ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ସାଙ୍ଗ ସାଜିଲା ସଇତାନ୍ । ଭୁଲିଗଲା ବନ୍ଧୁତା । ଯେଉଁ ସାଙ୍ଗ ସହ ନିଜର ସୁଖ ଦୁଖ ବାଣ୍ଟୁଥିଲା ସେହି ସାଙ୍ଗକୁ ପିଟି ପିଟି କଲା ହତ୍ୟା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଖଣ୍ଡଗିରି ଥାନା ବାହାଦଲପୁରରେ । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ଘଟଣାର ଅଧିତ ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ହତ୍ୟାକାଣ୍ତ ଘଟିଲା ସେନେଇ ଛାନଭିନ୍ ଜାରି ରଖିଛି । ଅଭିଯୁକ୍ତ ଜଗନ୍ନାଥ ଧୀବରକୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ୍। ତେବେ, ଜଗନ୍ନାଥ ନାଁରେ ପୂର୍ବରୁ ଦୁଷ୍କର୍ମ ଓ ହତ୍ୟା ମାମଲା ରହିଥିବା ପୋଲିସ୍ ସୂଚନା ଦେଇଛି ।
ସୂଚନା ଅନୁସାରେ, ଜଗନ୍ନାଥ ଧୀବର ଓ ଅଶୋକ ସେଠୀଙ୍କ ମଧ୍ୟରେ ଦିର୍ଘ ଦିନ ହେବ ବନ୍ଧୁତା ରହିଥିଲେ। ପରପ୍ପରର ସୁଖ ଦୁଖଃରେ ସାଥ୍ ଦେଉଥିଲେ। ଏପରିକି ଜଗନ୍ନାଥର ବିପଦ ସମୟରେ ସାହାରା ସାଜୁଥିଲା ସାଙ୍ଗ ଅଶୋକ । ଭୁବନେଶ୍ୱର ଖଣ୍ଡଗିରି ଥାନା ବାହାଦଲପୁରରେ ଅଞ୍ଚଳରେ ରୁହନ୍ତି ଅଶୋକ ସେଠୀ । ଜାମିନରେ ଆସିଥିବା ଜଗନ୍ନାଥ ନିଜ ସାଙ୍ଗ ଅଶୋକଙ୍କ ପାଖକୁ ଚଳିତ ମାସ ୩ ତାରିଖରେ ଦେଖା କରିବାକୁ ଆସିଥିଲା ।
ହେଲେ ଜଗନ୍ନାଥ ନିଜ ପାଖରେ ଟଙ୍କା ନଥିବାରୁ ସାଙ୍ଗ ଅଶୋକଙ୍କୁ ଏକ ମୋବାଇଲ କିଣିବା ପାଇଁ କିଛି ଟଙ୍କା ମାଗିଥିଲା। ହେଲେ ପାଖରେ ଟଙ୍କା ନଥିବା କହିଥିଲେ ଜଗନ୍ନାଥ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏ-ଥିରେ ଅଧିକ ଉତ୍ତେଜିତ ହୋଇଯାଇଥିଲେ ଜଗନ୍ନାଥ ।