26.1 C
Bhubaneswar
Friday, March 29, 2024
Homeଓଡିଶାରାଜ୍ୟ କଳିକୁ ନେଇ କଂଗ୍ରେସର ସମାଲୋଚନା*

ରାଜ୍ୟ କଳିକୁ ନେଇ କଂଗ୍ରେସର ସମାଲୋଚନା*

*ଅପାରଗ ସରକାର, ଅପରିଣାମଦର୍ଶୀ ନିଷ୍ପତି, ଲୋକେ ହନ୍ତସନ୍ତ : କଂଗ୍ରେସ*

ଭୁବନେଶ୍ୱର – ନୀତି ଆୟୋଗର ସଦ୍ୟ ପ୍ରକାଶିତ ରିପୋର୍ଟକୁ ନେଇ ରାଜ୍ୟ ଓ କେନ୍ଦ୍ର ଶାସନରେ ଥିବା ଦୁଇ ରାଜନୈତିକ ଦଳ ଭିତରେ ବାଦୀପାଲା ସଦୃଶ ତର୍କ ଚାଲିଥିବା ଦେଖାଦେଉଛି । ସେହି ପ୍ରସଙ୍ଗରେ ପାଲାର ଶ୍ରୀ ପାଳିଆମାନେ

ଗାଇଥିବା ପଂକ୍ତି ତୁ ତ ମତୁରୀ ମୁଁ ତ ମୁତୁରୀ ହେଁସ କାହିଁପାଇଁ ଧୋଇବା ମନେପଡ଼ିଯାଉଛି । ଦେଶର ଜନସାଧାରଣ ଦୀର୍ଘ

୬୦ବର୍ଷର ସରକାରକୁ ଶାସନରୁ ହଠାଇ, ଆଛାଦିନ ଆସିବ ଭାବି ଭାଜପାକୁ ୬୦ମାସ ସୁଯୋଗ ଦେଇ କେବଳ ପ୍ରତାରିତ

ହେଲେ । ଲୋକେ ପୁର୍ନବାର ଯେଉଁ ସୁଯୋଗ ଦେଲେ ଏଥିରେ ବାସ୍ତବ ସ୍ଥିତି ଅପେକ୍ଷା ରାମମନ୍ଦିର ଧର୍ମକୁ ନେଇ ବିଷମଭାବେ,

ଧାରା ୩୭୦କୁ କବର ଦେବା ଆଦି ସମ୍ବାଦ ଦେଖି ଲୋକେ ବାସ୍ତବ ସ୍ଥିତି ଠାରୁ ଦୁରେଇ ଯାଇଥିଲେ । ଆଶାତିତ ଭାବେ

ଭାଜପାକୁ ଭୋଟ ଦେଲେ କିନ୍ତୁ ପ୍ରଥମ ପାଳି ୬୦ ମାସ ପୂରଣ ହେବା ସତ୍ୱେ ଆଛାଦିନ ନଆସିବ କାହାର ଅପାରଗତାକୁ

ସୂଚାଉଛି? କଳାଟଙ୍କା ପ୍ରତ୍ୟାବର୍ତନ ପ୍ରତିଶ୍ରୁତି ଭୂଲିଗଲେ ଏବଂ ଦେଶରୁ ବିଭିନ୍ନ ବ୍ୟାଙ୍କରୁ ୫ ଲକ୍ଷ କୋଟି ଗାୟବ କରି ମୋଦୀଙ୍କ

ବନ୍ଧୁମାନେ ବିଦେଶକୁ ଚମ୍ପଟ ମାରିଲେ । ସେହିପରି ଓଡ଼ିଶାଭଳି ରାଜ୍ୟରେ ଦୁର୍ନୀତିମୁକ୍ତ ସ୍ୱଚ୍ଛ ଶାସନର ପ୍ରତିଜ୍ଞା କରି ନବୀନ

ପଟ୍ଟନାୟକ ପାଂଚ ପାଂଚ ଥର କ୍ଷମତା ହାସଲ କରିଛନ୍ତି । ଏହି ଦୁଇ ରାଜନୈତିକ ଦଳ ଓ ତାଙ୍କର ନେତାଙ୍କୁ *୭ଟି ପ୍ରଶ୍ନ ପଚାରିଛନ୍ତି ଆଜିର ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋ ।*

*୧*. ଯେଉଁ ଆଧାର ବା ମାପକାଠିକୁ ନେଇ ସରକାରୀ, ବେସରକାରୀ ଓ ଅଭିଜ୍ଞ କ୍ଷାତିସମ୍ପନ୍ନ ଜାତୀୟ ଆର୍ନ୍ତଜାତୀୟ ସଂସ୍ଥାମାନେ

ବିଭିନ୍ନ ସମୟରେ ଦୁଇ ସରକାରଙ୍କ ପାରଙ୍ଗମତା ଓ ଅପରାଗତା ଉପରେ ତଥ୍ୟ ରଖିଛନ୍ତି, ସେ ସବୁକୁ ବିଶ୍ୱାସ କରନ୍ତି ନା

ନାହିଁ ? ଅର୍ଥାତ ସେଥି ମଧ୍ୟରୁ ନୀତି ଆୟୋଗ, ସିଏମ୍‌ଆଇଇ, ଆରଏସଓ, ଏନ୍‌ଏସ୍‌ଏସ୍‌ଓ, ଅକସ୍‌ଫାମ, ଆଇଏଲଓ,

ଅଜିମ୍‌ପ୍ରେମଜୀ ବିଶ୍ୱାବିଦ୍ୟାଳୟ ତଥା ବିଭିନ୍ନ ବ୍ୟାଙ୍କର ଗବେଷଣାତ୍ମକ ତଥ୍ୟରୁ ଯେଉଁ ସତ୍ୟ ସାମନାକୁ ଆସୁଛି ତାହା

ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଶ୍ୱାସ ଅଛିତ? ଯେଉଁ ତଥ୍ୟ ଉପରେ ଉଭୟ ସରକାରଙ୍କର ବିଶ୍ୱାସ ଓ

ଭରଷା ଅଛି କିମ୍ବା ଯେଉଁ ଗୁଡ଼ିକୁ ତାଙ୍କୁ ସୁହାଉଛି ଅବା ସୁହାଉ ନାହିଁ ତାହା ସର୍ବସାଧାରଣରେ ସ୍ପଷ୍ଟ ଭାବେ ପ୍ରକାଶ

କରିବେ କି? ଏ ସମ୍ପର୍କରେ ସ୍ପଷ୍ଟୋକ୍ତି ଆସିଲେ ଦେଶର କ୍ରମାଗତ ଅଧୋଗତି ପାଇଁ ବିଜ୍ଞ ବ୍ୟକ୍ତିମାନେ ଉଭୟ ସରକାରଙ୍କୁ

ପ୍ରଶ୍ନ କରିପାରିବେ ।

*୨*. ଉଭୟ ସରକାର ଓ ସରକାରରେ ଥିବା ଦଳ ନିଜ ନିଜର ଅପାରଗତା ଘୋଡ଼ାଇବା ପାଇଁ ଆଉ କେତେବର୍ଷ କଂଗ୍ରେସ ଓ

ତାର ନେତାମାନଙ୍କୁ ଦୋଷ ଦେଇ ଚାଲିବେ? ରାଜ୍ୟରେ ବିଜୁଜନତା ଦଳର ଶାସନ, କଂଗ୍ରେସର ନିରଂକୁଶ ଓ ନିରବଛିନ୍ନ

ଶାସନ ଠାରୁ ଅଧିକ ସମୟ ହେଲଣି ଓ କେନ୍ଦ୍ରରେ ଥିବା ମୋଦି ସରକାର ୬୦ମାସ ମାଗିଥିବା ବେଳେ ୧୨୦ ମାସ

ସୁଯୋଗ ପାଇଲେଣି । ସେଥିରୁ ୮୦ ମାସ ଟପିଯିବା ସତ୍ୱେ ସ୍ଥିତି ସୁଧୁରିବା ପରିବର୍ତେ ବିଗିଡ଼ିବାରେ ଲାଗିଛି । ଭାରତର

ସ୍ଥିତି ବିଶ୍ୱର ୧୯୩ ଦେଶମାନଙ୍କ ମଧ୍ୟରୁ ୧୧୭ତମ ସ୍ଥାନରେ ଅଛି ଓ ପଡ଼ୋଶୀ ଦେଶ ବାଙ୍ଗଲାଦେଶ, ନେପାଳ,

ଭୁଟାନ, ଶ୍ରୀଲଙ୍କା ଓ ପାକିସ୍ଥାନ ଆଦି ଆମ ଠାରୁ ଢ଼େର ଭଲ ସ୍ଥିତିରେ ଅଛନ୍ତି ।

*୩*. କେଉଁ ଆଧାରରେ ଗତ ୮୦ ମାସରେ ରାଜ୍ୟ ସରକାର କେନ୍ଦ୍ର ଠାରୁ ପୁରସ୍କାର ଓ ସାର୍ଟିଫିକେଟ ହାସଲ କରିଚାଲିଥିଲେ

ବା ସାଉଁଟିଥିଲେ? ସେହି ମାପକ ବିଶ୍ୱାସଯୋଗ୍ୟ ନା କେବଳ ସନ୍ତୁଷ୍ଟକାରୀ, ଯାହାକୁ ନେଇ ରାଜ୍ୟ ସରକାର ନିଜେ ନିଜର

ପିଠି ଥାପୁଡ଼ି ଚାଲିଥିଲେ ଓ କେନ୍ଦ୍ରର ଏକ ବିଶ୍ୱସ୍ତ ସହଯୋଗୀ ଭାବରେ କାମ କରୁଥିଲେ ତାହାର ଉତର ରାଜ୍ୟବାସୀଙ୍କ

ଆଗରେ ରଖିବେକି!

*୪*. ଏହା କଣ ଅସତ୍ୟ ଭାରତ ସରକାରଙ୍କର ପ୍ରତିଶ୍ରୁତି ଅନୁସାରେ ଗତ ୭ ବର୍ଷରେ ୧୪ କୋଟି ରୋଜଗାର ଦେବା

ପରିବର୍ତେ କରୋନା ପୂର୍ବରୁ ବେରୋଜଗାରୀ ଗତ ୪୫ ବର୍ଷର ରେକର୍ଡ ଭାଙ୍ଗି ସବୁଠୁ କମ ୬.୧ % ହୋଇଥିଲା ଏବଂ

ଏବେ କରୋନା ସମୟରେ ୧୨% ରେ ପଂହଚିଛି । ଆଜି ପଡ଼ୋଶୀ ଦେଶ ପାକିସ୍ଥାନ (୪.୫%), ବାଙ୍ଗଲା ଦେଶ

(୫.୩%) ଶ୍ରୀଲଙ୍ଗା (୪.୪୮%), ନେପାଳ (୪.୪୪%) ପ୍ରଭୁତି ଭାରତ ଠାରୁ ସୁବିଧାଜନକ ସ୍ଥିତିରେ ନାହାଁନ୍ତି କି?

*୫*. ଏହାକଣ ଅସତ୍ୟ ଦେଶରେ ମାତ୍ର ୩% ଲୋକଙ୍କର ଆୟ ହୁ ହୁ ହୋଇ ବଢ଼ିଛି ଓ ବାକି ୯୭% ଲୋକଙ୍କର ଆୟ ଖୁବ

ତଳକୁ ଖସିଛି । ସଦ୍ୟତମ ସରକାରୀ ତଥ୍ୟ ଅନୁସାରେ ଦେଶରେ ଯେଉଁ ରାଜ୍ୟରେ ଡବଲ ଇଞ୍ଜିନ୍‌ର ଶାସନ ଚାଲିଛି ସେହି

ସବୁ ରାଜ୍ୟ, ଜନତାଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ଓ ବାସଗୃହ ଆଦି ମୌଳିକ ସେବା ଯୋଗାଇ ଦେବାରେ ତଳ ଆଡ଼ୁ ଏକନମ୍ବର

ହୋଇଛନ୍ତି ।

*୬*. ଏହା କଣ ଅସତ୍ୟ ଯେ ଖାଉଟି କଂଗ୍ରେସ ସରକାର ସମୟରେ କେବେ ବି ଦୀର୍ଘ ଦିନ ଧରି ଶୋସିତ ହେଉନଥିଲେ ।

ଆଜିର ଦିନରେ ମୁଦ୍ରାସ୍ପତି ୧୨%କୁ ଟପିବାକୁ ବସିଲାଣି, ଦରଦାମ ବୃଦ୍ଧି ୨୮୦ ରୁ ୩୮୦ ଗୁଣ ବଢ଼ି ଆକାଶଛୁଆଁ

ହେଲାଣି । ପେଟ୍ରୋଲ ଓ ଡିଜେଲର ଦର ଦୁଇ ସରକାରଙ୍କ ଟିକସ ହେତୁ ଗତ ୭୦ ବର୍ଷରେ ସର୍ବାଧିକ । ଏପରିକି

ମନମୋହନ ସିଂ ଛାଡ଼ି ଯାଇଥିବା ସମୟର ମୂଲ୍ୟ ବର୍ତମାନ ଦୁଇଗୁଣ ଛୁଇଁବାକୁ ବସିଲାଣି ।

*୭*. ଦେଶର ସମୃଦ୍ଧି ଓ ବିକାଶ ଆଜି ଧୂଳି ଚାଟିଲାଣି । ଟିକସ ହାର ମାଟି ଚାଟିଲାଣି ଓ ଦେଶର ଜିଡିପି ସର୍ବକାଳୀନ ନିମ୍ନରେ

ବିଜୁକ୍ତାତ୍ମକ ଭାବେ (-୭.୩%) ରେ ପଂହଚିଛି ଓ ଆସନ୍ତା ବର୍ଷ ୨୦୨୧-୨୨ ରେ ମଧ୍ୟ ତାହାର ପୁନରାବୃତି ଘଟିବ ଏହା

କ’ଣ ଅସତ୍ୟ ଅଟେକି? ୨୦୧୪-୧୫ ଆର୍ଥିକ ବର୍ଷରେ ଦେଶର ଅର୍ଥନୈତିକ ସମୃଦ୍ଧି ଉପରମୁହାଁ ହୋଇଥିବା ବେଳେ

୨୦୧୬-୧୭ ମସିହାରେ ନୋଟବନ୍ଦି ପରେ କ୍ରମାଗତ ଭାବରେ ନିମ୍ନଗାମୀ ହୋଇଚାଲିଛି । ବିମୁଦ୍ରାୟନ, ଜିଏଷ୍ଟି ଆଇନ

ଭଳି ଅନେକ ବିବାଦିୟ ଆଇନକୁ ପାରିତ କରିବାରେ ରାଜ୍ୟ ବିଜେଡ଼ି ସରକାର କେନ୍ଦ୍ର ବିଜେପି ସରକାରଙ୍କୁ ଅକୁଣ୍ଠ

ସମର୍ଥନ ଯୋଗାଇ ଦେଇନାହିଁକି? ଗୋଦରୀଲୋ ନିଜ ଗୋଡ଼କୁ ଅନା ନ୍ୟାୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଜର

ଅପରିଣାମଦର୍ଶୀ ନିଷ୍ପତି ଓ ଅପାରଗତାକୁ ତର୍ଜମା କରିବେକି? ଉଭୟ ସରକାର ଆଜି ସାଧାରଣ ଜନତାଙ୍କ

ପେଟକାଟିଛନ୍ତି ଓ ପକେଟ ବି କାଟିଛନ୍ତି ।

ଏ ୭ଟି ପ୍ରଶ୍ନର ଉତର ରାଜ୍ୟର ଜନତାଙ୍କ ସାମନାରେ ରଖିବା ପାଇଁ ପ୍ରଦେଶ କଂଗ୍ରେସ ତରଫରୁ ବରିଷ୍ଠ କଂଗ୍ରେସ ନେତା

ପଂଚାନନ କାନୁନଗୋ ଉଭୟ ବିଜେପି ଓ ବିଜେଡ଼ିକୁ ଆହ୍ୱାନ ଦେଇଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମଳନୀରେ

ମନୋରଞ୍ଜନ ଦାଶ, ପ୍ରଶାନ୍ତ ଶତପଥି, ରଜନୀ ମହାନ୍ତି ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking