27.1 C
Bhubaneswar
Saturday, June 22, 2024
Homeଓଡିଶାଜାଣନ୍ତୁ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ

ଜାଣନ୍ତୁ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ

ଭୁବନେଶ୍ୱର : କ୍ୟାବିନେଟ ମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି ମୋରଡ଼ାର ବିଧାୟକ ଡା. କୃଷ୍ଣଚନ୍ଦ୍ର ମହାପାତ୍ର।। ୧୯୭୦ ଅକ୍ଟୋବର ୬ରେ ଜନ୍ମିତ ଡା. ମହାପାତ୍ର ସ୍ଵର୍ଗତ ରାମଚନ୍ଦ୍ର ମହାପାତ୍ର ଓ ଶିବପ୍ରିୟା ମହାପାତ୍ରଙ୍କ ସୁପୁତ୍ର । ବିଏସ୍ଏସ୍, ଏମ୍, ଏଲ୍ ଏଲ୍‌ବି କରିବା ପରେ ବ୍ୟବସାୟ ସହ ସମାଜସେବା କରିଆସୁଛନ୍ତି କୃଷ୍ଣଚନ୍ଦ୍ର। ତାଙ୍କ ପତ୍ନୀ ଅନୁରାଧା ଦେବତା ବି ଜଣେ ଉଦ୍ୟୋଗୀ। ଡା. ମହାପାତ୍ର ୧୯୮୭ରେ ଏବିଭିପିର ସକ୍ରିୟ କାର୍ଯ୍ୟକର୍ତ୍ତା ଥିଲେ। ଛାତ୍ର ଜୀବନରୁ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଓ ବିଶ୍ବହିନ୍ଦୁ ପରିଷଦ ସହ ଜଡ଼ିତ ଥିଲେ । ୧୯୯୫ରୁ ବିଜେପିରେ ସାମିଲ ହୋଇ ପ୍ରତ୍ୟକ୍ଷ ରାଜନୀତିରେ ପାଦ ଦେଇଥିଲେ । ପରବର୍ତ୍ତୀ ସମୟରେ ସେ ୨ ଥର ବିଜେପିର ଜିଲ୍ଲା ସାଧାରଣ ସମ୍ପାଦକ ଓ ୨ ଥର ଜିଲ୍ଲା ସଭାପତି ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ଜିଲ୍ଲା ସଭାପତି ଥିବାବେଳେ ୨୦୧୭ରେ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପି ୫୪ରୁ ୪୯ ଆସନ ହାସଲ କରି ରେକର୍ଡ କରିଥିଲା ୨୦୧୯ରେ ସେ ମୋରଡ଼ା ବିଧାନସଭା ଆସନରୁ ନିର୍ବାଚନ ଲଢ଼ି ବିଜେଡିର ରାଜକିଶୋର ଦାସଙ୍କଠାରୁ ପରାସ୍ତ ହୋଇଥିଲେ କୃଷ୍ଣଚନ୍ଦ୍ର । ତେବେ, ତାଙ୍କ ନେତୃତ୍ବରେ ଲଢ଼ିଥିବା ବିଜେପି ୯ରୁ ୬ଟି ଆସନ ହାତେଇଥିଲା। ୨୦୧୯ ନିର୍ବାଚନ ପରେ ସେ ରାଜ୍ୟ ବିଜେପି ସହରାଞ୍ଚଳ କମିଟିର ସଂଯୋଜକ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ । ଚଳିତ ନିର୍ବାଚନରେ ସେ ପୂର୍ବତନ ବିଧାୟକ ରାଜକିଶୋର ଦାସଙ୍କ ପତ୍ନୀ ପ୍ରୀତିନନ୍ଦା କାନୁନ୍‌ଗୋଙ୍କୁ ପରାସ୍ତ କରି ପ୍ରଥମଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ସେ ଆଦର୍ଶ ମାନନ୍ତି । ସେ ମୟୂରଭଞ୍ଜର ଜିଲ୍ଲା ସଭାପତି ଥିବା ସମୟରେ ସେଠାରେ ବିଜେପି ଭଲ ପ୍ରଦର୍ଶନ କରିଥିଲା। ୨୦୨୩ ଠାରୁ ସେ ଦଳର ରାଜ୍ୟ ସମ୍ପାଦକ ରହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking