ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ପିଭି ସିନ୍ଧୁଙ୍କ ପରେ ପୁରୁଷ ଏକକ ବ୍ୟାଡମିଣ୍ଟନରେ ଭାରତ ପାଇଁ ସ୍ଵର୍ଣ୍ଣ ପଦକ ଜିତିଛନ୍ତି ଲକ୍ଷ୍ୟ ସେନ। ତାଙ୍କର ଏହା ହେଉଛି ପ୍ରଥମ ରାଜ୍ୟଗୋଷ୍ଠୀ ସ୍ଵର୍ଣ୍ଣ ପଦକ। ରୋମାଞ୍ଚକର ଫାଇନାଲ୍ ମୁକାବିଲାରେ ମାଲେସିଆର ପ୍ରତିପକ୍ଷ ଏନଜି ତେ ୟୋଙ୍ଗକୁ ୧୯-୨୧, ୨୧-୯, ୨୧-୧୬ରେ ପରାସ୍ତ କରିଛନ୍ତି। ଭାରତର ରାଜ୍ୟଗୋଷ୍ଠୀ କ୍ରୀଡାରେ ଏହା ହେଉଛି ୨୦ତମ ସ୍ଵର୍ଣ୍ଣ ପଦକ। ଏଥିସହ ପଦକ ତାଲିକାରେ ଭାରତ ଚତୁର୍ଥ ସ୍ଥାନକୁ ଉନ୍ନିତ ହୋଇଛି। ସୋମବାର ଏହା ଭାରତର ଦ୍ଵିତୀୟ ସ୍ଵର୍ଣ୍ଣ ପଦକ। ରାଜ୍ୟଗୋଷ୍ଠୀ କ୍ରୀଡାର ଆଜିର ଶେଷ ଦିନରେ ଭାରତର ନଜର ପୁରୁଷ ହକି ଦଳ ଏବଂ ଟେବୁଲ ଟେନିସ୍ ଖେଳାଳି ଶରତ କମଲଙ୍କ ଉପରେ ରହିଛି। ଉଭୟଙ୍କଠୁ ଭାରତ ସ୍ଵର୍ଣ୍ଣ ପଦକ ଆଶା ରଖିଛ।