କୋରାପୁଟ: ବୈପାରିଗୁଡା ପାଡୁଆ ଗ୍ରାମର ଜଣେ ବ୍ୟବସାୟୀ କେ. ସତ୍ୟାଙ୍କୁ ବ୍ରିଜ୍ ନିକଟରୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ବୈପାରିଗୁଡା ଥାନା ଅନ୍ତର୍ଗତ କୋଲାବ ବ୍ରିଜ୍ ନିକଟରେ ଶନିବାର ରାତିରେ ଏହି ଅପହରଣ ହୋଇଥିବା ଜଣାପଡିଛି । କିଛି ଡକାୟତ ଏକାଠି ହୋଇ ବ୍ରିଜ୍ ଉପରେ ତାଙ୍କ ଗାଡିକୁ ଅଟକାଇଥିଲେ । ପରେ ବ୍ୟବସାୟୀଙ୍କ ଅପହରଣ କରିନେଇଥିବା ବ୍ୟବସାୟୀଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ହେଲେ ଖବର ଏବେ ଜଣା ପଡିଛି ପୋଲିସ ଘଟଣାର ତଦନ୍ତ କରି ସଫଳ ହୋଇଛି ା ଅପହରଣ ବ୍ୟକ୍ତିଙ୍କୁ ଆନ୍ଧ୍ରରୁ ପୋଲିସ ଉଦ୍ଧାର କରିଛି । ପରିବାର ଲୋକେ ବ୍ୟକ୍ତିଙ୍କ ପାଖକୁ ଯାଉଛନ୍ତି ।