14.1 C
Bhubaneswar
Saturday, January 18, 2025
Homeଓଡିଶାବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଇଲାଇବ୍ରେରି, ଇ-ଅଫିସ, ଆକାଉଣ୍ଟସ୍ ଓ ୱେବ ସାଇବର ଉନ୍ମୋଚନ

ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଇଲାଇବ୍ରେରି, ଇ-ଅଫିସ, ଆକାଉଣ୍ଟସ୍ ଓ ୱେବ ସାଇବର ଉନ୍ମୋଚନ

ଯାଜପୁର : ଯାଜପୁର ଜିଲ୍ଲାର ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଦୀର୍ଘଦିନର ଅପେକ୍ଷାର ଅନ୍ତ ହୋଇଛି । ମହାବିଦ୍ୟାଳୟର ଇ-ଲାଇବ୍ରେରୀ, ଇ-ଅଫିସ୍‌, ଇ-ଆକାଉଣ୍ଟସ୍ ଓ କଲେଜର ନୂତନ ୱେବସାଇଟର ଶୁଭ ଉନ୍ମୋଚନ ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ବିଶ୍ୱାଳ, ମାନ୍ୟବର କୋରେଇ ବିଧାୟକ ଅଶୋକ କୁମାର ବଳ ଓ ବ୍ୟାସନଗର ପୌରାଧ୍ୟକ୍ଷା ଶ୍ରୀମତି ସଂଗୀତା ପିଙ୍ଗୁଆ ଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଏହାଦ୍ୱାରା ମହାବିଦ୍ୟାଳୟର ଛାତ୍ର, ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଅନଲାଇନରେ ଗ୍ରନ୍ଥାଗାର ବହି ଆଦାନ ପ୍ରଦାନ ହେବା ସହିତ କଲେଜର ବିଭିନ୍ନ ବିଭାଗର ଫାଇଲ ସମୂହ ଯାତାୟତ, ହିସାବ ବିଭାଗର ସମସ୍ତ ଦେଣ ନେଣ ଅନଲାଇନ ମାଧ୍ୟମରେ ସମ୍ପାଦିତ ହୋଇ ପାରିବ ।

ଏଥି ସହିତ କଲେଜର ୱେବସାଇଟର ନବୀକରଣ ହେବା ଦ୍ୱାରା କଲେଜ ସମ୍ବନ୍ଧୀୟ ସମସ୍ତ ସୂଚନା ଏଥିରେ ପ୍ରାପ୍ତ ହେବ । ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟ ଏ ସମସ୍ତ ସୁବିଧା ପ୍ରଦାନ କରିବା ଦ୍ୱାରା କଲେଜର ଗୌରବ ବୃଦ୍ଧି ହୋଇଛି ବୋଲି ଉଦ୍‌ଘାଟକ ଶ୍ରୀଯୁକ୍ତ ବିଶ୍ୱାଳ, ବିଧାୟକ ଶ୍ରୀଯୁକ୍ତ ବଳ ଓ ପୌରାଧ୍ୟକ୍ଷା ଶ୍ରୀମତୀ ପିଙ୍ଗୁଆ ମତବ୍ୟକ୍ତ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ କୁଶଚନ୍ଦ୍ର ପ୍ରଧାନ ଏହି କାର୍ଯ୍ୟର ସୁଫଳ ପାଇଁ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ବିଶ୍ୱାଳ ଓ ବିଧାୟକ ଶ୍ରୀଯୁକ୍ତ ବଳଙ୍କର ସହଯୋଗ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ରଂଜିତ କୁମାର ପହି, ପ୍ରଜ୍ଞାପବର୍ତ୍ତିକା ଦାସ, ସନାତନ ଦାସ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ରତ୍ନାକର ସ୍ୱାଇ, ଦିଲ୍ଲିପ କୁମାର ରାଉତ, ବିବେକାନନ୍ଦ ଜେନା, ଗୋଲକ ବିହାରୀ ମହାକୁଡ଼, ରମେଶ ଚନ୍ଦ୍ର ବେହେରା, ଗୁରୁପ୍ରସନ୍ନ ସାହୁ, ପ୍ରଦୀପ କୁମାର ବିଶ୍ୱାଳ, ମୁଖ୍ୟ କିରାଣୀ ବାଉରୀବଂଧୁ ଦାସ, ସ୍ମୃତି ରଂଜନ ରାଉତ, ଶରତ କୁମାର ଜେନା, କ୍ଷୀରୋଦ କୁମାର ବିହାରୀ, ହରିହର ନାୟକ, ପୁଷ୍ପଲତା ରାଉତ, ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking