25.8 C
Bhubaneswar
Saturday, July 27, 2024
Homeଓଡିଶାନଭେମ୍ୱର ୨୮ରୁ ରତ୍ନଭଣ୍ଡାରର ଲେଜର ସ୍କାନିଂ, ନିର୍ଦ୍ଦିଷ୍ଟ ସମୟ ଦେଖି କାମ କରିବ ଏଏସ୍‌ଆଇ

ନଭେମ୍ୱର ୨୮ରୁ ରତ୍ନଭଣ୍ଡାରର ଲେଜର ସ୍କାନିଂ, ନିର୍ଦ୍ଦିଷ୍ଟ ସମୟ ଦେଖି କାମ କରିବ ଏଏସ୍‌ଆଇ

ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ ପ୍ରସଙ୍ଗ। କାର୍ତ୍ତିକ ପୂର୍ଣ୍ଣମୀ ପରଦିନ ଅର୍ଥାତ ଆସନ୍ତା ୨୮ ତାରିଖରେ କରାଯିବ ରତ୍ନଭଣ୍ଡାରର ଲେଜର ସ୍କାନିଂ। ଏନେଇ ଆଲୋଚନା ପରେ ଏଏସାଆଇକୁ ଦାୟିତ୍ଵ ଦିଆଯାଇଛି। ନିର୍ଦ୍ଦିଷ୍ଟ ସମୟ ଦେଖି ଏଏସାଆଇ ଏହି କାର୍ଯ୍ୟ କରିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ସୂଚନା।ସ୍କାନିଂ କରାଗଲେ ପରେ ବାହାର ରତ୍ନଭଣ୍ଡାରର କେଉଁଠି ଫାଟ ରହିଛି ତାହା ଜଣା ପଡ଼ିବ। ଟେକ୍ନିକାଲ କମିଟି ସହ ଆଲୋଚନା ପରେ ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ରତ୍ନଭଣ୍ଡାର ବାହାର ପଟ କାନ୍ଥର ଲେଜର ସ୍କାନିଂ ପରେ ଆବଶ୍ୟକ ପଡ଼ିଲେ ଭିତର ରତ୍ନଭଣ୍ଡାର ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ମନ୍ଦିରର ମଧ୍ୟ ସ୍କାନିଂ କରାଯିବ । ଲେଜର ସ୍କାନିଂ ପାଇଁ ଯାହା ସହଯୋଗ ଆବଶ୍ୟକ ସେସବୁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଯୋଗାଇଦେବ। ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking