ଭୁବନେଶ୍ୱର: ସରିଲା ପ୍ରତୀକ୍ଷା । ବାଜିଲା ୨୦୨୪ ନିର୍ବାଚନ ବିଗୁଲ । ନେତା ଓ ଭୋଟର ଯେଉଁ ତାରିଖକୁ ଦୀର୍ଘଦିନ ହେଲା ଅପେକ୍ଷା କରି ବସିଥିଲେ ତାହା ଏବେ ସାମନାକୁ ଆସିଛି । ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ(ଇସିଆଇ) । ଓଡ଼ିଶାରେ ୪ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ। ମେ ୧୩, ମେ ୨୦, ମେ ୨୫ ଏବଂ ଜୁନ୍ ୧ରେ ହେବ ଭୋଟ ଗ୍ରହଣ। ମେ’ ୧୩ରେ ୨୮ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ। ଏହା ବ୍ୟତୀତ ମେ’ ୨୦ରେ ୩୫ଟି ବିଧାନସଭା ଆସନ, ମେ’ ୨୫ରେ ୪୨ଟି ବିଧାନସଭା ଆସନ ଓ ଜୁନ୍ ୧ରେ ୪୨ଟି ବିଧାନସଭା କ୍ଷେତ୍ରରେ ଭୋଟ ଗ୍ରହଣ ହେବ।
– ମେ ୧୩ରେ ପ୍ରଥମ ପର୍ଯ୍ୟାୟ : କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ , ବ୍ରହ୍ମପୁର ନୂଆପଡା. ଖଡିଆଳ, ଉମରକୋଟ, ଝରିଗାଁ, ଡାବୁଗାଁ, ଲାଞ୍ଜିଗଡ,ଜୁନାଗଡ, ଧର୍ମଗଡ,ଭବାନୀପାଟଣା, ନର୍ଲା,ଛତ୍ରପୁର ଗୋପାଳପୁର,ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି , ଗୁଣପୁର, ବିଷମକଟକ, ରାୟଗଡା, ଲକ୍ଷ୍ମୀପୁର, କୋଟପାଡ, ଜୟପୁର , ପଟାଙ୍ଗୀ , ମାଲକାନଗିରି, ଚିତ୍ରକୋଣ୍ଡା
– ମେ ୨୦ରେ ଦ୍ବିତୀୟ ପର୍ଯ୍ୟାୟ : ବରଗଡ, ସୁନ୍ଦରଗଡ, ବଲାଙ୍ଗିର, କନ୍ଧମାଳ, ଆସିକା ପଦ୍ମପୁର, ବିଜେପୁର,ଅତାବିରା, ଭଟଲି, ବ୍ରଜରାଜନଗର, ଝାରସୁଗୁଡା,ତଳସରା, ବୀରମିତ୍ରପୁର,ରଘୁନାଥପାଲୀ , ରାଉଲକେଲା, ରାଜଗାଙ୍ଗପୁର, ବଣାଇ,ବୀରମହାରାଜପୁର, ସୋନପୁର ,ଲୋଇସିଂହା, ପାଟଣାଗଡ, ଟିଟଲାଗଡ, କଣ୍ଟାବାଂଜି, ବାଲିଗୁଡା,ଜିି.ଉଦୟଗିରି, ଫୁଲବାଣୀ, ବୌଦ୍ଧ, କଣ୍ଟାମାଳ, ଦଶପଲ୍ଲା,ଭଂଜନଗର, ପୋଲସରା କବିସୂର୍ଯ୍ୟନଗର, ଖଲିକୋଟ, ସୋରଡା, ସାନଖେମୁଣ୍ଡି, ହିଂଜିଳି
– ମେ ୨୫ ତୃତୀୟ ପର୍ଯ୍ୟାୟ : ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ,ପୁରୀ, ଭୁବନେଶ୍ୱର,କୁଚିଣ୍ଡା, ରେଂଗାଲି, ରେଢାଖୋଲ, ଦେବଗଡ, ତେଲକୋଇ , ଘସିପୁରା, ଆନନ୍ଦପୁର, ପାଟଣ, ଚମ୍ପୁଆ, କରଞ୍ଜିଆ, ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପଲଲହଡା,ତାଲଚେର,ଅନୁଗୁଳ , ଛେଣ୍ଡିପଦା, ଆଠମଲ୍ଲିକ, ବଡମ୍ବା, ବାଙ୍କୀ, ଆଠଗଡ, ବାରବାଟୀ କଟକ , ଚୌଦ୍ୱାର କଟକ, କଟକ ସଦର, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି , ଜୟଦେବ, ଭୁବନେଶଅବର ମଧ୍ୟ, ଭୁବନେଶ୍ୱର ଉତ୍ତର, ଏକାମ୍ର ଭୁବନେଶ୍ୱର , ଜଟଣୀ, ବେଗୁନିଆ, ଖୋର୍ଦ୍ଧା, ଚିଲିକା, ରଣପୁର,ଖଣ୍ଡପଡା, ନୟାଗଡ
– ଜୁନ୍ ୧ରେ ଚତୁର୍ଥ ପର୍ଯ୍ୟାୟ : ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର,ଯଶୀପୁର,ସାରସକଣା,ରାଇରଙ୍ଗପୁର, ବାଙ୍ଗିରିପୋଷି, ଉଦଳା, ବଡସାହି ,ବାରିପଦା, ମୋରଡା,ଜଳେଶ୍ୱର, ଭୋଗରାଇ,ବସ୍ତା, ରେମୁଣା, ନୀଳଗିରି, ସୋର, ସିମୁଳିଆ, ଭଣ୍ଡାରୀପୋଖରୀ, ବାସୁଦେବପୁର, ଧାମନଗର , ଚାନ୍ଦବାଲି, ବିଂଝାରପୁର, ବରୀ, ବଡଚଣା,ଧର୍ମଶାଳା, ଯାଜପୁର, କୋରେଇ, ସୁକିନ୍ଦା, ନିଆଳୀ,ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡା, ଆଳି, ରାଜନଗର, ମହାକାଳପଡା, ପାରାଦୀପ, ତିର୍ତ୍ତୋଲ ,ବାଲିକୁଦା ଏରସମା, କାକଟପୁର, ନିମାପଡା