37.1 C
Bhubaneswar
Monday, May 19, 2025
Homeଦେଶ ବିଦେଶସ୍କଟଲ୍ୟାଣ୍ଡ ଗୁରୁଦ୍ବାର ନିକଟରେ ଖଲିସ୍ତାନୀଙ୍କ ଉତ୍ପାତ: ଅଳ୍ପକେ ବର୍ତ୍ତିଲେ ଭାରତୀୟ ଉଚ୍ଚାୟୁକ୍ତ

ସ୍କଟଲ୍ୟାଣ୍ଡ ଗୁରୁଦ୍ବାର ନିକଟରେ ଖଲିସ୍ତାନୀଙ୍କ ଉତ୍ପାତ: ଅଳ୍ପକେ ବର୍ତ୍ତିଲେ ଭାରତୀୟ ଉଚ୍ଚାୟୁକ୍ତ

ନୂଆଦିଲ୍ଲୀ : ଖଲିସ୍ତାନୀଙ୍କ ଚରମପନ୍ଥୀ କାର୍ଯ୍ୟକଳାପ କାନାଡ଼ାରୁ ସ୍କଟଲ୍ୟାଣ୍ଡକୁ ଡେଇଁଛି। ଶୁକ୍ରବାର ବ୍ରିଟେନ୍‌ରେ ନିଯୁକ୍ତ ଭାରତୀୟ ଉଚ୍ଚାୟୁକ୍ତ ବିକ୍ରମ ଦୋରାଇସ୍ବାମୀ ସ୍କଟଲ୍ୟାଣ୍ଡର ଗ୍ଲାସ୍‌ଗୋସ୍ଥିତ ଗୁରୁଦ୍ବାରକୁ ଯାଉଥିବାବେଳେ ଖଲିସ୍ତାନ ସମର୍ଥକ ବ୍ରିଟିଶ ଶିଖ୍‌ ତାଙ୍କୁ ଅଟକାଇବା ସହ ଧର୍ମପୀଠରେ ପ୍ରବେଶ କରାଇ ଦେଇନଥିଲେ ଓ ଫେରିଯିବାକୁ ସ୍ଲୋଗାନ୍‌ ଦେଇଥିଲେ। ପୁଲିସ ତଥା ଗୁରୁଦ୍ବାର କମିଟି ଭାରତୀୟ କୂଟନୀତିଜ୍ଞଙ୍କୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ବ୍ୟବସ୍ଥା କରିଥିଲେ।

ସ୍କଟଲ୍ୟାଣ୍ଡର ଆଲବର୍ଟ ଡ୍ରାଇଭ୍‌ସ୍ଥିତ ଗ୍ଲାସ୍‌ଗୋ ଗୁରୁଦ୍ବାର କମିଟି ସହିତ ଦୋରାଇସ୍ବାମୀଙ୍କର ଏକ ଆଲୋଚନା କାର୍ଯ୍ୟକ୍ରମ ଥିଲା। ସେଥିପାଇଁ ସେ ଗୁରୁଦ୍ବାର ନିକଟରେ ପହଞ୍ଚିବା ସମୟରେ ପାର୍କିଂ ସ୍ଥାନରେ ତାଙ୍କୁ ‘ଶିଖ୍‌ ୟୁଥ୍‌ ୟୁକେ’ ନାମକ ଖଲିସ୍ତାନ ସଂଗଠନର ତିନି ସଦସ୍ୟ ଅଟକାଇବା ସହ କାର୍‌ ଦ୍ବାର ଖୋଲିବା ଉଦ୍ୟମ କରିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ସ୍କଟଲ୍ୟାଣ୍ଡ ପୁଲିସ ଓ ଗୁରୁଦ୍ବାରା କମିଟି ସଦସ୍ୟଙ୍କ ହସ୍ତକ୍ଷେପ ଯୋଗୁଁ ଦୋରାଇସ୍ବାମୀ ସୁରକ୍ଷିତ ଫେରିପାରିଥିଲେ। ‘ଏଭଳି କାର୍ଯ୍ୟ ଗୁରୁଦ୍ବାର କମିଟିକୁ ଭଲ ଲାଗିନପାରେ; କିନ୍ତୁ ଭାରତୀୟ ଅଧିକାରୀଙ୍କୁ କୌଣସି ଗୁରୁଦ୍ବାରକୁ ପ୍ରବେଶ କରାଇ ଦିଆଯିବ ନାହିଁ’ ବୋଲି ‘ଶିଖ୍‌ ୟୁଥ୍‌ ୟୁକେ’ ସଂଗଠନର ସଦସ୍ୟ କହିଥିଲେ। ଭାରତୀୟମାନେ କାନାଡ଼ା ଓ ଅନ୍ୟ ଦେଶରେ ଶିଖ୍‌ମାନଙ୍କୁ ଆଘାତ ଦେଉଛନ୍ତି; ତେଣୁ ପ୍ରତ୍ୟେକ ଶିଖ୍‌ ଭାରତୀୟ କୂଟନୀତିଜ୍ଞଙ୍କୁ ବିରୋଧ କରିବା ଉଚିତ ବୋଲି ସେ କହିଥିଲେ। ନିଜାର ହତ୍ୟା ପରେ ବ୍ରିଟିଶ ଶିଖ୍‌ଙ୍କୁ ନିଶାଣ କରାଯାଉଥିବା ସେ କହିଥିଲେ। କାନାଡ଼ାରେ ହରଦୀପ ସିଂହ ନିଜାରକୁ ହତ୍ୟା ଭଳି ଖଲିସ୍ତାନ ଲିବରେସନ୍‌ ଫ୍ରଣ୍ଟ ନେତା ଅବତାର ସିଂହ ଖାଣ୍ଡାକୁ ବ୍ରିଟେନ୍‌ରେ ହତ୍ୟା କରାଯାଇଛି। ଅନ୍ୟତମ ବ୍ରିଟିଶ ଖଲିସ୍ତାନୀ ନେତା ଜଗତାର ସିଂହ ଜୋହାରକୁ ତିହାର ଜେଲ୍‌ରେ ରଖାଯାଇଛି। ସବୁ ସ୍ଥାନରେ ଏହାର ପ୍ରତିବାଦ କରାଯିବ ବୋଲି ଦୁଇ ଯୁବକ କହୁଥିବା ଶୁଣାଯାଇଥିଲା।

ବ୍ରିଟେନ୍‌ ସରକାରଙ୍କ ନିକଟରେ ଭାରତ ପକ୍ଷରୁ ଏହି ଘଟଣାର ତୀବ୍ର ପ୍ରତିବାଦ କରାଯାଇଛି। ଉଭୟ ଦେଶର ​‌େ​‌ବୖଦେଶିକ ମନ୍ତ୍ରଣାଳୟ ମଧ୍ୟରେ ଏ ନେଇ ଆଲୋଚନା ହେବା ପରେ ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରିଟେନ୍‌ ସରକାର ପ୍ରତିଶ୍ରୁତି ଦେଇଛନ୍ତି। କିଛି ହାତଗଣତି ଉଦ୍‌ଭ୍ରାନ୍ତ ଶିଖ୍‌ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ ପାଇଁ ଏଭଳି କରିଛନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବ୍ରିଟିଶ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ଭାରତର ଦାବି ଅନୁସାରେ କୂଟନୀତିଜ୍ଞଙ୍କ ନିରାପତ୍ତା ସୁଦୃଢ଼ କରାଯିବ ବୋଲି ବ୍ରିଟେନ୍‌ କହିଛି। ଏହି ଘଟଣାକୁ ଗ୍ଲାସ୍‌ଗୋ ଗୁରୁଦ୍ବାର କମିଟି ପକ୍ଷରୁ ନିନ୍ଦା କରାଯାଇଥିବାବେଳେ ଭାରତର ଶିରୋମଣି ଗୁରୁଦ୍ବାର ପ୍ରବନ୍ଧକ କମିଟି (ଏସ୍‌ଜିପିସି) ପକ୍ଷରୁ ନିନ୍ଦା କରାଯାଇଛି। ଭାରତୀୟ ଉଚ୍ଚାୟୁକ୍ତ ଦୋରାଇସ୍ବାମୀ ଘଟଣାସ୍ଥଳରୁ ଫେରିବା ପରେ କହିଛନ୍ତି ଯେ ଏହି ଘଟଣାରେ ସମ୍ପୃକ୍ତ ଥି​ବା ତିନି ଯୁବକ ସ୍କଟଲ୍ୟାଣ୍ଡ ବାହାରର ଏବଂ ଜଣେ ତାଙ୍କ କାର୍‌ର ଦ୍ବାର ଖୋଲିବା ଉଦ୍ୟମ କରି ବିଫଳ ହୋଇଥିଲେ।

ସେମାନେ କାର୍ଯ୍ୟକ୍ରମର ଆୟୋଜକ ଗ୍ଲାସ୍‌ଗୋ ଗୁରୁଦ୍ବାର କମିଟିକୁ ଗାଳିଗୁଲଜ କରିବା ସହ ଧମକ ଦେଇଥିଲେ। ପରିସ୍ଥିତି ଅଧିକ ଖରାପ ହେବା ପୂର୍ବରୁ ସେ ଓ ତାଙ୍କ ସହ ଥିବା କନ୍‌ସଲ ଜେନେରାଲ ଫେରିଆସିଥିଲେ। ଆୟୋଜକଙ୍କ ମଧ୍ୟରୁ ଜଣେ ତୁରନ୍ତ ହସ୍ତକ୍ଷେପ ଯୋଗୁଁ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିଲା। ପୁଲିସ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରିବା ଦରକାର ବୋଲି ଦୋରାଇସ୍ବାମୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking