27.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶଖାକିରେ କଳଙ୍କ ! ଅଭିଯୋଗ କରିବାକୁ ଆସିଥିବା ଯୁବତୀଙ୍କ ସହ ଥାନାବାବୁଙ୍କ ଅଶ୍ଲୀଳ ଚାଟ୍‌

ଖାକିରେ କଳଙ୍କ ! ଅଭିଯୋଗ କରିବାକୁ ଆସିଥିବା ଯୁବତୀଙ୍କ ସହ ଥାନାବାବୁଙ୍କ ଅଶ୍ଲୀଳ ଚାଟ୍‌

କାନପୁର : ଥାନାକୁ ଗୁହାରୀ କରିବାକୁ ଆସିଥିଲେ ଯୁବତୀ । ସାହର୍ଯ୍ୟ କରିବା ବଦଳରେ ଥାନା ବାବୁ ଘରକୁ ଆସିବାକୁ ଡାକିଲେ,ଏପରିକି ଯୁବତୀଙ୍କ ସହ ଅଶ୍ଲୀଳ କଥାବାର୍ତ୍ତା ମଧ୍ୟ ହେଲେ । ଯୁବତୀଙ୍କ ସହ ଅଶ୍ଲୀଳ କଥାବାର୍ତ୍ତା କରିବା ଅଭିଯୋଗରେ କାନପୁରର ରତନଲାଲ ନଗର ପୋଲିସ ଷ୍ଟେସନ୍ର ସବ୍ ଇନ୍େସପେକ୍ଟର ଶୁଭମ ସିଂହଙ୍କୁ ନିଲମ୍ବିତ କରିଛନ୍ତି ଡିସିପି (ଦକ୍ଷିଣ) ରବିନ୍ଦ୍ର କୁମାର । ଯୁବତୀଙ୍କ ସହ ହ୍ୱାଟସଆପ୍ରେ ଚାଟ୍ର ଯାଞ୍ଚ କରିବା ପରେ ଏସିପି ବାବୁପୁରଭା ସନ୍ତୋଷ କୁମାର ସିଂହଙ୍କ ରିପୋର୍ଟ ଆଧାରରେ ଡିସିପି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏଡିସିପି ଦକ୍ଷିଣ ଅଙ୍କିତା ଶର୍ମା କହିଛନ୍ତି, ମହାଦେବ ନଗର ନିବାସୀ ଚନ୍ଦନ ଗେ?ତମ, ଯିଏକି ଜଣେ ୱେଟର ଭାବରେ କାମ କରନ୍ତି ।

ସେ ରହୁଥିବା ବସ୍ତିରେ କିଛି ଲୋକଙ୍କ ଗଞ୍ଜେଇ ବିକ୍ରି କରିବା ଘଟଣାକୁ ସେ ବିରୋଧ କରିଥିଲେ ।ଯେଉଁଥିପାଇଁ କିଛି ଅସାମାଜିକ ବ୍ୟକ୍ତି ତାଙ୍କୁ ଏକାଠି ହୋଇ ମରଣାନ୍ତକ ଆକ୍ରମଣ କରିଥିଲା । ଚନ୍ଦନଙ୍କ ଭଉଣୀ ଓ ଭାଣେଜୀ ଥାନାକୁ ଆସି ଘଟଣା ସମ୍ପର୍କରେ ଜଣାଇଥିଲେ । ହେଲ ଥାନାରେ ତାଙ୍କୁ ଥାନା ଅଧିକାରୀ ଶୁଭମ ସିଂହଙ୍କ ନମ୍ବର ଦିଆଯାଇଥିଲା । ଚନ୍ଦନଙ୍କ ଭାଣେଜୀ ସେହି ନମ୍ବରରେ କଲ୍ କରିବା ପରେ ଥାନା ବାବୁ ତାଙ୍କୁ ଘରକୁ ଡାକିବା ସହ ହ୍ୱାଟସଆପ୍ରେ ଅଶ୍ଲୀଳ ଚାଟ୍ କରିଥିଲେ ।

ରତନଲାଲନଗର ଥାନାର ଇନଚାର୍ଜ ଶୁଭମ ସିଂହ ଓ ଯୁବତୀଙ୍କ ଭିତରେ ହୋଇଥିବା ଚାଟ୍ ଭାଇରାଲ ହୋଇଛି । ଚାଟ୍ରେ ଥାନା ଇନଚାର୍ଜ ଯୁବତୀଙ୍କୁ ବାରମ୍ବାର ନିଜ ରୁମକୁ ଜୋର ଦେଇ ଡାକୁଥିଲେ । କହୁଥିଲେ ‘ଘରେ ମୁଁ ଏକୁଟିଆ ଅଛି, ଆସିଯାଅ, ଖାଇଯିବିନି… । ଏହା ସହିତ ନିଜର ପଦର ପ୍ରଭାବ ଦେଖାଇ ପ୍ରତିପକ୍ଷକୁ ଉଚିତ ଶିକ୍ଷା ଦେବାର ମଧ୍ୟ ଆଶ୍ୱାସନା ଦେଇଥିଲେ । ପୀଡିତା ଜଣକ ଉଚ୍ଚଅଧିକାରୀଙ୍କ ପାଖରେ ଅଭିଯୋଗ କରିବା ପରେ ଏସପିଙ୍କୁ ତଦନ୍ତଭାର ଦେଇଥିଲେ ଡିସିପି । ଏଡିସିପି କହିଛନ୍ତି, ତଦନ୍ତ ପରେ ଅଭିଯୋଗ ପ୍ରମାଣିତ ହୋଇଥିଲା । ଏହାପରେ ପୋଲିସ ସବ୍ ଇନ୍ସପେକ୍ଟରଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking