17.1 C
Bhubaneswar
Friday, January 10, 2025
Homeଦେଶ ବିଦେଶପରୀକ୍ଷା ଦେବା ବେଳେ ପ୍ରସବ ଯନ୍ତ୍ରଣା; ଶିଶୁକୁ ଜନ୍ମ ଦେଲେ ମହିଳା

ପରୀକ୍ଷା ଦେବା ବେଳେ ପ୍ରସବ ଯନ୍ତ୍ରଣା; ଶିଶୁକୁ ଜନ୍ମ ଦେଲେ ମହିଳା

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ପୋଲିସ ନିଯୁକ୍ତି ପରୀକ୍ଷାର ଗତକାଲି ଥିଲା ଦ୍ୱିତୀୟ ଦିନ । ତେବେ ପରୀକ୍ଷା ଚାଲୁଥିବା ସମୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବା ସୂଚନା ମିଳିଛି । ପରୀକ୍ଷା ଚାଲୁଥିବା ସମୟରେ ଜଣେ ପରୀକ୍ଷାର୍ଥୀ ଏକ ଶିଶୁକୁ ଜନ୍ମ ଦେଇଛନ୍ତି । ମହିଳା ଜଣକ କାଞ୍ଚନଗର ସ୍ଥିତ ଏକ କେନ୍ଦ୍ରରେ ପରୀକ୍ଷା ଦେଉଥିଲେ । ପରୀକ୍ଷା ଦେବା ସମୟରେ ହଠାତ ତାଙ୍କ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ସେଠାରୁ ତାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । ଘଟଣାଟି ଉନ୍ନାଓର ଗଙ୍ଗା ଘାଟ କୋଟୱାଲି ଅଞ୍ଚଳରେ ଅବସ୍ଥିତ କାଞ୍ଚନଗର ଅଞ୍ଚଳର ମହର୍ଷି ଦିନାନନ୍ଦ ସରସ୍ୱତୀ ମିଶନ ଇଣ୍ଟର କଲେଜର । ସୂଚନା ମୁତାବକ, ଉକ୍ତ ମହିଳା ପ୍ରାର୍ଥୀ ଜଣକ ଉନ୍ନାଓର ବିଗପୁର ପୋଲିସ ଷ୍ଟେସନ ପରିସରରେ ଥିବା ପାଟନ ଗ୍ରାମ ନିବାସୀ ସୁନୀତା ଅଟନ୍ତି । ସେ ୟୁପି କନଷ୍ଟେବଳ ନିଯୁକ୍ତି ପରୀକ୍ଷା ଦେବା ପାଇଁ ଯାଇଥିଲେ ।

ମହିଳା ପରୀକ୍ଷା ଦେଉଥିବା ସମୟରେ ତାଙ୍କର ପ୍ରସବ ବେଦନା ଆରମ୍ଭ ହୋଇଥିଲା । ପରେ ସେଠାରେ ଉପସ୍ଥିତ ଥିବା ରୁମ୍ ଇନ୍ସପେକ୍ଟରଙ୍କୁ ସେ ଜଣାଇଥିଲେ । ଏହାପରେ ରୁମ୍ ଇନ୍ସପେକ୍ଟର ମହିଳା ପ୍ରଶାସକ ଏବଂ ବରିଷ୍ଠ ଅଧିକାରୀମାନଙ୍କୁ ଏ ବିଷୟରେ ଅବଗତ କରାଇଥିଲେ । ମହିଳାଙ୍କୁ ପ୍ରସବ ପାଇଁ ନିକଟସ୍ଥ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ କୌଣସି ମହିଳା ସ୍ୱାସ୍ଥ୍ୟକର୍ମୀ ଉପସ୍ଥିତ ନଥିବାରୁ ପୁରୁଷ ସ୍ୱାସ୍ଥ୍ୟ କର୍ମୀମାନେ ତାଙ୍କୁ ପ୍ରସବ କକ୍ଷକୁ ନେଇ ପ୍ରସବ କରାଇଥିଲେ ।

ସେଠାରେ ମହିଳା ଜଣକ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ଝିଅଟିର ଜନ୍ମ ପରେ ମହିଳାଙ୍କ ପରିବାରକୁ ଏ ବିଷୟରେ ଅବଗତ କରାଯାଇଥିଲା । ସୂଚନା ପାଇବା ପରେ ପରିବାର ଲୋକ ଡାକ୍ତରଖାନାରେ ପହଞ୍ଚିଥିଲେ । ପରିବାର ସଦସ୍ୟଙ୍କ କହିବା ମୁତାବକ ସେପ୍ଟେମ୍ବର ୨୦୨୩ରେ ସୁନୀତାଙ୍କ ସ୍ୱାମୀ ଦୀପୁଙ୍କର ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ତେବେ ସୁନୀତା ୯ ମାସ ଗର୍ଭଧାରଣର ପରେ ଏହି ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । ଏବେ ଉଭୟ ମା‘ ଏବଂ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking