28.1 C
Bhubaneswar
Friday, October 18, 2024
Homeଓଡିଶାଆଜି ଆଉ ୫ ଜିଲ୍ଲାକୁ ଗଡ଼ିବ ‘ଲକ୍ଷ୍ମୀ’ ବସ୍‌

ଆଜି ଆଉ ୫ ଜିଲ୍ଲାକୁ ଗଡ଼ିବ ‘ଲକ୍ଷ୍ମୀ’ ବସ୍‌

ଭୁବନେଶ୍ୱର : ଲକ୍ଷ୍ମୀ ଯୋଜନାରେ ସୋମବାର ଦିନ ଆଉ ୫ଜିଲ୍ଲାକୁ ଗଡିବ ବସ୍‌ । ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋମବାର ଦିନ ମୟୁରଭଞ୍ଜ, ବଲାଙ୍ଗୀର, ବରଗଡ଼, କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ସେବାର ଆରମ୍ଭ ହେବ । ମୋଟ ୪୨୫ଟି ବସ୍‌ର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହାପୂର୍ବରୁ ଏକାଧିକ ଜିଲ୍ଲାରେ ଏହି ବସ୍‌ ସେବା ଆରମ୍ଭ ହୋଇସାରିଛି । ମହିଳା, ଛାତ୍ରଛାତ୍ରୀ ଓ ସ୍ଥାନୀୟ ସମ୍ପଦ୍ରାୟକୁ ଶସକ୍ତ କରିବା ଏହି ବସ୍‌ ସେବାର ମୂଳ ଲକ୍ଷ୍ୟ । ଖାସ୍‌ କରି ମହିଳାମାନଙ୍କ ପାଇଁ ବସ୍‌ ଟିକେଟ୍‌ର ମୂଲ୍ୟ ମାତ୍ର ୫ଟଙ୍କା ରଖାଯାଇଛି । ଏହାପରେ ୧୬ ତାରିଖରେ ଆଉ ୫ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ସେବାର ଆରମ୍ଭ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking