30.1 C
Bhubaneswar
Monday, May 6, 2024
Homeଦେଶ ବିଦେଶବନ୍ଧାହେବେ ଖଲିସ୍ତାନି ସିଂହ,ଜୋରଦାର ଚାଲିଛି ସର୍ଚ୍ଚ ଅପରେସନ୍‌

ବନ୍ଧାହେବେ ଖଲିସ୍ତାନି ସିଂହ,ଜୋରଦାର ଚାଲିଛି ସର୍ଚ୍ଚ ଅପରେସନ୍‌

ନୂଆଦିଲ୍ଲୀ:ଖଲିସ୍ତାନୀ ଅମୃତପାଲ ସିଂହଙ୍କୁ ଏଯାଏଁ ପଞ୍ଜାବ ପୋଲିସ କାବୁ କରିବାରେ ସକ୍ଷମ ହୋଇପାରିନାହିଁ । ମାର୍ଚ୍ଚ ୧୮ରୁ ପୋଲିସ ଟ୍ରାକ୍ କରୁଥିବା ବେଳେ ତାକୁ ଧରିପାରିନାହିଁ । ଏହାମଧ୍ୟରେ ରାଜ୍ୟ ସରକାର ଅମୃତପାଲ ମାମଲାରେ ସମ୍ପୃକ୍ତି ନେଇ ୮ ଅଧିକାରୀଙ୍କୁ ବଦଳି କରିଛନ୍ତି । ହେଲେ ଏବେ ଖବର ଆସୁଛି ଅମୃତପାଲ ହୋସିୟାରପୁର ଜିଲ୍ଲାରେ ଅଛି । ସେ ନିଜ ସାଥି ପପଲପ୍ରୀତ ସିଂହ ସହ ଛପି ରହିଛି ।
ଖବରକୁ ନଜର ରଖି ଯବାନ ମାନେ ବିବି ପଣ୍ଡୋରି ଗାଁରେ ତଲାସୀ ଜାରି ରଖିଛନ୍ତି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ହୋସିୟାରପୁରର ଏସଏସପି ଓ ଏଡିଜିପି ଗାଁରେ ପହଞ୍ଚି ପ୍ରତି ଘରେ ଘରେ ଯାଞ୍ଚ କରୁଛନ୍ତି ।ସୂଚନାଯୋଗ୍ୟ, ଅମୃତପାଲ ମାମଲାରେ ସମ୍ପୃକ୍ତି ନେଇ ରାଜ୍ୟ ସରକାର ୮ ଅଧିକାରୀଙ୍କୁ ବଦଳି କରିଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ଏସଏସପି ସ୍ୱର୍ଣ୍ଣଦୀପ ସିଂହ, ବତ୍ସଳ ଗୁପ୍ତାଙ୍କ ଭଳି ବଡ଼ ଅଧିକାରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking