ଭୁବନେଶ୍ୱର: ସଂଜୟ ଦାସ ବର୍ମାଙ୍କ ସହଯୋଗୀ ଚିତ୍ତରଂଜନ ପଲେଇଙ୍କ ମୃତ୍ୟୁ ଘଟଣାରେ ସଂଜୟ ଦାସ ବର୍ମାଙ୍କ ଇସ୍ତଫା ଦାବି କଲେ ବିଧାୟକ ଲଳିତେନ୍ଦୁ ମହାପାତ୍ର । ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁୂ ଦାବି ହୋଇଛି ।
ସେପଟେ ମୃତ ଚିତ୍ତରଂଜନଙ୍କ ପରିବାର ଲୋକ ମଧ୍ୟ ସଂଜୟଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । ଚିତ୍ତରଞ୍ଜନଙ୍କ ଶରୀରର ବିଭିନ୍ନ ସ୍ଥାନରେ କଟା ଦାଗ ରହିଥିବାରୁ ତାଙ୍କୁ ଯୋଜନାବଦ୍ଧ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ମାଧବୀଲତା ମୃତ୍ୟୁ ବେଳେ ବି ସଂଜୟ ବିବାଦରେ ଥିଲେ । ତେଣୁ ତୁରନ୍ତ ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରନ୍ତୁ ବୋଲି ମଧ୍ୟ କହିଛନ୍ତି ଲଳିତେନ୍ଦୁ ମହାପାତ୍ର । ତେବେ ଅନ୍ୟ ପଟେ ଚିତ୍ତଙ୍କ ଭଉଣୀ,ଭିଣେଇଙ୍କ ସହ ପୁରୀ ଏସପିଙ୍କୁ ଭେଟିଛନ୍ତି ସଞ୍ଜୟ ।