26.1 C
Bhubaneswar
Tuesday, September 17, 2024
Homeଅପରାଧଖଣ୍ଡଗିରି ଟ୍ରିପଲ ମର୍ଡର ଘଟଣାରେ ଦୋଷୀକୁ ଆଜୀବନ ଜେଲ୍‌

ଖଣ୍ଡଗିରି ଟ୍ରିପଲ ମର୍ଡର ଘଟଣାରେ ଦୋଷୀକୁ ଆଜୀବନ ଜେଲ୍‌

ଭୁବନେଶ୍ୱର: ୨୦୧୪ ମସିହାର ବହୁ ଚର୍ଚ୍ଚିତ ଖଣ୍ଡଗିରି ତ୍ରିପଲ ମର୍ଡର ଘଟଣାର ଆଜି ରାୟ ଶୁଣାଇଛନ୍ତି ଭୁବନେଶ୍ୱର ପ୍ରଥମ ଅତିରିକ୍ତ ଦୌରା ଜଜ୍ ଦେବାଶୀଷ ରାଉତ । ଏହି ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ନେହ ସ୍ୱାକ୍ଷର ସାମଲକୁ ଆଜୀବନ ଜେଲଦଣ୍ଡାଦେଶ ଶୁଣାଇବା ସବ ୧୦ ହଜାର ଟଙ୍କା ଜରିମାନା ଲଗାଇଛନ୍ତି । ମାମଲାର ସମସ୍ତ ସାକ୍ଷୀ ଓ ତଥ୍ୟ ପ୍ରମାଣ ଆଧାରରେ କୋର୍ଟ ଏହି ରାୟ ଶୁଣାଇଛନ୍ତି । ସୂଚନା ମୁତାବକ ୨୦୧୪ ଅକ୍ଟୋବର ୧୪ ତାରିଖ ସକାଳ ପ୍ରାୟ ୭ଟା ୩୦ ସମୟରେ ଅଭିଯୋଗକାରୀ ହୃଷୀକେଶ ମେହେର ଖଣ୍ଡଗିରି ଛକରେ ତାଙ୍କର ପୁଅକୁ ଛାଡି ଦେଇ କୋଳଥିଆ ଆଡକୁ ଯାଉଥିବା ସମୟରେ ମୃତ ଡ. ଅତୁଲ୍ୟ ଚନ୍ଦ୍ର ମେହେରଙ୍କ ଘର ସାମ୍ନାରେ ଜଣେ ମହିଳାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାର ଦେଖିଥିଲେ ।

ସେ ତୁରନ୍ତ ସେଠାକୁ ଯାଇଥିଲେ ଓ ମୃତ ଅତୁଲ୍ୟ ଚନ୍ଦ୍ର ମେହେର ସହ ତାଙ୍କର ଘରୋଇ ସହାୟକ ପ୍ରଶାନ୍ତ ଚନ୍ଦ୍ର ବେହେର ଓ ତାଙ୍କର ୧୪ବର୍ଷର ପୁଅ ମିନୁ ମେହେରଙ୍କ ରକ୍ତରେ ଜୁଡୁବୁଡୁ ଶରୀର ଘରର ଅଗଣାରେ ପଡିରହିଥିବାର ଦେଖିଥିଲେ । ସେହି ସମୟରେ ଅଭିଯୁକ୍ତ ସ୍ନେହ ସ୍ୱାକ୍ଷର ସାମଲ ଅପରାଧ ଘଟାଇ ସ୍ଥାନୀୟ ସୁଲଭ ଶୌଚଳୟ ପାର୍ଶ୍ୱକୁ ଯାଉଥିବାର ଦେଖିବାକୁ ପାଇଥିଲେ । ଫଳରେ ଅଭିଯୋଗକାରୀ ହୃଷୀକେଶ ତୁରନ୍ତ ସେଠାକୁ ଯାଇଥିଲେ ଏବଂ ଚିତ୍କାର କରି କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ଅଭିଯୁକ୍ତଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ । ଅଭିଯୁକ୍ତ ଜଣକ ରକ୍ତ ଜୁଡୁବୁଡୁ ଛୁରୀ ଦେଖାଇ ଭୟଭୀତ କରାଇଥିଲେ ।

ହେଲେ ସେଠାରେ ଥିବା ସ୍ଥାନୀୟ ଲୋକ ବହୁ କଷ୍ଟରେ ଅଭିଯୁକ୍ତଙ୍କୁ କାବୁ କରିଥିଲେ । ଏହି ସମୟରେ ସୂଚନା ପାଇ ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିି ଥିଲେ ଏବଂ ଅଭିଯୁକ୍ତକୁ ଥାନାକୁ ନେଇଥିଲେ । ଏନେଇ ହୃଷୀକେଶ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାକୁ କେନ୍ଦ୍ର କରି ଖଣ୍ଡଗିରି ଥାନା ପୁଲିସ ଏକ ମାମଲା ରୁଜୁ କରି ଥାନାର ତତ୍କାଳୀନ ଭାରପ୍ରାପ୍ତ ଅଧିକାରୀ ତଥା ବର୍ତ୍ତମାନ ବ୍ରହ୍ମପୁର ଅତିରିକ୍ତ ଏସ୍‌ପି ଅସୀମ ପଣ୍ଡା ଏହାର ତଦନ୍ତ ଭାର ନେଇଥିଲେ । ଶ୍ରୀ ପଣ୍ଡା ଏହି ମାମଲାର ତଦନ୍ତ କରିବା ସହିତ ଅଭିଯୁକ୍ତ ସ୍ନେହ ସ୍ୱାକ୍ଷର ସାମଲଙ୍କୁ ଗିରଫ କରିଥିଲେ । ଉପରୋକ୍ତ ମାମଲାର ବିଚାର କରି ଅଦାଲତ ୨୬ଜଣ ସାକ୍ଷୀଙ୍କ ବୟାନ ଓ ବିଭିନ୍ନ ଦସ୍ତାବିଜକୁ ଆଧାର କରି ଅଭିଯୁକ୍ତ ସ୍ନେହ ସ୍ୱାକ୍ଷର ସାମଲକୁ ଦଫା ୩୦୨ରେ ଆଜୀବନ କାରାଦଣ୍ଡା ସହ ୧୦ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜରିମନା ଅନାଦେୟ ଅଧିକ ୧ବର୍ଷ ଜେଲଦଣ୍ଡ ଲାଗି ଆଦେଶ ଶୁଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking