28.1 C
Bhubaneswar
Wednesday, June 18, 2025
Homeଦେଶ ବିଦେଶଲାକ୍ଷାଦୀପ ସାଂସଦ ଫୈଜଲ ସୁପ୍ରିମକୋର୍ଟରେ ନିରାଶ

ଲାକ୍ଷାଦୀପ ସାଂସଦ ଫୈଜଲ ସୁପ୍ରିମକୋର୍ଟରେ ନିରାଶ

ନୂଆଦିଲ୍ଲୀ: ହତ୍ୟା ଉଦ୍ୟମ ମାମଲାରେ ଦୋଷୀସାବ୍ୟସ୍ତ ହୋଇଥିବା ଲାକ୍ଷାଦ୍ୱୀପର ଏକମାତ୍ର ଲୋକସଭା ସାଂସଦ ମହମ୍ମଦ ଫୈଜଲଙ୍କୁ ସୁପ୍ରିମକୋର୍ଟରେ ନିରାଶ ହେବାକୁ ପଡିଛି । ଫୈଜଲଙ୍କୁ କେରଳ ହାଇକୋର୍ଟ ଏହି ମାମଲାରେ କ୍ଲିନଚିଟ୍ ଦେଇଥିବାବେଳେ ତାଙ୍କର ଦଣ୍ଡାଦେଶକୁ ରଦ୍ଦ କରିଛନ୍ତି । ତେବେ ସୁପ୍ରିମକୋର୍ଟ ଖଣ୍ଡପୀଠ ମଙ୍ଗଳବାର କେରଳ ହାଇକୋର୍ଟଙ୍କ ରାୟକୁ ଖାରଜ କରିବା ସହ ମାମଲାକୁ ପୁଣି କେରଳ ହାଇକୋର୍ଟକୁ ଫେରାଇ ଦେଇଛନ୍ତି ।

ଆସନ୍ତା ୬ ସପ୍ତାହ ମଧ୍ୟରେ ମାମଲାର ପୁନଃଶୁଣାଣି କରିବାକୁ ହାଇକୋର୍ଟଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଏମ.ସୟିଦଙ୍କ ଜ୍ୱାଇଁ ମହମ୍‌ଦ ସାଲିହ୍‌ଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ନିମ୍ନ ଅଦାଲତ ଫୈଜଲଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ୧୦ ବର୍ଷ ଜେଲ୍‌ଦଣ୍ଡ ପ୍ରଦାନ କରିଥିଲେ । ଏହାର ପ୍ରତିବାଦରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ଲାକ୍ଷାଦ୍ୱୀପ ପ୍ରଶାସନ ସୁପ୍ରିମକୋର୍ଟ ଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking