27.1 C
Bhubaneswar
Sunday, September 8, 2024
Homeଓଡିଶାସମସ୍ୟା ଘେରରେ କୁର୍ତ୍ତିପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ 

ସମସ୍ୟା ଘେରରେ କୁର୍ତ୍ତିପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ 

ତୁମୁଡ଼ିବନ୍ଧ: ବିଦ୍ୟାଳୟ ରୂପାନ୍ତରିଣ କରିବା ପାଇଁ ସରକାର ଙ୍କ ବହୁଯୋଜନା ପ୍ରଣୟନ ହୋଇଛି । ପ୍ରାଇଭେଟ ବିଦ୍ୟାଳୟ ଭଳି ସରକାରୀ ବିଦ୍ୟାଳୟ ମଧ୍ୟ ହେବ ସଫା ସୁତୁରା । ଉନତ ବିଲ୍ଡିଂଙ୍ଗ ସହ ସୁସଜିତ ଶ୍ରେଣୀ ଗୃହରେ ଛାତ୍ର ଛାତ୍ରୀ ମାନେ ପଢିବେ ପାଠ । ଏଥିପାଇଁ 5t ଜରିଆରେ ସମସ୍ତ ବିଦ୍ୟାଳୟ କୁ କରାଯାଉଛି ଚିକମିକ । ଏଥିପାଇଁ ଖର୍ଚ୍ଚ ମଧ୍ୟ ହେଉଛି କୋଟି କୋଟି ଟଙ୍କା । ତାହା ବି ସମୟ ଅବଧି ମଧ୍ୟରେ । କିନ୍ତୁ କନ୍ଧମାଲ ଜିଲା ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ ପଞ୍ଚାୟତ ର କୁର୍ତ୍ତିପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଅବସ୍ଥା କହିଲେ ନ ସରେ । ନା ବସିବା ପାଇଁ ଚ୍ୟାର , ନା ପିଇବା ପାଇଁ ପାଣି । ଭଙ୍ଗା ଦଦରା ଘରେ ପଢୁଛନ୍ତି ପିଲା ପାଠ । ଶ୍ରେଣୀ ଗୃହ ଅଭାବରୁ କୋମଳ ମତି ପିଲା ମାନେ ଗୋଟିଏ ଶ୍ରେଣୀରେ ଅଧିକ ପିଲା ବସିବାକୁ ବାଧ୍ୟ ହୋଇଛନ୍ତି ।

ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢିବା ପାଇଁ ସରକାରୀ ନିୟମ ଥିବା ବେଳେ ଆବଶ୍ୟକୀୟ ଶ୍ରେଣୀ ଗୃହ ଅଭାବରୁ ନାହିଁ ନଥିବା ଅସୁବିଧା ରେ ସଂମୁଖୀନ ହେଉଛନ୍ତି ଛାତ୍ର ଛାତ୍ରୀ । ଏଥି ନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସଲୋମି ଦିଗାଲ ଏବଂ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ପରିଦର୍ଶନ ନିମନ୍ତେ ଯାଇଥିବା ତୁମୁଡିବନ୍ଧ ପଞ୍ଚାୟତ ସମିତି ଅଧକ୍ଷା ଶ୍ରୀମତୀ ବାସନ୍ତୀ ମାଝୀ ଙ୍କୁ ଅବଗତ କରାଇଥିଲେ । ଶ୍ରୀମତୀ ମାଝୀ ସଙ୍ଗେ ସଙ୍ଗେ ବାଲିଗୁଡା ବିଧାୟକ ଚକ୍ରମଣି କଂହର , ଉପଜିଲ୍ଲାପାଳ ଙ୍କୁ ଏନେଇ ଅବଗତ କରାଇଛନ୍ତି । ତେବେ ବିଦ୍ୟାଳୟ ପ୍ରତି ନୂତନ ପ୍ରଧାନ ଶିକ୍ଷୟିତ୍ରୀ ସଲୋମି ଦିଗାଲ , ଶିକ୍ଷକ ଶ୍ରୀବଚ୍ଛ ପରିଛା, ଶିକ୍ଷକ ବାସୁଦେବ ପରାସେଥ, ଜିତେନ୍ଦ୍ର ପରାସେଥ , ମଧୁ ମାଝୀ , ରଶ୍ମି ନାୟକ , ହିମାନି ବାରିହା ଙ୍କୁ ଅଞ୍ଚଳ ବାସୀ ସାଧୁବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking