27.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶକାନାଡାରେ ଖଲିସ୍ତାନୀ ଆତଙ୍କବାଦୀକୁ ହତ୍ୟା

କାନାଡାରେ ଖଲିସ୍ତାନୀ ଆତଙ୍କବାଦୀକୁ ହତ୍ୟା

ଅଟାୱା: କାନାଡାର ୱିନିପେଗ୍ ସହରରେ ଖଲିସ୍ତାନୀ ଆତଙ୍କବାଦୀ ସୁଖଡୋଲ ସିଂହ ଓରଫ ସୁଖା ଦୁନେକେକୁ କେତେକ ଆତତାୟୀ ବୁଧବାର ରାତିରେ ଗୁଳିକରି ହତ୍ୟା କରିଛନ୍ତି । ଭାରତୀୟ ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏ ପକ୍ଷରୁ ପ୍ରସ୍ତୁତ କାନାଡାର ମୋଷ୍ଟ ୱାଣ୍ଟେଡ୍ ଖଲିସ୍ତାନୀ ଆତଙ୍କବାଦୀଙ୍କ ତାଲିକାରେ ସୁଖା ୩୩ତମ ସ୍ଥାନରେ ରହିଛି । ତେବେ ଆନ୍ତଃ ଗ୍ୟାଙ୍ଗ୍ ଶତ୍ରୁତାରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା କାନାଡା ପୁଲିସ କହିଛି ।

ପଞ୍ଜାବର ମୋଗା ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଥିବା ସୁଖା ୨୦୧୭ରେ ଜାଲ୍ କାଜଗପତ୍ର ଜରିଆରେ କାନାଡା ଖସି ପଳାଇଥିଲା । ସୁଖା ବିରୋଧରେ ପଞ୍ଜାବର ବିଭିନ୍ନ ସ୍ଥାନରେ ୭ଟି ମାମଲା ବିଚାରାଧୀନ ରହିଛି । ବର୍ତ୍ତମାନ ଖଲିସ୍ତାନ ସଂଗଠନର ୩୦ ଦୁର୍ଦ୍ଦାନ୍ତ ଆତଙ୍କବାଦୀ କାନାଡାରେ ବସବାସ କରୁଥିବା ଜଣାପଡିଛି । ଏମାନଙ୍କୁ ଭାରତ ପ୍ରତ୍ୟର୍ପଣ କରିବାକୁ ବାରମ୍ବାର ଅନୁରୋଧ କରାଯାଉଥିଲେ ସୁଦ୍ଧା କାନାଡା ସରକାର ଆଦୌ କର୍ଣ୍ଣପାତ କରୁନଥିବା ପ୍ରକାଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking