ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଢେଙ୍କିକୋଟ ଖଣ୍ଟଘର ଗାଁରେ ଯୁବକଙ୍କୁ ହତ୍ୟା । ଘଟଣାଟି ବୁଧବାର ରାତି ପାଖାପାଖି ୧୨ଟା ସମୟରେ ଘଟିଛି । ପରେ ତାଙ୍କୁ ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।
ସେପଟେ ସୂଚନା ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ପୋଲିସ ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ଜଣାପଡିଛି । ପୋଲିସ ତଦନ୍ତ ପାଇଁ ସାଇଟିଫିକ୍ ଟିମ୍ ସହାୟତା ନେଇଛି । ପାରିପାର୍ଶ୍ୱିକ ସ୍ଥିତି ଦେଖିଲେ ଜଣାପଡୁଛି ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥାଏପାରେ ।