27.1 C
Bhubaneswar
Wednesday, July 9, 2025
Homeଦେଶ ବିଦେଶ୪୫ ହଜାର ବ୍ୟୟରେ ମାମୁଲି କାର ବନିଗଲା ଦାମୀ ରୋଲକ୍ସ ରୋଏସ, ଚର୍ଚ୍ଚାରେ ଯୁବକ

୪୫ ହଜାର ବ୍ୟୟରେ ମାମୁଲି କାର ବନିଗଲା ଦାମୀ ରୋଲକ୍ସ ରୋଏସ, ଚର୍ଚ୍ଚାରେ ଯୁବକ

ନୂଆଦିଲ୍ଲୀ:  ରୋଲ୍ସ ରୋଏସକୁ ଖୁବ ଭଲ ପାଉଥିଲେ ଯୁବକ । ସେଥି ପାଇଁ ନିଜ ଚେଷ୍ଟାରେ ଏକ ସାଧାରଣ କାରକୁ ଦାମୀ ରୋଲ୍ସ ରୋଏସ ବନାଇ ଦେଲେ । ଯାହାର ଫଟୋ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ଆଉ ଯୁବକଙ୍କ ଏଭଳି ଆଇଡିଆକୁ ସମସ୍ତେ ଭୁରି ଭୁରି ପ୍ରଶଂସା କରୁଛନ୍ତି । ଆଉ ଏ ହେଉଛନ୍ତି ସେହି ଯୁବକ । ଘର କେରଳରେ । କେରଳର ଏହି ଯୁବକଙ୍କୁ ରୋଲ୍ସ ରୋଏସ ଖୁବ ପସନ୍ଦ ଆସୁଥିଲା ।  କିନ୍ତୁ କୋଟି କୋଟି ଟଙ୍କା ମୂଲ୍ୟର ଏହି କାର କିଣିବାକୁ ତାଙ୍କ ପାଖରେ ଟଙ୍କା ନଥିଲା । ସେଥିପାଇଁ ସେ କିଛି ଭିନ୍ନ କରିବାକୁ ଚାହିଁଥିଲେ । ଏଥିପାଇଁ ସେ ମାରୁତି ୮୦୦ କୁ ଟ୍ରାନ୍ସଫର୍ମ କରିବାକୁ ପ୍ଲାନ କରିଥିଲେ । ପ୍ରାୟ ଚାରିରୁ ପାଞ୍ଚ ମାସର କଠିନ ପରିଶ୍ରମ ପରେ ୪ ଲକ୍ଷର କାରକୁ ପାଞ୍ଚ କୋଟି ଟଙ୍କାର ରୋଲ୍ସ ରୋଏସରେ ପରିବର୍ତ୍ତନ କରିଥିଲେ । ସବୁଠାରୁ ଖାସ କଥା ହେଉଛି ଯୁବକ ଜଣଙ୍କ ଏହି କାର ତିଆରି କରିବା ମାତ୍ର ୪୫ ହଜାର ଟଙ୍କା ଖର୍ଚ୍ଚ କରିଥିଲେ । ଆପଣମାନେ ତ ନିଶ୍ଚ ଜାଣିଥିବେ ଦେଶୀ ଉପାୟ ମାମଲାରେ ଭାରତୀୟ ଲୋକଙ୍କ ସହ କେହି ପ୍ରତିଯୋଗିତା କରିପାରିବେ ନାହିଁ । ଭାରତୀୟ ମାନେ ଛୋଟ ଛୋଟ ଜିନିଷକୁ ନେଇ ଏପରି କଳା କୌଶଳ ଦେଖାନ୍ତି ଯାହା ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କରେ । ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଏଭଳି ଅନେକ ଭିଡିଓ ଭାଇରାଲ ହୋଇଥାଏ । ଏହି ଭିଡିଓଗୁଡ଼ିକରେ ଲୋକମାନେ ନିଜ ଆଇଡିଆ ବ୍ୟବହାର କରି ଭିନ୍ନ ଭିନ୍ନ ଜିନିଷ ପ୍ରସ୍ତୁତ କରନ୍ତି । ସାଇକେଲକୁ ମୋଟର ସାଇକେଲରେ ଚେଞ୍ଜ କରି କିମ୍ବା ଶସ୍ତା କାରକୁ ରୟାଲ୍ କାରରେ ପରିଣତ କରି ଭାରତୀୟମାନେ ନିଜ ଆଇଡିଆକୁ ସାରା ବିଶ୍ୱକୁ ଦେଖାଇଥାନ୍ତି । ତେବେ ନିକଟରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ବ୍ୟକ୍ତି ମାରୁତି ସୁଜୁକି ୮୦୦କୁ କୋଟି କୋଟି ଟଙ୍କା ମୂଲ୍ୟର ଏକ ରୋଲ୍ସ ରୋଏସରେ ପରିବର୍ତ୍ତନ କରିଛନ୍ତି । ତେବେ ଏହି କାରକୁ ପରିବର୍ତ୍ତନ କରିବାରେ ତାଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ି ନାହିଁ । ଖୁବ କମ ମୂଲ୍ୟରେ ସେ ଏହି ରୟାଲ କାର ପ୍ରସ୍ତୁତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking