28.1 C
Bhubaneswar
Friday, September 20, 2024
Homeଓଡିଶା୫୦ ଲକ୍ଷ ପାଇଁ ନାବାଳକକୁ ହତ୍ୟା

୫୦ ଲକ୍ଷ ପାଇଁ ନାବାଳକକୁ ହତ୍ୟା

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲାରେ ଆଇନଶୃଙ୍ଖଳା ଯେପରି ଭୁଶୁଡ଼ି ପଡ଼ିଛି। ନିକଟରେ ଝାରସୁଗୁଡ଼ାରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ନବଙ୍କ ହତ୍ୟାକୁ ୨ମାସ ନପୂରୁଣୁ ଝାରସୁଗୁଡ଼ାରେ ଆଉ ଏକ ନୃଶଂସ ହତ୍ୟା କରାଯାଇଛି। ତାହାପୁଣି ଜଣେ ନିରୀହ ଛାତ୍ରଙ୍କୁ। ଆଜିର ଏହି ଘଟଣା ଅତ୍ୟନ୍ତ ହୃଦୟ ବିଦାରକ।
ଝାରସୁଗୁଡା ସହରରୁ ଅପହୃତ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଭେଡେନ ଥାନା ପାଖ ଜଙ୍ଗଲରୁ ମୃତଦେହ ଉଦ୍ଧାର କରିଛି ପୋଲିସ। ଅପହରଣ ପରେ ୫୦ ଲକ୍ଷ ଟଙ୍କା ମାଗିଥିଲେ ଦୁର୍ବୃତ୍ତ। କିନ୍ତୁ ଆଜି ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ତାଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ପୋଲିସ ପ୍ରେସମିଟରେ ସୂଚନା ଦେଇଛନ୍ତି। ବରଗଡ଼ ଜିଲ୍ଲା ଭେଡେନ ଥାନା ଦେଶଭଟଲି ପାଖ ଝାଇଁଜୋର ନଦୀ ପାଖରୁ ମୃତଦେହ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ଏସ୍ପି ସ୍ମିତ ପାରମାର । ପୋଲିସ ଏନେଇ ୨ଜଣ ଅପହରଣକାରୀଙ୍କୁ ଅଟକ ରଖି ପଚରାଉଚରା ଚଳାଇଛନ୍ତି। ଅପହରଣକାରୀ ସମର୍ଥଙ୍କୁ ପୂର୍ବରୁ ଚିହ୍ନିଥିଲେ ବୋଲି ଏସପି ସୂଚନା ଦେଇଛନ୍ତି। ଆଜି ବରଗଡ଼ ଜିଲ୍ଲା ଭେଡେନ ଥାନା ଦେଶଭଟଲି ପାଖ ଝାଇଁଜୋର ନଦୀ ନିକଟରୁ ସମର୍ଥଙ୍କ ଅଧାପୋଡ଼ା ମୃତଦେହ ଉଦ୍ଧାର ହୋଇଛି । ତେବେ ଗୋଡ଼ଭଗା ପଟରୁ ଏକ ନୀଳ ରଙ୍ଗର କାରରେ ଦୁଇ-ତିନିଜଣ ବ୍ୟକ୍ତି ଘଟଣାସ୍ଥଳକୁ ଆସିଥିଲେ ଏବଂ ସମର୍ଥଙ୍କ ମୃତଦେହକୁ ପୋଡି ଚାଲିଯାଇଥିବା ଜଣାପଡିଛି । ମୃତଦେହଟି ସଂପୂର୍ଣ୍ଣ ଜଳି ପାରିନଥିଲା । ହତ୍ୟାକାରୀ ମାନେ ଦରପୋଡା ଅବସ୍ଥାରେ ସେଠାରୁ ଫେରାର ହୋଇଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking