25.8 C
Bhubaneswar
Saturday, July 27, 2024
Homeଖେଳକଜାଖ୍‌ସ୍ତାନ ଇଣ୍ଟରନାସ୍‌ନାଲ୍ ଚ୍ୟାଲେଞ୍ଜ୍‌; ଅନୁପମା ଓ ତରୁଣ ସିଙ୍ଗଲ୍ସ ଚାମ୍ପିଅନ୍‌

କଜାଖ୍‌ସ୍ତାନ ଇଣ୍ଟରନାସ୍‌ନାଲ୍ ଚ୍ୟାଲେଞ୍ଜ୍‌; ଅନୁପମା ଓ ତରୁଣ ସିଙ୍ଗଲ୍ସ ଚାମ୍ପିଅନ୍‌

ନୂଆଦିଲ୍ଲୀ: ଅସ୍ତାନାରେ ଚାଲିଥିବା କଜାଖ୍‌ସ୍ତାନ ଇଣ୍ଟରନାସ୍‌ନାଲ୍ ଚ୍ୟାଲେଞ୍ଜ୍ ବ୍ୟାଡ୍‌ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍‌ରେ ଭାରତର ଅନୁପମା ଉପାଧ୍ୟାୟ ଓ ଏମ୍‌. ତରୁଣ ଯଥାକ୍ରମେ ମହିଳା ଓ ପୁରୁଷ ସିଙ୍ଗଲ୍ସ ଚାମ୍ପିଅନ୍ ହୋଇଛନ୍ତି । ଶନିବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ଫାଇନାଲ୍‌ରେ ପୂର୍ବତନ ଜୁନିୟର୍ ବିଶ୍ୱ ନଂ. ୧ ଅନୁପମା ୨୧-୧୫, ୨୧-୧୬ ସିଧା ଗେମ୍‌ରେ ନିଜ ଦେଶର ଈଶାରାଣୀ ବରୁଆଙ୍କୁ ହରାଇଛନ୍ତି । ଏହା ପୂର୍ବରୁ ୧୯ ବର୍ଷୀୟା ଅନୁପମା ପୂର୍ବରୁ ୨୦୨୧ ଇଣ୍ଡିଆ ଇଣ୍ଟରନାସ୍‌ନାଲ୍ ଚ୍ୟାଲେଞ୍ଜ୍ ୨୦୨୧, ତାଜିକିସ୍ତାନ ଇଣ୍ଟରନାସ୍‌ନାଲ୍ ସିରିଜ୍ ୨୦୨୩ ଏବଂ ୨୦୨୨ ଏବଂ ଚଳିତ ବର୍ଷ ପୋଲିସ୍ ଓପନ୍ ଜିତିଥିଲେ ।

ପୁରୁଷ ଫାଇନାଲ୍‌ରେ ତରୁଣ ଅଷ୍ଟମ୍ ସିଡ୍ ମାଲେସିଆର ସୁଙ୍ଗ୍ ଜୁ ଭେନ୍‌ଙ୍କୁ ୨୧-୧୦, ୨୧-୧୯ରେ ହରାଇ ଚାମ୍ପିଅନ୍ ହୋଇଛନ୍ତି । ନାସ୍‌ନାଲ୍ ଚାମ୍ପିଅନ୍‌ଶିପ୍ ରନର୍ସଅପ୍ ୨୨ ବର୍ଷୀୟ ତରୁଣଙ୍କର ସିନିୟର୍ ସର୍କିଟ୍‌ରେ ଏହା ପ୍ରଥମ ଟାଇଟଲ୍ ।

ତେବେ ମିକ୍ସଡ୍ ଡବଲ୍ସ ଫାଇନାଲ୍‌ରେ ଭାରତର ସଞ୍ଜାଇ ଶ୍ରୀବାସ୍ତବ ଧନ୍‌ରାଜ ଓ ମନୀଷା କେ. ଯୋଡ଼ି ୨୧-୯, ୭-୨୧, ୧୨-୨୧ରେ ମାଲେସିଆର ୱଙ୍ଗ୍ ତିଏନ୍ ସି ଏବଂ ଲିମ୍ ଚିଉ ସିଲଏନ୍‌ଙ୍କ ଠାରୁ ପରାଜିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking