32.1 C
Bhubaneswar
Friday, June 21, 2024
Homeଓଡିଶାଜାଣନ୍ତୁ ମନ୍ତ୍ରୀ ଗୋକୁଳାନନ୍ଦ ମଳିକଙ୍କୁ

ଜାଣନ୍ତୁ ମନ୍ତ୍ରୀ ଗୋକୁଳାନନ୍ଦ ମଳିକଙ୍କୁ

ଭୁବନେଶ୍ୱର : ବ୍ଲକ୍ ଅଧ୍ୟକ୍ଷରୁ ରାଷ୍ଟ୍ରମନ୍ତ୍ରୀ ହେଲେ ପୋଲସରା ବିଧାୟକ ଗୋକୁଳାନନ୍ଦ ମଲ୍ଲିକ । ବୁଗୁଡ଼ା ବ୍ଲକ୍‌ ସଂକୁରୁ ପଞ୍ଚାୟତ ଅନ୍ତର୍ଗତ ଘୋଳପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଗୋକୁଳା ନନ୍ଦ ମଳିକ । ଚାଷୀ ପରିବାରରେ ଜନ୍ମ ନେଇଥିବା ଗୋକୁଳାନନ୍ଦ ନିଜ ଗ୍ରାମରେ ପ୍ରାଥମିକ ଶିକ୍ଷା ଓ ନଗୁଡୁ ହାଇସ୍କୁଲରୁ ମାଟ୍ରିକ୍‌ ପାସ୍‌ କଲା ପରେ ଭୁବନେଶ୍ୱରରୁ ଉଚ୍ଚଶିକ୍ଷା ଲାଭ କରିଥିଲେ । ଉଚ୍ଚଶିକ୍ଷା ସମାପ୍ତ ପରେ ସେଠାରେ ହିଁ ନିଜର ବ୍ୟବସାୟ ଆରମ୍ଭ କରିଥିଲେ। ରାଜନୀତିରେ ରୁଚି ରଖିଥିବାରୁ ୨୦୧୧ ମସିହାରେ ସେ ଗାଁକୁ ଫେରି ଆସି କଂଗ୍ରେସ ଦଳରେ ଯୋଗଦେଇଥିଲେ। ବୁଗୁଡ଼ା ବ୍ଲକ୍‌ରେ ଦୁର୍ବଳ ହୋଇପଡ଼ିଥିବା କଂଗ୍ରେସ ଦଳକୁ ସଜାଡି ସଂକୁରୁ ପଞ୍ଚାୟତରୁ ସମିତି ସଭ୍ୟ ଭାବେ ବିଜୟ ଲାଭ କରିଥିଲେ। ୨୦୧୨ମସିହାରେ ସେ ବୁଗୁଡ଼ା ବ୍ଲକ୍‌ ଅଧକ୍ଷ ଭାବେ ଦାୟିତ୍ୱ ନେଇଥିଲେ। ତେବେ, ୨୦୧୪ ମସିହା ସାଧାରଣ ନିର୍ବାଚନରେ କଂଗ୍ରେସ ଦଳରୁ ଟିକେଟ୍‌ ପାଇ ପୋଲସରା ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାଜିତ ହେବାପରେ ବିଜେପିରେ ସାମିଲ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଟିକେଟ୍‌ରୁ ପୋଲସରାର ବିଧାୟକ ପ୍ରାର୍ଥୀ ଭାବେ ଲଢ଼ି ପରାଜିତ ହୋଇଥିଲେ। ଲଗାତାର ଦୁଇଥର ପରାଜିତ ହେବାପରେ ମଧ୍ୟ ଧୈର୍ଯ୍ୟ ନହରାଇ ଚଳିତ ନିର୍ବାଚନରେ ତାଙ୍କ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଶ୍ରୀକାନ୍ତ ସାହୁଙ୍କୁ ୨୦ହଜାରରୁ ଅଧିକ ଭୋଟରେ ପରାଜିତ କରିଛନ୍ତି ଗୋକୁଳାନନ୍ଦ । ଜନମାନସରେ ପରିଚିତ ମିଟୁ ଭାଇ ତଥା ଗୋକୁଳଙ୍କୁ ପ୍ରଥମ ଥର ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି । ତୃଣମୂଳ ସ୍ତରରୁ ରାଜନୀତି କ୍ୟାରିଅର ଗଢ଼ି ଆସିଥିବା ଗୋକୁଳାନନ୍ଦ ଘୁମୁସର ସାଙ୍ଗଠନିକ ଜିଲ୍ଲା ବିଜେପି ସଭାପତି ମଧ୍ୟ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking