27.1 C
Bhubaneswar
Sunday, June 15, 2025
Homeଓଡିଶାଜାଣନ୍ତୁ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ

ଜାଣନ୍ତୁ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ

ଭୁବନେଶ୍ୱର : ଛତିଶଗଡ଼ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ସୁପୁତ୍ର ହେଉଛନ୍ତି ପୃଥୀରାଜ ହରିଚନ୍ଦନ। ବିଜେଡି-ବିଜେପି ମେଣ୍ଟ ସରକାରରେ ବିଶ୍ବଭୂଷଣ ଥିଲେ ପ୍ରଭାବଶାଳୀ ମନ୍ତ୍ରୀ। ବାପା ବିଶ୍ବଭୂଷଣ ହରିଚନ୍ଦନ ଛତିଶଗଡ଼ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିବା ବେଳେ ତାଙ୍କର ବଡ଼ପୁଅ ପୃଥ୍ବୀରାଜ ହରିଚନ୍ଦନଙ୍କୁ ନୂଆ ବିଜେପି ସରକାରରେ କ୍ୟାବିନେଟ୍ ମନ୍ତ୍ରୀର ଦାୟିତ୍ବ ମିଳିଛି। ଗଲା ୨୦୧୯ ନିର୍ବାଚନରୁ ବିଭୂତି ରାଜନୀତିରୁ ଦୂରେଇ ଯାଇଥିଲେ ଏବଂ ପୁତୁରା ପୃଥ୍ବୀରାଜ ହରିଚନ୍ଦନଙ୍କୁ ଚିଲିକାର ମଇଦାନ ଛାଡ଼ିଥିଲେ। ପ୍ରଥମ ପ୍ରତିଦ୍ଵନ୍ଦିତାରେ ପୃଥୀରାଜଙ୍କୁ ପରାଜିତ ହେବାକୁ ପଡ଼ିଥିଲା। ତତ୍କାଳୀନ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କଠାରୁ ସେ ପରାଜିତ ହୋଇଥିଲେ। ପରାଜିତ ପରେ ବିଜେପିର କେନ୍ଦ୍ର ନେତୃତ୍ବ ତାଙ୍କୁ କୋଚିନ୍ ସିପ୍ ୟାର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲେ। ପୃଥୀରାଜଙ୍କ ନେତୃତ୍ବ ରାଜ୍ୟ ରାଜନୀତିରେ ବି ପ୍ରତିଫଳିତ ହୋଇଥିଲା। ଚଳିତ ସାଧାରଣ ନିର୍ବାଚନରେ ପୃଥ୍ବୀରାଜ ଦ୍ବିତୀୟ ବାର ବିଜେପିରୁ ଟିକେଟ୍ ପାଇ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ସେ ବିଜେଡିର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ସହ ପ୍ରତିଦ୍ଵନ୍ଦିତା କରି ୪୪୫୫ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ସେ ପ୍ରଥମଥର ବିଧାୟକ ହୋଇଥିଲେ ହେଁ ବିଜେପି ତାଙ୍କ ଉପରେ ଅତୁଟ ଭରସା କରିଛି ତାଙ୍କୁ ମୋହନଙ୍କ ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ୍ ପାହ୍ୟା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking