28.1 C
Bhubaneswar
Saturday, June 28, 2025
Homeବ୍ରେକୀଙ୍ଗପୁଣି ଜନନୀ ଯନ୍ତ୍ରଣା, ଭାରରେ ନେବା ବେଳେ ବାଟରେ ପ୍ରସବ

ପୁଣି ଜନନୀ ଯନ୍ତ୍ରଣା, ଭାରରେ ନେବା ବେଳେ ବାଟରେ ପ୍ରସବ

କୋରାପୁଟ : ଜନନୀ ଯନ୍ତ୍ରଣା କମିବାରେ ନା ନେଉନି । ଗାଁ କୁ ଭଲ ରାସ୍ତାନଥିବାରୁ ୧କିଲୋମିଟର ଦୂରରେ ରହିଗଲା ଆମ୍ବୁଲାନ୍ସ ।ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଗିରିଲିଗୁମାପଞ୍ଚାୟତର କିରାମ୍ବ ଗାଁ ରେ । ପରେ ନବଜାତଶିଶୁ ପୁତ୍ର ଓ ପ୍ରସ୍ତୁତିଙ୍କୁ ଦଶମନ୍ତପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଉଭୟ ମା ଓ ଶିଶୁ ସୁସ୍ଥ ଥିବା ନେଇ ସୂଚନା ଦେଇଛନ୍ତି ଡାକ୍ତର । ଗ୍ରାମ ବାସୀକହିବା ଅନୁଯାୟୀ ଗାଁ ର ବିନୋଦ ମୁଦୁଲିଙ୍କର ସ୍ତ୍ରୀ ରେଣୁକା ମୁଦୁଲି ଗର୍ଭବତୀ ଥିଲେ।ଆଜି ସକାଳୁ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା ସ୍ୱାମୀ ବିନୋଦ ଗ୍ରାମର ଆଶାକର୍ମୀ ଦୀପ୍ତି ଚାଲାଣଙ୍କୁ ଜଣାଇବା ପରେ ୧୦୨ଆମ୍ବୁଲାନ୍ସ ଯୋଗାଯୋଗ କରିଥିଲେ। ଏହି ସମୟରେ ଆମ୍ବୁଲାନ୍ସ ସେବା ଉପଲବ୍ଧ ନଥିବାରୁ ୧୦୮କୁ ଫୋନ କରିଥିଲେ । ରାସ୍ତା ଖରାପ ଥିବାରୁ ୧୦୮ଆମ୍ବୁଲାନ୍ସ ଆସି କିରାମ୍ବ ଗାଁ ଠାରୁ ୧କିଲୋମିଟର ଦୂରରେ ରହିଥିଲା ।

କିଛି ଉପାୟ ନପାଇ ଏକ ଖଟିଆରେ ଗର୍ଭବତୀ ମହିଳାଙ୍କୁ ପରିବାର ଓ ଗ୍ରାମବାସୀ ଗାଡ଼ି ପାଖକୁ ଭାରରେ ବହି ଅଣୁଥିବା ବେଳେ ଅଧ କିଲୋମିଟରରେ ପ୍ରସବ ହୋଇଥିଲା । ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ। ଆଶାକର୍ମୀ ଓ ପରିବାର ମହିଳାମାନେ ଗର୍ଭବତୀଙ୍କୁ ପ୍ରସବ କରାଇ ସୁସ୍ଥ ହେବାପରେ ପୁଣି ମା ଓ ଶିଶୁ ପୁତ୍ରକୁ ଖଟିଆରେ ବହି ଆମ୍ବୁଲାନ୍ସ ପାଖକୁ ଆଣି ଦଶମନ୍ତପୁର ମେଡ଼ିକାଲରେ ଭର୍ତି କରିଥିଲେ। ଏହି ଘଟଣାକୁ ନେଇ ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସ୍ଥାନୀୟ ବିଧାୟକ ପ୍ରଶାସନ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ ରାସ୍ତା ନିର୍ମାଣ ଉପରେ ଗୁରୁତ୍ୱ ଦେଉ ନାହାନ୍ତି । ସେଥିପାଇଁ ସମସ୍ତଙ୍କୁ ସରକାରୀ ହବହେଲା ଶିକାର ହେବାକୁ ପଡୁଛି ବୋଲି କ୍ଷୋବର ସହିତ ପ୍ରକାଶ କରିଛନ୍ତି । ହେଲେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଗାଁ ପାଖର ନଦୀ ଘାଟ ବାଟ ଅଗାଲୁଚି ବର୍ଷା ଦିନେ ଜଳ ବନ୍ଦୀ ଜୀବନ ଯାପନ କରିବାକୁ ପଡୁଛି । ରାସ୍ତା ନଥିବାରୁ ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ବାଧା ସୃଷ୍ଟି କରୁଛି ଏଥିପ୍ରଥି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking