ନୂଆଦିଲ୍ଲୀ : ରୁଷ ଓ ୟୁକ୍ରେନ୍ ଭିତରେ ଜାରି ଯୁଦ୍ଧର ଚତୁର୍ଥ ଦିନରେ ରୁଷର ସେନାର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ରୁଷ ସେନା ୟୁକ୍ରେନ୍ର ଦ୍ବିତୀୟ ସବୁଠାରୁ ବଡ ସହର ଖାରକିଭରେ ପଶି ସାରିଛି। ଚେରନିଭ୍ରେ ସ୍ଥାନୀୟ ନାଗରିକ ଓ ପୋଲିସ ରୁଷ ଟ୍ୟାଙ୍କରେ ନିଆଁ ଲଗାଇ ଦିଆଯାଇଛି। ଏହି ଘଟଣା ପରେ ସେଠାରେ ସ୍ଥିତି ଖୁବ୍ ବିବାଦୀୟ ରହିଛି। ରୁଷ ସେନା ମଧ୍ୟ ସେଠାରେ ରହିଛନ୍ତି।
ଅନ୍ୟପକ୍ଷେ ସୁମିରେ ବିମାନ ଆକ୍ରମଣର ଆର୍ଲଟ ଜାରି କରାଯାଇଛି। କୁହାଯାଉଛି ଯେ, ଲୋକମାନେ ନିଜର ନିକଟସ୍ଥ ସେଲ୍ଟର ହୋମ୍କୁ ଚାଲି ଯାଆନ୍ତୁ। ରୁଷ ସହିତ ସୀମାଠାରୁ ପ୍ରାୟ ୨୦ କିଲୋମିଟର(୧୨.୪ ମାଇଲ) ଦକ୍ଷିଣରେ ରହିଛି। ୟୁକ୍ରେନ୍ ମିଡିଆ ଓ ସୋସିଆଲ ନେଟଓ୍ବର୍କରେ ପୋଷ୍ଟ କରାଯାଇଥିବା ଭିଡିଓରେ ରୁଷ ବାହିନୀକୁ ଖାରକିଭ୍ରେ ବୁଲୁଥିବାର ଦେଖିବାକୁ ମିଳିଥିଲା। ଖାରକିଭ୍ରେ ରୁଷ ସେନା ପଶିବା ବେଳେ ଯୋରଦାର ଗୁଳିମାଡ ହୋଇଥିଲା।
ମିଳିଥିବା ସୂଚନା ଅନୁସାରେ, ରୁଷର ବାହାନର ଏକ କନଭୟ ଖିମପ୍ରୋମ୍ରେ ସୁମି ସହର ଆଡକୁ ଆସୁଛି। ଏହି ସମୟରେ ୟୁକ୍ରେନ୍ ସେନା ନିଜର ନାଗରିକଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ, ଅନାବଶ୍ୟକ ଭାବରେ ବାହାରକୁ ନଯିବାକୁ ଓ ଝରକା ନଖୋଲିବାକୁ କହିଛନ୍ତି। ଅନ୍ୟପକ୍ଷେ ଖାରକିଭ୍ର ଗର୍ଭନର କହିଛନ୍ତି, ସହର ଭିତରେ ରୁଷ ଓ ୟୁକ୍ରେନ୍ ସୈନିକଙ୍କ ଭିତରେ ପ୍ରବଳ ଯୁଦ୍ଧ ଜାରି ରହିଛି। ଖାରକିଭ୍ର ରାଜ୍ୟ ପ୍ରଶାସନର ଅଧ୍ୟକ୍ଷ ଓଲେଗ ସିନେଗୁବୋଭ ସ୍ଥାନୀୟ ଲୋକଙ୍କୁ ସେଲ୍ଟରରେ ରହିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, କିଭ ୟୁକ୍ରେନ୍ ସୈନିକ ଓ ପ୍ରତିରକ୍ଷା ବାହିନୀର ନିୟନ୍ତ୍ରଣରେ ରହିଛି। କିଭ୍ ସିଟି୍ ଷ୍ଟେଟ୍ ଆଡମିନଷ୍ଟେ୍ରସନ୍ର ପ୍ରଥମ ମୁଖ୍ୟ ମାୟକୋଲା ପୋଭୋରୋଜେନିକଙ୍କ କହିବା ଅନୁସାରେ, ରାତି ସାରା ଭଙ୍ଗାରୁଜା ଓ ସଂଘର୍ଷ ହୋଇଛି।