ ଇ-ଷ୍ଟିଡିଓ ବ୍ୟବସ୍ଥା । ତେବେ ଏହି ବ୍ୟବସ୍ଥା ବାରିପଦାସ୍ଥିତ ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟରେ ଆରମ୍ଭ ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ୫୮୧ଟି ସ୍କୁଲ ପ୍ରଥମ ପର୍ଯ୍ୟାୟରେ ଏଥିରେ ସାମିଲ ହୋଇଛି ।
ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଏହି ଇ-ଷ୍ଟିଡିଓକୁ ଉଦଘାଟନ କରି ସିଧାସଳଖ ବିଭିନ୍ନ ସ୍କୁଲର ଶିକ୍ଷକ ଓ ପିଲାଙ୍କ ସହିତ ଭାବବିନିମୟ କରିଛନ୍ତି ।

ତେବେ ବାରିପଦାର ଜିଲ୍ଲା ପ୍ରଶାସନ ଓ ସମଗ୍ର ଶିକ୍ଷା ଅଭିଯାନର ଏହି ମିଳିତ ଅଭିନବ ପ୍ରୟାସ ଦ୍ୱାରା ୫-ଟି ରୂପାନ୍ତରିତ ଜିଲ୍ଲାର ୫୮୧ ହାଇସ୍କୁଲ ସହିତ ୨୬ଟି ଆଦର୍ଶ ବିଦ୍ୟାଳୟ ମିଶି ୧୭୫୫ଟି ସ୍ମାର୍ଟ କ୍ଲାସରୁମ ମାଧ୍ୟମରେ ପ୍ରାୟ ୮୦ହଜାର ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରି ପାରିବେ । ତେବେ ପରବର୍ତ୍ତୀ ସମୟରେ ଏହି ଜିଲ୍ଲାର ୨୬ଟି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ସହିତ ୧୪୧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ୩୪୯ ଅଙ୍ଗନବାଡ଼ି କେନ୍ଦ୍ରକୁ ଏଥିରେ ସାମିଲ କରାଯିବ । ତେବେ ଏହି ବ୍ୟବସ୍ଥା ଲାଗି ରାଜ୍ୟ ସରକାର ୫୯୦ଟି ଟେଲିଭିଜନ ସେଟ୍ ପ୍ରଦାନ କରିଛନ୍ତିି । ବିଶେଷକରି ଆଦିବାସୀ ଅଧ୍ୟ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ନିରବଚ୍ଛିନ୍ନ ଶିକ୍ଷାର ପ୍ରାଚାର ଓ ପ୍ରସାର ଲାଗି ସହାୟ ହେବ ସହିତ ଏହା ଏକ ଯୁଗପଯୋଗୀ ପଦକ୍ଷେପ ବୋଲି ପ୍ରମାଣ ହୋଇ ପାରିବ ।

ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ମାରାଣ୍ଡି ଏହାକୁ ଉଦଘାଟନ କରିବା ଅବସରରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ସହିତ ସିଧାସଳଖ କଥାବାର୍ତ୍ତା କରିଛନ୍ତି । ଏହି ଷ୍ଟୁଡିଓର ସମସ୍ତ କାର୍ଯ୍ୟକ୍ରମ ‘ସମଗ୍ର ଶିକ୍ଷା ଅଭିଯାନ’ ନାମକ ୟୁଟୁବରେ ପ୍ରସାରଣ ହେବା ସହିତ ସବୁଦିନ ଲାଗି ରେକର୍ଡ ହୋଇ ରହିବ । ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ଏହି ଅଭିନବ ପଦକ୍ଷେପରେ ମନ୍ତ୍ରୀ ସନ୍ତୋଷ ପ୍ରକାଶ କରିବା ସହିତ ସାରା ରାଜ୍ୟରେ ଏଭଳି ଇ-ଷ୍ଟୁଡିଓ ପ୍ରସ୍ତୁତ କରିବାର ପଦକ୍ଷେପ ନବା ଲାଗି ସରକାରଙ୍କୁ ପ୍ରସ୍ତାବ ଦେବେ ବୋଲି କହିଛନ୍ତି । ସୂଚନା ଥାଉ କି , ଓମ୍ବାଡସି ପାଣ୍ଠି ଅନୁଦାନରେ ୭୮ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ଇ-ଷ୍ଟୁଡିଓ ନିର୍ମାଣ କରାଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୌଲତ ଚନ୍ଦ୍ରକାର, ସମଗ୍ର ଶିକ୍ଷା ଅଭିଯାନ ପ୍ରକଳ୍ପ ଅଧିକାରୀ ତଥା ଜିଲ୍ଲା ଶିକ୍ଷାଧିକାରୀ ନବ ଚରଣ ଗିରି ଓ ଅନ୍ୟାନ୍ୟ ଅଧିକାରୀ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking