29.1 C
Bhubaneswar
Wednesday, June 26, 2024
Homeଓଡିଶାକଳିଙ୍ଗନଗର ଏ. ଡି. ଏମ. ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏ. ଆଇ. ୟୁ. ଟି. ୟୁ....

କଳିଙ୍ଗନଗର ଏ. ଡି. ଏମ. ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏ. ଆଇ. ୟୁ. ଟି. ୟୁ. ସି. ପକ୍ଷରୁ ବିକ୍ଷୋଭ

ଯାଜପୁର : ଏ. ଆଇ ୟୁ ଟି ୟୁ ସି ସର୍ବ ଭାରତୀୟ କମିଟି ପକ୍ଷରୁ ଆହୁତ ଡିସେମ୍ବର ୧୫ରୁ ୨୧ ପ୍ରତିବାଦ ସପ୍ତାହ ଅବସରରେ ଆଜି ସ୍ଥାନୀୟ କଳିଙ୍ଗନଗର ଏ. ଡି. ଏମ. ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଏକ ଶ୍ରମିକ ବିକ୍ଷୋଭ ପ୍ରଦର୍ଶନ କରା ଯାଇଛି |ସମସ୍ତ ବେକାରଙ୍କୁ ସ୍ଥାୟୀ ନିଯୁକ୍ତି, କାମ କରିବାର ଅଧିକାର କୁ ସାମ୍ବିଧାନିକ ସ୍ୱୀକୃତି ଦେବା, ବିଦ୍ୟୁତ ସଂଶୋଧନ ବିଲ ୨୦୨୨ କୁ ପ୍ରତ୍ୟାହାର କରିବା, ପ୍ରିପେଡ ସ୍ମାର୍ଟ ମିଟର ଲଗାଇବା ବନ୍ଦ କରିବା , ସର୍ବନିମ୍ନ ମାସିକ ପେନସନ ଦଶହଜାର ଟଙ୍କା,ସମସ୍ତ ପେନସନ ଧାରିଙ୍କୁ ପ୍ରଦାନ କରିବା, ଜାତୀୟ ସର୍ବନିମ୍ନ ମାସିକ ମଜୁରୀ ୨୮ହଜାର ଟଙ୍କା, ଅତ୍ୟାବଶ୍ୟକ ସାମଗ୍ରୀ ର ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା, ଆଶା, ପାଚିକା ଓ ଅଙ୍ଗନବାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ର ମାନ୍ୟତା ଦେବା ଆଦି ୨୪ ଦଫା ଦାବିରେ ଆଜି ଶ୍ରମିକ କର୍ମଚାରୀ ମାନେ ଗୋପବନ୍ଧୁ ଛକରୁ ଏକ ଶୋଭାଯାତ୍ରା ରେ ବାହାରି ଏ. ଡି. ଏମ. ଅଫିସ ସମ୍ମୁଖରେ ପହଂଚି ପ୍ରତିବାଦ ସଭା କରିଥିଲେ | ଏ. ଆଇ. ୟୁ ଟି ୟୁ ସି ର ଯାଜପୁର ଜିଲ୍ଲା ସମ୍ପାଦକ ସୁରେଶ ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ସଭାରେ ଯୋଗଦେଇ ସଂଗଠନର ରାଜ୍ୟ ସମ୍ପାଦକ ଶ୍ରମିକ ନେତା ଜୟସେନ ମେହେର ଓ ରାଜ୍ୟ କମିଟି ସଭ୍ୟ ସୁରେନ୍ଦ୍ର ମଲ୍ଲିକ ବକ୍ତବ୍ୟ ପ୍ରଦାନ କରି ସରକାର ମାନଙ୍କ ଶ୍ରମିକ ମାରଣ ନୀତି ର ତୀବ୍ର ସମାଲୋଚନା କରିଥିଲେ | ଶ୍ରମିକ ନେତା ରାଜ କିଶୋର ମହାନ୍ତ, ଶଙ୍କର ମାରାଣ୍ଡି ଙ୍କ ନେତୃତ୍ୱରେ ଏକ ପ୍ରତିନଧି ଦଳ ଏ. ଡି. ଏମ. ଙ୍କୁ ଭେଟି ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking