38.8 C
Bhubaneswar
Friday, April 19, 2024
Homeଓଡିଶାପ୍ରକାଶ ପାଇଲା +୨ କଳା ରେଜଲ୍ଟ

ପ୍ରକାଶ ପାଇଲା +୨ କଳା ରେଜଲ୍ଟ

ଭୁବନେଶ୍ୱର : ପ୍ରକାଶ ପାଇଲା +୨ କଳା ରେଜଲ୍ଟ । ୮୨.୧୦% ପାସ ହାର । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପ୍ରକାଶ । ଚଳିତ ବର୍ଷ ୨ ଲକ୍ଷ ୧୩ ହଜାର ୪୦୬ ପିଲା ପରୀକ୍ଷା ଦେଇଥିଲେ । ପାସ କଲେ ୧ ଲକ୍ଷ ୭୧ ହଜାର ୨୮୮ ଛାତ୍ର ଛାତ୍ରୀ । ୯୦%ରୁ ଅଧିକ ରଖିଛନ୍ତି ୧୭୭ ଛାତ୍ରଛାତ୍ରୀ । ୨୮ ଉଚ୍ଚ ମାଧ୍ୟମିକ ସ୍କୁଲର ଶତ ପ୍ରତିଶତ ପିଲା ପାସ । କୈାଣସି ଉଚ୍ଚ ମାଧ୍ୟମିକ ସ୍କୁଲର ଶୂନ୍ୟ ରେଜଲ୍ଟ ହୋଇନି । ସିଏଚଏସଇ ଅଧ୍ୟକ୍ଷ ଅଶ୍ୱିନୀ ମିଶ୍ର ପ୍ରକାଶ କଲେ ପରୀକ୍ଷା ଫଳ । ପାସ ହାର ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ,ନବରଙ୍ଗପୁରରେ ସର୍ବନିମ୍ନ । ତେବେ ସନ୍ଧ୍ୟା ୫ଟା ପରେ ୱେବସାଇଟରେ ପିଲାମାନଙ୍କ ରେଜଲ୍ଟ ଉପଲବ୍ଧ ହୋଇ ପାରିବ ବୋଲି ଘୋଷଣା କରିଛନ୍ତି ଅଶ୍ୱିନୀ ମିଶ୍ର । www.orissaresults.nic.in ୱେବସାଇଟରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । ରେଜଲ୍ଟ ଘୋଷଣା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରଥମ ପର୍ୟ୍ୟାୟରେ ଗତ ୨୭ ତାରିଖ ଦିନ ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ ପ୍ରକାଶ ପାଇଥିଲା । ଗଣଶିକ୍ଷା ମନ୍ତ୍ରୀ ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟର ଆନୁଷ୍ଠାନିକ ରେଜଲ୍ଟ ଘୋଷଣା କରିଥିଲେ । ତେବେ ବିଜ୍ଞାନରେ ୯୪.୧୨ ଓ ବାଣିଜ୍ୟରେ ୯୦ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking