19.1 C
Bhubaneswar
Monday, November 18, 2024
Homeଓଡିଶାଏସସିବିରେ ଆରମ୍ଭ ହେଲା କିଡନୀ ପ୍ରତିରୋପଣ

ଏସସିବିରେ ଆରମ୍ଭ ହେଲା କିଡନୀ ପ୍ରତିରୋପଣ

କଟକ :କରୋନା ମହାମାରୀ ପାଇଁ ସରକାରୀ ଡ଼ାକ୍ତରଖାନା ଗୁଡ଼ିକରେ କଟକଣା ଲାଗୁ କରାଯାଇଛି । କେବଳ ଗୁରୁତର ରୋଗୀ ଚିକିତ୍ସା ପାଇଁ ସରକାର ସ୍ୱତନ୍ତ୍ର ନିର୍ଦ୍ଦେଶାନାମା ଜାରି କରାଯାଇଛି । ଏଭଳି ସମୟରେ ଗତକାଲି କଟକ ବଡ଼ ଡ଼ାକ୍ତରଖାନା ମୁତ୍ରସଲ୍ୟ ବିଭାଗରେ ଜଣେ ବ୍ୟକ୍ତିଙ୍କର କିଡ଼ନୀ ପ୍ରତିରୋପଣ କରାଯାଇଛି । ପ୍ରତିରୋପଣ ପରେ ସମ୍ପୃକ୍ତ ବ୍ୟକ୍ତି ସୁସ୍ଥ ଅଛନ୍ତି ବୋଲି ଜଣାପଡ଼ିଛି ।
ସୂଚନା ଅନୁଯାୟୀ , ଭଦ୍ରକ ଜିଲ୍ଲାର ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କର ଦୁଇଟି ଯାକ କିଡ଼ନୀ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା । କିଡ଼ନୀ ପ୍ରତିରୋପଣ ପାଇଁ ସେ କଟକ ଏସସିବିରେ ନାମ ପଞ୍ଜିକରଣ କରିଥିଲେ । ତେବେ କରୋନା କଟକଣା ପାଇଁ ପ୍ରତିରୋପଣ ସମ୍ଭବ ହୋଇପାରିନଥିଲା । ସ୍ୱାସ୍ଥ୍ୟବସ୍ଥା ଜଟିଳ ହୋଇ ପଡ଼ିବାରୁ ପରିବାର ଲୋକେ କିଡ଼ନୀ ପ୍ରତିରୋପଣ ପାଇଁ ମୁତ୍ରସଲ୍ୟ ବିଭାଗୀୟ ମୁଖ୍ୟ ତଥା ଏସସିବି ମେଡ଼ିକାଲ କଲେଜ ଡିନ ଓ ଅଧ୍ୟକ୍ଷ ପ୍ରଫେସର ଡ଼ାକ୍ତର ଦତ୍ତେଶ୍ୱର ହୋତାଙ୍କୁ କହିଥିଲେ ।
ତେବେ କରୋନା ଗାଇଡ଼ଲାଇନ ଅନୁଯାୟୀ , ପୂର୍ଣ୍ଣଚନ୍ଦ୍ରଙ୍କୁ ୧୪ ଦିନ ପାଇଁ ସଙ୍ଗରୋଧରେ ରହିବାକୁ କୁହାଯାଇଥିଲା । ସଙ୍ଗରୋଧ ଅବଧି ଶେଷ ହେବା ସମସ୍ତ ପରୀକ୍ଷା ନିରୀକ୍ଷା କରାଯାଇଥିଲା । ରିପୋର୍ଟ ନେଗେଟିଭ ଆସିବା ପରେ କିଡ଼ନୀ ପ୍ରତିରୋପଣ ହୋଇଥିଲା ।
ଡ଼ାକ୍ତର ହୋତାଙ୍କ ନେତୃତ୍ୱରେ ଏକ ଡ଼ାକ୍ତରୀ ଦଳ ୩ଘଣ୍ଟାରୁ ଉର୍ଦ୍ଧ ସମୟ ଲାଗି କିଡ଼ନୀ ପ୍ରତିରୋପଣ କରିଥିଲେ । ପ୍ରତିରୋପଣ ପରେ ଉଦ୍ଭୟ ଦାତା ଏବଂ ଗ୍ରହୀତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ଜଣାପଡ଼ିଛି ।
ସୂଚନା ଅନୁଯାୟୀ , ଏସିବିରେ ଏ ପର୍ଯ୍ୟନ୍ତ ୧୯୦ରୁ ଉର୍ଦ୍ଧ କିଡ଼ନୀ ପ୍ରତିରୋପଣ ସଫଳତାର ସହ ଶେଷ ହୋଇଛି । ଫେବୃୟାରୀ ୫ ତାରିଖରେ ରାଜ୍ୟର ପ୍ରଥମ ସରକାରୀ ମେଡ଼ିକାଲ ଭାବେ ଏସସିବିରେ କାଡାଭେରିକ ଅସ୍ତ୍ରୋପଚାର କରାଯାଇଥିଲା । ମାର୍ଚ୍ଚରେ ମଧ୍ୟ ୨ଟି କାଡାଭେରିକ ଅସ୍ତ୍ରୋପଚାର କରାଯାଇଥିଲା । ଏବେ କାଡ଼ାଭେରିକ ପଦ୍ଧତିରେ କିଡ଼ନୀ ପ୍ରତିରୋପଣ ହୋଇଥିବା ୨ଜଣ ପୁରୁଷ ଏବଂ ଜଣେ ମହିଳା ସୁସ୍ଥ ଅଛନ୍ତି । ନିୟମିତ ଭାବେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । କରୋନା କଟକଣା ପାଇଁ ଏବେ କାଡାଭେରିକ ପଦ୍ଧତିରେ ଅସ୍ତ୍ରେପଚାର ବନ୍ଦ ରହିଛି । ଏଥିମଧ୍ୟରେ ୧୦ଜଣରୁ ଉର୍ଦ୍ଧ ବ୍ୟକ୍ତି କିଡ଼ନୀ ପ୍ରତିରୋପଣ ପାଇଁ ସୋଟୋରେ ପଞ୍ଜିକରଣ କରିଛନ୍ତି । ଏନେଇ ନୋଡାଲ ଅଧିକାରୀ ପ୍ରଫେସର ଡାକ୍ତର ଚିତ୍ତରଞ୍ଜନ କର ସୂଚନା ଦେଇଛନ୍ତି । କରୋନା ସଂକ୍ରମଣ କମିବା ପରେ ପୁଣି କାଡାଭେରିକ ପଦ୍ଧତିରେ ଅସ୍ତ୍ରୋପଚାର ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking