26.1 C
Bhubaneswar
Tuesday, January 7, 2025
Homeଦେଶ ବିଦେଶହାଇକୋର୍ଟରେ କର୍ଣ୍ଣାଟକ ହିଜାବ୍ ବିବାଦ: ବୃହତ୍ତର ପୀଠକୁ ଗଲା ମାମଲାର ଶୁଣାଣି

ହାଇକୋର୍ଟରେ କର୍ଣ୍ଣାଟକ ହିଜାବ୍ ବିବାଦ: ବୃହତ୍ତର ପୀଠକୁ ଗଲା ମାମଲାର ଶୁଣାଣି

ବେଙ୍ଗାଲୁରୁ:  କର୍ଣ୍ଣାଟକରେ ବର୍ତ୍ତମାନ ହିଜାବ୍ ପ୍ରସଙ୍ଗକୁ ନେଇ ପରିସ୍ଥିତି ଉଗ୍ରରୂପ ଧାରଣ କରୁଥିବାବେଳେ ଏହି ମାମଲା ଅଦାଲତରେ ପହଞ୍ଚି ସାରିଛି । ମୁସ୍‌ଲିମ୍ ଛାତ୍ରୀମାନେ ହିଜାବ୍ (ମୁଣ୍ଡରେ ପିନ୍ଧାଯାଉଥିବା ଏକପ୍ରକାର ସ୍କ୍ରାଫ୍‌) ପିନ୍ଧି କଲେଜ ଆସୁଥିବାବେଳେ ହିନ୍ଦୁ ସଂଗଠନ ଏହାକୁ ବିରୋଧ କରୁଛନ୍ତି । ଏହାର ପ୍ରତିବାଦରେ କେତେକ ଛାତ୍ରୀ କର୍ଣ୍ଣାଟକ ହାଇକୋର୍ଟରେ ଏକାଧିକ ପିଟିସନ ଦାଏର କରିଥିଲେ । ତେବେ ଜଷ୍ଟିସ କ୍ରିଷ୍ଣା ଦୀକ୍ଷିତ ବୁଧବାର ଏହାର ଶୁଣାଣି କରିଥିବାବେଳେ ମାମଲାର ପରବର୍ତ୍ତୀ ଶୁଣାଣି ବୃହତ୍ତର ପୀଠରେ କରିବାକୁ ସୁପାରିସ କରିଛନ୍ତି । ଏ ପ୍ରସଙ୍ଗରେ ମୁଖ୍ୟ ବିଚାରପତି ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ଜଷ୍ଟିସ କ୍ରିଷ୍ଣା କହିଛନ୍ତି ।

ସୂଚନାଯୋଗ୍ୟ ମଙ୍ଗଳବାର କର୍ଣ୍ଣାଟକର ମାଣ୍ଡ୍ୟା ସହରରେ ମୁସ୍‌କାନ୍ ନାମ୍ନୀ ଜଣେ ମୁସ୍‌ଲିମ୍ ଛାତ୍ରୀ ହିଜାବ ପିନ୍ଧି କଲେଜ ଯାଉଥିବାବେଳେ ଗେରୁଆ ଉତ୍ତରୀୟ ଧାରଣ କରିଥିବା କେତେକ ଯୁବକ ତାଙ୍କ ବାଟ ଓଗାଳିଥିଲେ । ସେମାନେ ‘ଜୟ ଶ୍ରୀରାମ’ ଧ୍ୱନି ଦେଇଥିବାବେଳେ ମୁସ୍‌କାନ୍ ମଧ୍ୟ ଡରିନଯାଇ ‘ଆଲ୍ଲା ହୁ ଆକ୍‌ବର’ ଉଚ୍ଚାରଣ କରିଥିଲେ । ଶେଷରେ କଲେଜ କର୍ମଚାରୀମାନେ ସେଠାରେ ପହଞ୍ଚି ମୁସ୍‌କାନ୍‌ଙ୍କୁ ସୁରକ୍ଷିତଭାବେ କଲେଜ ପର୍ଯ୍ୟନ୍ତ ନେଇଯାଇଥିଲେ । କେବଳ କର୍ଣ୍ଣାଟକ କାହିଁକି, ଏହି ବିବାଦୀୟ ପ୍ରସଙ୍ଗ ବର୍ତ୍ତମାନ ମଧ୍ୟପ୍ରଦେଶ ଓ ପୁଡୁଚେରୀକୁ ମଧ୍ୟ ବ୍ୟାପିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking