ତିରୁଅନନ୍ତପୁରମ: ଚଳିତମାସ ୭ରେ କେରଳର ମାଲାପୁରମ ଜିଲ୍ଲାରେ ଘଟିଥିବା ବୋଟ୍ ଦୁର୍ଘଟଣାରେ ୨୨ ଜଣଙ୍କର ମୃତ୍ୟୁ ଘଟିଛି । ଏହି ପରିପ୍ରେକ୍ଷୀରେ କେରଳ ସରକାର ବୁଧବାର ଏହାର ତଦନ୍ତ ପାଇଁ ୩ ଜଣିଆ ବିଚାର ବିଭାଗୀୟ କମିଶନ ଗଠନ କରିଛନ୍ତି । ଅବସରପ୍ରାପ୍ତ ହାଇକୋର୍ଟ ଜଜ୍ ଭି.କେ.ମୋହନ କମିଶନ ଅଧ୍ୟକ୍ଷ ନିଯୁକ୍ତ ହୋଇଥିବାବେଳେ ଅବସରପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ ନୀଳକନ୍ଦନ ଉନ୍ନି ଓ କେରଳ ୱାଟରୱେଜ୍ ମୁଖ୍ୟଯନ୍ତ୍ରୀ ସୁରେଶ କୁମାର ସଦସ୍ୟ ରହିଛନ୍ତି ।
ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ବୁଧବାର ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଏବଂ ଆହତଙ୍କ ଚିକତ୍ସା ଖର୍ଚ୍ଚ ବାବଦରେ ମୋଟ ୨୫ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି । ଏହାବ୍ୟତୀତ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଗତ ରବିବାର ୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ଉକ୍ତ ବୋଟ୍ଟି ସମୁଦ୍ର ଉପକୂଳରେ ବୁଡିଯାଇଥିଲା ।