29.1 C
Bhubaneswar
Wednesday, June 4, 2025
Homeମନୋରଞ୍ଜନବିଶ୍ୱର ଧନୀ ସେଲିବ୍ରିଟି ତାଲିକାରେ କିଙ୍ଗ ଖାନ୍‌ ଶାହାରୁଖ

ବିଶ୍ୱର ଧନୀ ସେଲିବ୍ରିଟି ତାଲିକାରେ କିଙ୍ଗ ଖାନ୍‌ ଶାହାରୁଖ

ମୁମ୍ବାଇ: ବିଶ୍ୱର ଧନୀ ସେଲିବ୍ରିଟି ତାଲିକାରେ କିଙ୍ଗ ଖାନ୍‌ ଶାହାରୁଖ । ଚତୁର୍ଥ ସ୍ଥାନରେ ଅଛନ୍ତି ଶାହାରୁଖ ଖାନ୍‌ । ତାଙ୍କ ପାଖରେ ରହିଛି ମୋଟ୍‌ ୭୭୦ ମିଲିୟନ୍‌ ଡଲାର ବା ୬ହଜାର ୨୫୯ କୋଟି ଟଙ୍କା ସମ୍ପତ୍ତି । ବିଶ୍ୱର ସବୁଠୁ ଧନୀ ଅଭିନେତା ତାଲିକାର ଶୀର୍ଷ ୧୦ ଜଣଙ୍କ ଭିତରେ କିଙ୍ଗ ଖାନ୍‌ ଅଛନ୍ତି । ଏହି ତାଲିକାରେ ଡାଏନ୍‌ ଜନସନ୍‌, ଟମ୍‌ କ୍ରୁଜ୍‌, ଜର୍ଜ କ୍ଲୁନି, ଜେରି ସେନଫେଲଡଙ୍କ ଭଲି ହଲିଉଡ୍‌ ସେଲିବ୍ରିଟି ବି ଅଛନ୍ତି ।

ତାଲିକାରେ ଏକମାତ୍ର ଭାରତୀୟ ଅଭିନେତା ଭାବରେ ଅଛନ୍ତି ଶାହାରୁଖ ଖାନ୍‌ । ସେ ହୋଇଛନ୍ତି ବିଶ୍ୱର ଚତୁର୍ଥ ଧନୀ ଅଭିନେତା ଓ ଭାରତରେ ସବୁଠୁ ଧନୀ ସେଲିବ୍ରିଟି । ଟମ୍‌ କ୍ରୁଜ୍‌ ଓ ଜ୍ୟାକି ଚେନଙ୍କୁ ବି ପଛରେ ପକାଇଛନ୍ତି ଶାହାରୁଖ ଖାନ୍‌ । ତାଲିକର ପ୍ରଥମ ସ୍ଥାନରେ ଅଛନ୍ତି ଆମେରିକାନ୍‌ କମେଡିଆନ୍‌ ଜେରି ସେନ୍‌ଫେଲଡ ଓ ଟେଲର ପେରୀ । ସେମାନଙ୍କ ପାଖରେ ଅଛି ହଜାରେ ମିଲିୟନ ଡଲାର ସମ୍ପତ୍ତି । ତାଙ୍କ ପଛରେ ତୃତୀୟ ସ୍ଥାନରେ ଅଛନ୍ତି ଡାଏନ୍‌ ଜନସନ୍‌ । ତାଙ୍କ ସମ୍ପତ୍ତିର ପରିମାଣ ୮୦୦ ମିଲିୟନ୍‌ ଡଲାର । ବଲିଉଡରେ ବହୁ କୋଟିପତି ଅଭିନେତା ଓ ଅଭିନେତ୍ରୀ ଅଛନ୍ତି । ବିଗ୍‌ ବି ଅମିତାଭ ବଚ୍ଚନ, ସଲମାନ୍‌ ଖାନ୍‌, ହ୍ରିତିକ ରୋଶନ, ଅକ୍ଷୟ କୁମାର ହଜାର ହଜାର କୋଟି ଟଙ୍କାର ମାଲିକ ।

ତେବେ ‘କିଙ୍ଗ୍ ଅଫ୍ ରୋମାନ୍ସ’ ଶାହାରୁଖ ଗତ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଇଣ୍ଡଷ୍ଟ୍ରିରେ ରହିଆସିଛନ୍ତି ଏବଂ ଅନ୍ୟ ଅଭିନେତାମାନେ ନିଜ ଜୀବନରେ ଯାହା କରିପାରି ନାହାଁନ୍ତି ତାହା ହାସଲ କରିଛନ୍ତି ଶାହାରୁଖ। କେବଳ ଭାରତରେ ନୁହେଁ, ସେ ବିଭିନ୍ନ ଦେଶରେ ମଧ୍ୟ ଲୋକପ୍ରିୟତା ହାସଲ କରିଛନ୍ତି। ତେବ ପ୍ରକାଶିତ ୱାର୍ଲ୍ଡ ଅଫ୍ ଷ୍ଟାଟିଷ୍ଟିକ୍ସ ତଥ୍ୟ ଅନୁଯାୟୀ ଶାହରୁଖ ଖାନ ଦୁନିଆର ଚତୁର୍ଥ ଧନୀ ଅଭିନେତା ହୋଇଥିବାବେଳେ ଆମେରିକୀୟ ହାସ୍ୟ ଅଭିନେତା ଜେରି ସେନଫେଲଡ ସବୁଠାରୁ ଧନୀ ଅଟନ୍ତି। ଯାହାଙ୍କର ସମ୍ପତ୍ତି ୧ ବିଲିୟନ ଡଲାର।

ଧନୀ ସେଲିବ୍ରିଟି ତାଲିକାରେ କିଙ୍ଗ ଖାନ୍‌ ଶାହାରୁଖ ରହିବା କିଛି କୌଣସି ଆଶ୍ଚର୍ଯ୍ୟଜନକ ନୁହେଁ। କାରଣ ଶାହାରୁଖ ତାଙ୍କ ପରିବାର ସହିତ ସବୁଠାରୁ ମହଙ୍ଗା ବଙ୍ଗଳାରେ ରୁହନ୍ତି। ଶାହାରୁଖଙ୍କ ଘର ସନ୍ନତ ର ମୂଲ୍ୟ ୨୦୦ କୋଟି ଟଙ୍କା ଥିବା ଜଣାଯାଇଛି। ଅନ୍ୟପକ୍ଷରେ ଅଭିନେତାଙ୍କ ଭ୍ୟାନିଟି ଭ୍ୟାନ୍ ମୂଲ୍ୟ ୫ କୋଟି ବୋଲି ଜଣାଯାଇଛି। ଏହା ବଲିଉଡର ସବୁଠାରୁ ବିଳାସପୂର୍ଣ୍ଣ ଭ୍ୟାନିଟି ଭ୍ୟାନ ମଧ୍ୟରୁ ଅନ୍ୟତମ।

ତେବେ ଶାହରୁଖ ଖାନ ତାଙ୍କର ଆଗାମୀ ଆକ୍ସନ୍-ଥ୍ରୀଲର ଚଳଚ୍ଚିତ୍ର ପଠାନ୍ ସହିତ ଚାରି ବର୍ଷ ପରେ ବଡ ପରଦାକୁ ଫେରିବାକୁ ଯାଉଛନ୍ତି। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଦୀପିକା ପାଦୁକୋନ ଏବଂ ଜନ୍ ଅବ୍ରହାମ ମଧ୍ୟ ଅଭିନୟ କରିଛନ୍ତି। ନିକଟରେ ନିର୍ମାତାମାନେ ଫିଲ୍ମର ବହୁ ପ୍ରତୀକ୍ଷିତ ଟ୍ରେଲର ମଧ୍ୟ ରିଲିଜ୍ କରିଥିଲେ ଯାହା ସଙ୍ଗେ ସଙ୍ଗେ ଭାଇରାଲ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking