28.1 C
Bhubaneswar
Saturday, June 21, 2025
Homeଅପରାଧପଥରମାଡ ପରେ ହିଂସାକାଣ୍ଡ, ଶିବମୋଗାରେ ୧୪୪ ଧାରା ଲାଗୁ

ପଥରମାଡ ପରେ ହିଂସାକାଣ୍ଡ, ଶିବମୋଗାରେ ୧୪୪ ଧାରା ଲାଗୁ

ନୂଆଦିଲ୍ଲୀ: ସାମ୍ପ୍ରଦାିକ ବିବାଦ ପରେ ଏବେ ଶିବମୋଗାରେ ୧୪୪ ଧାରା ଲାଗୁ ହୋଇଛି । ଶୋଭାଯାତ୍ରା ଉପରେ ପଥମାଡ ହେବା ପରେ ବଢ଼ିଛି ହିଂସାକାଣ୍ଡ । ଗୁଡ୍ଡା ଅଞ୍ଚଳରେ ସିଆରପିସିର ଧାରା ୧୪୪ ଲାଗୁ କରିଛି  ପ୍ରଶାସନ । ଏହା ସହିତ ରାଗି ଗୁଡ୍ଡାରେ ଲୋକଙ୍କୁ ଏକାଠି କରିବା ନେଇ ରୋକି ଦିଆଯାଇଥିଲା। ଗତ ରାତିରେ ଏକ ଧାର୍ମିକ ଶୋଭାଯାତ୍ରା ଉପରେ ପଥର ମାଡ କରାଯିବା ପରେ କର୍ଣ୍ଣାଟକର ଶିବମୋଗାରେ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା।  ହିଂସାକାଣ୍ଡ ସୃଷ୍ଟି ହେବା ପରେ ଉତ୍ୟକ୍ତ ଲୋକେ ବାହାନ ଓ ଘର ଗୁଡିକ ଉପରେ ଆକ୍ରମଣ କରିଥିଲେ। ଭିଡିଓ ଆଧାରରେ କିଛି ଲୋକଙ୍କୁ ଗିରଫ କରାଯାଇଛି।’ କିଛି ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଉଛି। ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି, ତେବେ ଶାନ୍ତି ନଗର ଓ ରାଗି ଗୁଡ୍ଡା ଅଞ୍ଚଳରେ ଏବେ ବି ଉତ୍ତେଜନା ଜାରି ରହିଛି। ବହୁ ସଂଖ୍ୟାରେ ପୋଲିସକୁ ମୁତୟନ କରାଯାଇଛି ଓ ଦୋଷୀଙ୍କ ବିରୋଧରେ କଡା କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking