ନୂଆଦିଲ୍ଲୀ: ପରକୀୟା ପ୍ରୀତି ପାଇଁ ପୁଣି ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ । ହତ୍ୟା କରି ଏକ ଡ୍ରମରେ ରଖିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଜଙ୍ଗଲକୁ ନେଇଥିଲା ସ୍ୱାମୀ । ହେଲେ ସଫଳ ହେଲା ନାହିଁ ନୃଶଂସ ସ୍ୱାମୀର ପ୍ରଚେଷ୍ଟା । ଚଢାଉ କରି ହତ୍ୟାକାରୀଙ୍କୁ ବାନ୍ଧିଲା ପୋଲିସ । ଦିଲ୍ଲୀ ହରିଦାସ ନଗର ଥାନା ଅଞ୍ଚଳରେ ପ୍ରେମିକାକୁ ମାରି ଫ୍ରିଜରେ ଲୁଚାଇବା ଘଟଣା ଚାରିଆଡେ ଚହଳ ପକାଇଥିବା ବେଳେ ଏବେ କର୍ଣ୍ଣାଟକର କରଓ୍ବାର ଅଞ୍ଚଳରୁ ସାମ୍ନାକୁ ଆସିଛି ଆଉ ଏକ ନୂଆ ଘଟଣା । ପୋଲିସ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା ଆରମ୍ଭ କରିଛି ।
୨ରୁ ୩ ବର୍ଷ ହେବ ଉଭୟେ ବିବାହ କରିଥିଲେ । ସ୍ୱାମୀ ତୁକାରାମ ନିଜ ୩୮ ବର୍ଷୀୟା ସ୍ତ୍ରୀ ଶାନ୍ତା କୁମାରୀ ସହ ତେରାଗାମରେ ରହୁଥିଲେ । ତେବେ ଫେବୃଆରୀ ୨୨ ତାରିଖରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ସ୍ୱାମୀର ପରକୀୟା ପ୍ରୀତି ବିଷୟରେ ଜାଣିବା ପରେ ଉଭୟଙ୍କ ମଧ୍ୟରେ ଭୟଙ୍କର ଝଗଡା ହୋଇଥିଲା । ଝଗଡା ଉଗ୍ରରୂପ ଧାରଣ କରି ପରବର୍ତ୍ତୀ ସମୟରେ ହତ୍ୟାର ରୂପ ନେଇଥିଲା । ଝଗଡ଼ାରେ ସ୍ୱାମୀ ନିଜ ରାଗ କୁ ସମ୍ଭାଳି ନପାରିବାରୁ ଅନ୍ୟ ଝିଅ ପାଇଁ ନିଜ ସ୍ତ୍ରୀ କୁ ହତ୍ୟା କରିଦେଲା ନୃଶଂସ ସ୍ୱାମୀ । ଏହାପରେ ମୃତଦେହକୁ ଏକ ଡ୍ରମରେ ଭର୍ତ୍ତି କରି ରଖିଥିଲା ।
ସେ ଏକ ଟାଟା ଏସି ଭଡାରେ ଆଣି ଡ୍ରାଇଭର ସାହାଯ୍ୟରେ ଡ୍ରମକୁ ନେଇ ଗାଡିରେ ରଖିଥିଲେ । ତେବେ ଏହା ତାଙ୍କ ପଡ଼ୋଶିମାନେ ଦେଖିଦେଇଥିଲେ ଏବଂ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ତେଣୁ ସେମାନେ ଏନେଇ ପୋଲିସକୁ ଜଣାଇଥିଲେ । ପୋଲିସରୁ ବଂଚିବା ପାଇଁ ମୃତଦେହକୁ ଜଙ୍ଗଲରେ ଫିଙ୍ଗିବାକୁ ଯାଉଥିବା ବେଳେ ସ୍ୱାମୀକୁ ବାନ୍ଧିଲା ପୋଲିସ । ହାଲିୟାଲ ଏବଂ ରାମନଗର ପୋଲିସ ରେଡ କରି ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।