28.1 C
Bhubaneswar
Monday, December 15, 2025
Homeଓଡିଶାକିସ୍ ଛାତ୍ର ମୃତ୍ୟୁ: ଶିଶୁ ସୁରକ୍ଷା ଆୟୋଗଙ୍କ ଚିଠି

କିସ୍ ଛାତ୍ର ମୃତ୍ୟୁ: ଶିଶୁ ସୁରକ୍ଷା ଆୟୋଗଙ୍କ ଚିଠି

ଭୁବନେଶ୍ୱର: କିସ୍ ଛାତ୍ର ମୃତ୍ୟୁ ପ୍ରସଙ୍ଗରେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗଙ୍କ ଚିଠି । କିସ୍ ପ୍ରିନ୍ସିପାଲ୍‌ଙ୍କୁ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଚିଠି ଲେଖିଛନ୍ତି । ଖୋର୍ଦ୍ଧା ଓ କେନ୍ଦୁଝର ଜିଲ୍ଲାପାଳଙ୍କ ସହ ଚାଇଲ୍ଡ ଲାଇନକୁ ମଧ୍ୟ ଚିଠି ଲେଖାଯାଇଛି । ଚିଠିକୁ ନେଇ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ସଦସ୍ୟା ମନ୍ସ୍‌ିତା ଖୁଣ୍ଟିଆଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ଯେ କେମିତି ଓ କେଉଁ ପରିସ୍ଥିତିରେ ପିଲାଟିର ମୃତ୍ୟୁ ହେଲା ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ପିଲାର ସ୍ୱାସ୍ଥ୍ୟ ଖରାପ ଥିବାବେଳେ ପରିବାରକୁ କାହିଁକି ଅବଗତ କରାଗଲାନି । ମୃତ୍ୟୁ ପରେ ଭୁବନେଶ୍ୱରରେ ପୋଷ୍ଟମର୍ଟମ କରାନଯାଇ କାହିଁକି ପଠାଇ ଦିଆଗଲା । ଜବାବ ତଲବ କରାଯାଇଛି, ଅତିଶୀଘ୍ର ତଥ୍ୟ ଦେବା ପାଇଁ କୁହାଯାଇଛି । ୨ ଦିନ ପରେ ଆୟୋଗ ପକ୍ଷରୁ ଏକ ଟିମ୍ କିସ୍ ଘଟଣା ଅନୁଧ୍ୟାନ କରିବେ । ତ୍ରୁଟି ଜଣାପଡିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

 କିସ ଛାତ୍ର ମୃତ୍ୟୁ: ନିଜ ଆଡୁ ମାମଲା କରିବ ଓଏସସିପିସିଆର

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking