37.1 C
Bhubaneswar
Saturday, May 18, 2024
Homeଅପରାଧତୁଳସୀ ପାହାଡ଼ରେ ବଡ଼ଧରଣର ମାଓ କ୍ୟାମ୍ପ ଠାବ

ତୁଳସୀ ପାହାଡ଼ରେ ବଡ଼ଧରଣର ମାଓ କ୍ୟାମ୍ପ ଠାବ

ମାଲକାନଗିରି : ମାଲକାନଗିରି ତୁଳସୀ ପାହାଡ଼ରେ ବଡ଼ଧରଣର ମାଓ କ୍ୟାମ୍ପ ଠାବ। ଗତକାଲି ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ପୋଲିସ ଅପରେସନରେ କିଛି କ୍ୟାଡର ମାଓବାଦୀ ଅଳ୍ପକେ ଖସିଯାଇଥିଲେ। ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଗତ ମଙ୍ଗଳବାର ଏଠାରେ ମାଓ କ୍ୟାମ୍ପ ଚାଲିଥିବା ନେଇ ଡିଭିଏଫ ଓ ଏସ୍‌ଓଜି ଯବାନ ସର୍ଚ୍ଚ ଅପରେସନ୍‌ କରିଥିଲେ। ପୋଲିସ ଗୁଳିରେ ୨ଜଣ ମହିଳାଙ୍କ ସମେତ ୩ ମାଓବାଦୀ ନିହତ ହୋଇଥିଲେ।

ତା ପରଠାରୁ ସେଠାରେ ପୋଲିସ ଅପରେସନ ଜାରି ରହିଛି । ସେପଟେ ପୋଲିସର କଡ଼ା ପ୍ରହରା ମାଓମୁକାବିଲା ଋଣନିତୀ ଦିନକୁ ଦିନ ସଫଳ ହେବାରେ ଲାଗିଛି । ନିକଟରେ ମାଓବାଦୀଙ୍କ ଦୁର୍ଗ ଭୁସୁଡ଼ାଇବାରେ ସଫଳ ହେବାରେ ଲାଗିଛି ପୋଲିସ । ମାଓ ଗତିବିଧି ଉପରେ ନଜର ରଖିବା ସହ ଅନେକ ଉପାନ୍ତ ଅଞ୍ଚଳରେ ମାଓବାଦୀଙ୍କୁ ନିପାତ କରିବାରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛି ପୋଲିସ । ତେବେ ଏବେ ମଧ୍ୟ ତୁଳସୀ ପାହାଡ଼ରେ ମାଓବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କ ଗୁଳିବିନିମୟ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking