26.1 C
Bhubaneswar
Monday, January 27, 2025
Homeଦୀପାଳିରେ ଭଳିକି ଭଳି ଖାଦ୍ୟଜାଣନ୍ତୁ, ଦୀପାବଳିରେ ବିଭିନ୍ନ ସହରରେ ପ୍ରସ୍ତୁତ ହେଉଥିବା ବିଭିନ୍ନ ପାରମ୍ପରିକ ଖାଦ୍ୟ

ଜାଣନ୍ତୁ, ଦୀପାବଳିରେ ବିଭିନ୍ନ ସହରରେ ପ୍ରସ୍ତୁତ ହେଉଥିବା ବିଭିନ୍ନ ପାରମ୍ପରିକ ଖାଦ୍ୟ

ଭୁବନେଶ୍ୱର : ଭାରତର ସବୁଠାରୁ ପ୍ରିୟ ଓ ଗୁରୁତ୍ୱପୂର୍ଣ୍ଣ ପର୍ବ ମଧ୍ୟରୁ ଦୀପାବଳି ହେଉଛି ଅନ୍ୟତମ। ଏହା ଆଲୋକର ପର୍ବ ଏବଂ ସେହି ପର୍ବଗୁଡ଼ିକ ମଧ୍ୟରୁ ଗୋଟିଏ ଯେଉଁଥିରେ ଲୋକମାନେ ମିଠା ଠୁ ଆରମ୍ଭ କରି କୌଣସି ଜିନିଷରେ ହେଳା କରନ୍ତି ନାହିଁ। ଏହା ସହିତ ଆସୁଥିବା ସକରାତ୍ମକ ଉତ୍ସାହ ହେତୁ ଏହି ପର୍ବ ଖୁସି ଆନନ୍ଦ ବିତରଣ କରିଥାଏ।

ଭାରତରେ, ବିଭିନ୍ନ ପୃଷ୍ଠଭୂମିରୁ ଆସିଥିବା ଲୋକ ଭିନ୍ନ ଢ଼ଙ୍ଗରେ ଦୀପାବଳି ଉପଭୋଗ କରନ୍ତି। ଏହି ସମୟ ମଧ୍ୟରେ ଲୋକମାନେ ଉପହାର ଓ ଖାଦ୍ୟ ସାମଗ୍ରୀ ପରସ୍ପର ମଧ୍ୟରେ ବାଣ୍ଟି ଥାଆନ୍ତି। ମିଠା ଓ ସ୍ନାକ୍ସ ହେଉଛି ପ୍ରଥମ ଜିନିଷ ଯାହା ଦୀପାବଳିର ମଜାକୁ ଦ୍ୱିଗୁଣ କରିଥାଏ।

ଆପଣ ଜାଣନ୍ତି କି ସମଗ୍ର ଭାରତରେ ଦୀପାବଳି କେତେ ଉତ୍ସାହର ସହିତ ପାଳନ କରାଯାଏ। ଦୀପାବଳିରେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଏ। ଅନେକ ପାରମ୍ପାରିକ ଖାଦ୍ୟ ସାମଗ୍ରୀ ଓ ରେସିପି ଅଛି ଯାହା କାଶ୍ମୀର, ଗୁଜୁରାଟ, ଆସାମ, ମହାରାଷ୍ଟ୍ର ଇତ୍ୟାଦିରେ ପ୍ରସ୍ତୁତ ହୋଇଥାଏ।
ଆରିସା ପିଠା-ମହାରାଷ୍ଟ୍ର
ମହାରାଷ୍ଟ୍ର ଦୀପାବଳିର ଖୁବ ଧୁମଧାମରେ ପାଳନ କରାଯାଏ। ଅରୁଆ ଚାଉଳ ଓ ଗୁଡ଼ରୁ ପ୍ରସ୍ତୁତ ଏହି ପିଠାକୁ ସେଠାକାର ଲୋକମାନେ ଖାଇବାକୁ ବେଶ ପସନ୍ଦ କରନ୍ତି। ଉପରେ ରାଶି ପକାଇ ସୁନ୍ଦର ଭାବେ ତେଲରେ ଏହି ପିଠା ଛଣା ଯାଉଥିବାରୁ ଏହାର ଚାହିଦା ରହିଛି।

ବବୁର: ହିମାଚଳ ପ୍ରଦେଶ

ବବୁର ଏକ ନିଆରା ଖାଦ୍ୟ। ମଇଦା, ଚିନି ଓ ଖାଇବା ସୋଡ଼ାରୁ ତିଆରି। ଏହା ଏକ ଓଡ଼ିଆ ଖାଦ୍ୟ ଗୁଳୁଗୁଲା ପରି ଦେଖାଯାଏ, କିନ୍ତୁ ଏହାର ସ୍ବାଦ ବହୁତ ଅଲଗା। ଅତିଥିଙ୍କୁ ରାବିଡ଼ି କିମ୍ବା କ୍ଷୀର ଏହାକୁ ଖାଇବାକୁ ଦିଆଯାଏ।

ମାୱା କାଚୋରୀ – ରାଜସ୍ଥାନ

ଯୋଧପୁର (ରାଜସ୍ଥାନ) ର ଏହି ସୁସ୍ବାଦୁ ଖାଦ୍ୟ ଏକ ଖୁଆ ଓ ମିଶ୍ରିତ ଡ୍ରାଇ ଫ୍ରୁଟରୁ ତିଆରି ହୋଇଥାଏ। ଏହାକୁ ଚିନି ସିରପରେ ବୁଡ଼ାଯାଏ। ଆପଣଙ୍କୁ ଏହା ଭରପୁର ମିଠାର ଅନୁଭବ ଦେବ।

ଛୋଡୋ ଶାକ୍ – ପଶ୍ଚିମବଙ୍ଗ

ସମଗ୍ର ଭାରତରେ ଦୀପାବଳି ଅବସରରେ ମିଠା ତିଆରି କରିବାର ପରମ୍ପରା ତୁଳନାରେ ପଶ୍ଚିମବଙ୍ଗ ଛୋଡୋ ଶାକ ନାମକ ଏକ ସୁସ୍ୱାଦୁ ଖାଦ୍ୟ ମୋହର ମରିଥାଏ। ଏଥିରେ ୧୪ଟି ସବୁଜ ପତ୍ରଯୁକ୍ତ ପନିପରିବା ବ୍ୟବହୃତ ହୁଏ।। କାଳୀ ପୂଜା ପାଇଁ ଏହା ଏକ ସ୍ୱତନ୍ତ୍ର ଖାଦ୍ୟ, ଯାହା ଅନେକ ପର୍ବ ଓ ସ୍ୱତନ୍ତ୍ର ଦୀପାବଳିରେ ତିଆରି ହୋଇଥାଏ।

ଶୁଫତା – କାଶ୍ମୀର

ଏହା ଜାମ୍ମୁ କାଶ୍ମୀରର ଏକ ପାରମ୍ପାରିକ ମିଠା ଖାଦ୍ୟ ଓ ମିଶ୍ରିତ ଡ୍ରାଇ ଫଳ ଏବଂ ଚିନି ସିରପରେ ଆଚ୍ଛାଦିତ ମସଲାରୁ ପ୍ରସ୍ତୁତ। ଏଥିରେ ଅନେକ ଡ୍ରାଇ ଫ୍ରୁଟ ଅଛି, ଯାହା ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ ନାହିଁ।

ଡ୍ରାଇ ଫ୍ରୁଟଗୁଡିକ ପ୍ରଥମେ ପାଣିରେ ଭିଜାଯାଏ ଓ ତା’ପରେ ଘି ଓ ମସଲା ସହିତ ଟିକେ ଚିନିରେ ମିଶାଯାଏ। ଲୋକମାନେ ଏହି ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଗୋଲାପ ଫୁଲ ଓ କେଶର ମଧ୍ୟ ମିଶାନ୍ତି।

ଚୋରା ଫଲି-ଗୁଜୁରାଟ

ଏହା ଗୁଜୁରାଟୀମାନଙ୍କର ଏକ ଭଜା ସ୍ନାକ୍ସ ଓ ମସଲାଯୁକ୍ତ ସ୍ୱାଦ ସହିତ ପରସା ଯାଇଥାଏ। ମଇଦା, ଅଟା, ଆମଚୁର ପାଉଡର, ନାଲି ଚିଲି ପାଉଡର ଓ କଳା ଲୁଣରେ ତିଆରି ଚୋରାଫଲି ଏହା ସ୍ୱାଦିଷ୍ଟ ସ୍ନାକ। ଏକ ସୁଗନ୍ଧିତ ଓ ଲୁଣିଆ ସ୍ୱାଦ ସହିତ, ଦୀପାବଳି ସନ୍ଧ୍ୟାରେ ଚା ସହିତ ଏହାକୁ ଉପଭୋଗ କରାଯାଏ।

ଏଗୁଡ଼ିକ ହେଉଛି ପାରମ୍ପାରିକ ଖାଦ୍ୟ ଯାହାକି ଦୀପାବଳି ସମୟରେ ଭାରତର ବିଭିନ୍ନ କୋଣରେ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ। ଆପଣ ମଧ୍ୟ ନିଜ ଘରେ ଚେଷ୍ଟା କରି ଦେଖିପାରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking