32.1 C
Bhubaneswar
Thursday, March 28, 2024
HomeUncategorizedମୁଖ୍ୟମନ୍ତ୍ରୀ ଅବହେଳା କରିଛନ୍ତି : ଜ୍ୟୋତିରାଦିତ୍ୟ

ମୁଖ୍ୟମନ୍ତ୍ରୀ ଅବହେଳା କରିଛନ୍ତି : ଜ୍ୟୋତିରାଦିତ୍ୟ

ରାଜସ୍ଥାନ : ରାଜସ୍ଥାନ ପ୍ରସଙ୍ଗରେ ବିଜେପି ନେତା ଜ୍ୟୋତିରାଦିତ୍ୟ ଟ୍ୱିଟ୍ ଯୋଗେ ନିଜର ମତ ରଖିଛନ୍ତି । ମୋର ପୂର୍ବ ସହଯୋଗୀ ସଚିନଙ୍କୁ କୋଣଠେସା କରାଯାଇଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତି ଅବହେଳା କରିଛନ୍ତି । ସଚିନ ପାଇଲଟଙ୍କ ଭଳି ଟ୍ୟାଲେଣ୍ଟକୁ ଗୁରୁତ୍ୱ ନ ଦେବା ଅତ୍ୟନ୍ତ ଦୁଃଖଦାୟକ ଅଟେ ।
ସୂଚନାଯୋଗ୍ୟ, ଏଓଜି ତଦନ୍ତ ନେଇ ତିନି ସ୍ୱାଧୀନ ବିଧାୟକଙ୍କୁ ଦୁର୍ନୀତି ନିବାରଣ ବ୍ୟୁରୋ ଜେରା କରିବା ପରଠାରୁ ପରିସ୍ଥିତି ଗମ୍ଭୀର ରହିଛି। କୁହାଯାଉଛି, ପାଇଲଟ୍ ଦିଲ୍ଲୀ ପହଞ୍ଚିଛନ୍ତି ଏବଂ ହାଇକମାଣ୍ଡଙ୍କୁ ଭେଟି ଏହି ମାମଲାର ସମାଧାନ କରିବେ। ତେବେ ପାଇଲଟଙ୍କ ସମର୍ଥନରେ କେତେଜଣ ବିଧାୟକ ଦିଲ୍ଲୀ ଯାଇଛନ୍ତି, ସେ ନେଇ କୌଣସି ସୂଚନା ମିଳିନାହିଁ। ହେଲେ ଶନିବାର ତିନିଜଣ ବିଧାୟକ ପାଇଲଟଙ୍କୁ ଭେଟିବାକୁ ଜୟପୁର ଯାଇଥିବାର ସୂଚନା ରହିଛି। ଅନୁମାନ କରାଯାଉଛି ମଧ୍ୟପ୍ରଦେଶ ନେତା ଜ୍ୟୋତିରାଦିତ୍ୟ ସିନ୍ଧିୟାଙ୍କ ପଦନୁସରଣ କରିପାରନ୍ତି ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଏକ ବୟାନ ପରେ ରାଜନୈତିକ ପରିସ୍ଥିତି ସରଗରମ ହୋଇଯାଇଛି। ଏହାରି ଭିତରେ ପାଇଲଟ ନିଜ ବିଧାୟକମାନଙ୍କୁ ଧରି ଦିଲ୍ଲୀ ପହଞ୍ଚିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking