31.1 C
Bhubaneswar
Friday, October 18, 2024
Homeଓଡିଶାତିନିରଥ ରେ ଲାଗିଲା 'କନକମୁଣ୍ଡି', ବେଦିରେ ପଟା ବାଡ଼ିଆ କାର୍ଯ୍ୟ ଶେଷ ପର୍ଯ୍ୟାୟରେ

ତିନିରଥ ରେ ଲାଗିଲା ‘କନକମୁଣ୍ଡି’, ବେଦିରେ ପଟା ବାଡ଼ିଆ କାର୍ଯ୍ୟ ଶେଷ ପର୍ଯ୍ୟାୟରେ

ପୁରୀ : ଆଉ ମାତ୍ର ୬ ଦିନ? ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥି ପାଇଁ ତିନି ରଥର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ପ୍ରାୟତଃ ୮୫ ଭାଗ କାର୍ଯ୍ୟ ସରିଲାଣି । ଆଜି ତିନିରଥର ମୋଟ ୧୯୮ ଜଣ ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟିକା ରେ ରଥଖଳା ଠାରେ ଉପସ୍ଥିତ ହୋଇ ମୁଖ୍ୟ ମହାରଣାଙ୍କ ପରାମର୍ଶ କ୍ରମେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।

ଏଥି ସହ ୩୪ ଜଣ ଚିତ୍ରକାର ସେବକ ଏବଂ ୧୭ ଜଣ ଦରଜି ସେବକ ନିର୍ମାଣ କାର୍ଯ୍ୟରେ ସାମିଲ ଅଛନ୍ତି । ଗତ କାଲି ବେଦୀ ନିର୍ମାଣ ନିମନ୍ତେ ତିନିରଥ ରେ ୫ ଟି ଲେଖାଁଏ ଜଗତପୃଷ୍ଠ ଶେଣୀ ପଡିବା ସହ ତାର ଦୁଇ ପାର୍ଶ୍ୱରେ ତିନୋଟି ଲେଖାଁଏ ‘ବାହୁଟ ଫାଳିଆ’ ଫିଟିଙ୍ଗ ହୋଇଥିଲା ।

ଆଜି ତିନିରଥ ରେ ‘କନକମୁଣ୍ଡି’ ସେଟିଙ୍ଗ ହୋଇଯାଇଛି । ସୂଚନା ଥାଉ ଯେ, ଏହି ‘କନକମୁଣ୍ଡି’ ତିନିରଥରେ ସଂସ୍ଥାପନ ପୂର୍ବରୁ ରଥର ପ୍ରଥମ ଭୂଇଁ ଚାରିନାହାକା ଚାରି ପାର୍ଶ୍ୱରେ ୭/୧୨ ସାଇଜର ଚାରିଗୋଟି ‘ଚୁନାଟ ପଟା’ ବାଡ଼ିଆ ଯାଇ ପ୍ରତି ଚୁନାଟ ପଟାରେ ପାଞ୍ଚ ଟି ଲେଖାଁଏ ବିନ୍ଧ ହୋଇ ସେହି ବିନ୍ଧରୁ ୨୦ ଟି କାଣ୍ଡ ଲାଗି ହୋଇ କନକ ମୁଣ୍ଡିରେ ସଂଯୋଗ ହୋଇ ଅଛି ।

ଏଥି ସହ ଚୁନାଟ ପଟା ସନିକଟ ଚାରି ନାହାକାରୁ ମଧ୍ୟ ଗୋଟିଏ ଗୋଟିଏ କାଣ୍ଡ ଉଠି ମୋଟ ୨୪ ଗୋଟି କାଣ୍ଡ କନକ ମୁଣ୍ଡିରେ ସଂଯଗ ହୋଇ କନକ ମୁଣ୍ଡି ତିନିରଥରେ ସଂସ୍ଥାପନ ହୋଇଅଛି । ତିନିରଥର ବେଦିରେ ପଟା ବାଡ଼ିଆ କାର୍ଯ୍ୟ ଶେଷ ପର୍ଯ୍ୟାୟରେ । ଏଥି ସହ ତିନିରଥର ପାର୍ଶ୍ୱ କୋଣ ମାନଙ୍କୁ ଛାଡ଼ି ରଥ ଉପରେ ପଟା ବାଡ଼ିଆ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା କାଲି ତିନିରଥ ର ‘ଦୁଆର ବେଢ଼ା’ ରଥକୁ ଉଠିଲା ପରେ ରଥ ଚାରି ପାର୍ଶ୍ୱ କୋଣ ରେ ପଟା ବାଡ଼ିଆ ଯିବ ।

ଏହି ପାର୍ଶ୍ୱ କୋଣ ଦେଇ ଭୋଇ ସେବକ ମାନେ ବାଉଁଶ ଦ୍ୱାରା ଠେସ ଦେଇ ଦୁଆର ବେଢ଼ାକୁ ରଥ ଉପରକୁ ଉଠାଇବାରେ ବ୍ୟବହାର କରନ୍ତି । ଏଥି ସହ ତିନିରଥର ଘୋଡା ବନ୍ଧାଯିବା ପାଇଁ ୨୦ ଫୁଟିଆ ‘ଇଶ’ ରେ ବିନ୍ଧ ହୋଇ ଦୁଇଟି ଲେଖାଁଏ ‘ଗୁଣ୍ଠି’ ସଂଯୋଗ ହୋଅଛି । ଏହି ଗୁଣ୍ଠିରେ ଘୋଡା ଜୁଆଳି ଫିଟିଙ୍ଗ କରାଯିବ । ଅନ୍ୟପଟେ ରୂପକାର ସେବକ ମାନେ ତିନିରଥର ପ୍ରଭାରେ ରାହୁରୂପ ଖୋଦେଇ ଜାରି ରଖିଛନ୍ତି ।

ତଥା ଚିତ୍ରକାର ସେବକ ମାନେ ତିନି ରଥର ବାହ୍ୟ ଅଂଶ ଗୁଡିକରେ ରଙ୍ଗ କାର୍ଯ୍ୟ ସହ ପାର୍ଶ୍ୱ ଦେବ ବେବୀ, ସିଂହାସନ, ହଂସ ପଟା ଇତ୍ୟାଦିରେ ରଙ୍ଗ କାର୍ଯ୍ୟ ଜାରୀରଖିଛନ୍ତି । ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ତିନିରଥର ଧୂଳି ଦଣ୍ଡା, ପ୍ରଭା ବିଡ଼ିଆ କଣ୍ଟା ନିର୍ମାଣ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking