25.1 C
Bhubaneswar
Sunday, September 15, 2024
Homeଦେଶ ବିଦେଶଶଙ୍କରାଚାର୍ଯ୍ୟଙ୍କୁ କଙ୍ଗନାଙ୍କ ଜବାବ; ନେତାମାନେ ରାଜନୀତି ନ କରି କ’ଣ ଗୁପ୍‌ଚୁପ୍ ବିକିବେ

ଶଙ୍କରାଚାର୍ଯ୍ୟଙ୍କୁ କଙ୍ଗନାଙ୍କ ଜବାବ; ନେତାମାନେ ରାଜନୀତି ନ କରି କ’ଣ ଗୁପ୍‌ଚୁପ୍ ବିକିବେ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରାଣାୱତ୍ ପୁଣିଥରେ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଯାଇଛନ୍ତି । କଙ୍ଗନା ଏଥର ଅନ୍ୟ କାହାକୁ ନୁହେଁ ବରଂ ହିନ୍ଦୁ ଧର୍ମର ଶ୍ରେଷ୍ଠ ଧର୍ମଗୁରୁ ଭାବେ ବିବେଚିତ ହୋଇଆସୁଥିବା ଜଣେ ଶଙ୍କରାଚାର୍ଯ୍ୟଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ।, ଯାହାକୁ ନେଇ ଏବେ ମହାରାଷ୍ଟ୍ର ରାଜନୀତିରେ ତର୍କ ବିତର୍କ ଆରମ୍ଭ ହୋଇଯାଇଛି ।
ନିଜ ସୋସିଆଲ ମିଡିଆ ଏକ୍ସ’ରେ ଏକ ପୋଷ୍ଟ କରି କଙ୍ଗନା ଲେଖିଛନ୍ତି, ‘ରାଜନୀତିରେ ମିଳିତ ମଞ୍ଚ, ଚୁକ୍ତିନାମା ଏବଂ ବିଭାଜନ ଏକ ସାଧାରଣ ତଥା ସାମ୍ବିଧାନିକ ବିଷୟ । ଏହାକୁ ନେଇ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ଜୀ ଏତେମାତ୍ରାରେ ଭାବପ୍ରବଣ ହେବାର କୌଣସି ଆବଶ୍ୟକତା ନାହିଁ । ୧୯୦୭ ଏବଂ ୧୯୭୧ ମସିହାରେ କଂଗ୍ରେସ ଦଳ ବିଭାଜିତ ହୋଇଥିଲା । ଏହାକୁ ରୋକାଯାଇପାରିଥିଲା କି? ସୁତରାଂ ଜଣେ ରାଜନେତା ରାଜନୀତି ନ କରି କ’ଣ ଆଉ ଗୁପ୍‌ଚୁପ୍ ବିକ୍ରି କରିବେ?’ ବୋଲି କଙ୍ଗନା ପ୍ରଶ୍ନ କରିଛନ୍ତି ।
ଆଉ ପାଦେ ଆଗେଇ ଯାଇ କଙ୍ଗନା ଲେଖିଛନ୍ତି ଯେ, ଶଙ୍କରାଚାର୍ଯ୍ୟ ଜୀ ତାଙ୍କର ଶବ୍ଦ ଏବଂ ତାଙ୍କର ପ୍ରଭାବ ଏବଂ ଧାର୍ମିକ ଶିକ୍ଷାର ଅପବ୍ୟବହାର କରିଛନ୍ତି । ଧର୍ମ ଏହା ମଧ୍ୟ କହିଛି ଯେ ଯଦି ରାଜା ଲୋକମାନଙ୍କୁ ଶୋଷଣ କରିବା ଆରମ୍ଭ କରନ୍ତି ତେବେ ଦେଶଦ୍ରୋହ ହେଉଛି ଶେଷ ଧର୍ମ ।’ ସୁତରାଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ରାଜଧର୍ମ ପାଳନ କରିଛନ୍ତି । କିନ୍ତୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଶଙ୍କରାଚାର୍ଯ୍ୟ ଜୀ ରାଜଦ୍ରୋହୀ ତଥା ବିଶ୍ୱାସଘାତ ବୋଲି ଅଭିହିତ କରିବାରୁ ଏହା ସମସ୍ତଙ୍କ ଭାବନାକୁ ଆଘାତ ପାଇଛି । ଶଙ୍କରାଚାର୍ଯ୍ୟ ଜୀ ଏପରି ଛୋଟ ଏବଂ ନିମ୍ନଧରଣର କଥା କହି ହିନ୍ଦୁ ଧର୍ମର ସମ୍ମାନକୁ କ୍ଷତି ପହଞ୍ଚାଇଛନ୍ତି । ସୂଚନାଯୋଗ୍ୟ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ଜୀଙ୍କ ମଧ୍ୟରେ ଜାରି ରହିଥିବା ବିବାଦକୁ ନେଇ କଙ୍ଗନା ମୁହଁ ଖୋଲିଛନ୍ତି । ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କୁ ସମର୍ଥନ କରି କଙ୍ଗନା ଉପରୋକ୍ତ ପୋଷ୍ଟ୍ ଲେଖିଛନ୍ତି ଯାହା ଇଣ୍ଟରନେଟରେ ଏକ ଭିନ୍ନ ବିତର୍କ ସୃଷ୍ଟି କରିଛି । ଉତ୍ତରପ୍ରଦେଶର ଶକ୍ତିପୀଠ ଜ୍ୟୋତିର୍ମଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କୁ ଟାର୍ଗେଟ୍ କରି କଙ୍ଗନା ଏପରି ଆଲେଖ୍ୟ ଲେଖିଛନ୍ତି ।
ପ୍ରକାଶ, ଗତ ସୋମବାର ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ଜୀ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ତାଙ୍କ ବାସଭବନ ମାତୋଶ୍ରୀରେ ଭେଟିଥିଲେ । ଏହି ଅବସରରେ ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ପାଇବା ପାଇଁ ଉଦ୍ଧବଙ୍କ ପରିବାର ସେଠାରେ ଉପସ୍ଥିତ ଥିଲେ । ପରେ ଶଙ୍କରାଚାର୍ଯ୍ୟ ଗଣମାଧ୍ୟମରେ ଉଦ୍ଧବ ଠାକରେଙ୍କୁ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କୁ ପରୋକ୍ଷରେ ସମାଲୋଚନା କରିଥିଲେ । ଉଦ୍ଧବଙ୍କ ସହ ଛଳନା, ପ୍ରତାରଣା, ବିଶ୍ୱାସଘାତ ତଥା ଛୁରାଘାତ ହୋଇଥିବା ଶଙ୍କରାଚାର୍ଯ୍ୟ କହିଥିଲେ । ଏପରିକି ସେ ନିଜ ଇଚ୍ଛା ବ୍ୟକ୍ତ କରିବାକୁ ଯାଇ କହିଥିଲେ ଯେ, ସେ ପୁଣିଥରେ ଉଦ୍ଧବଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ଦେଖିବାକୁ ଚାହାନ୍ତି । କେବଳ ସେ ଏକା ନୁହଁନ୍ତି ବରଂ ସମସ୍ତ ମହାରାଷ୍ଟ୍ରବାସୀ ମଧ୍ୟ ଉଦ୍ଧବଙ୍କୁ ଆଉଥରେ ମୁଖ୍ୟମନ୍ତ୍ରୀ ରୂପେ ଦେଖିବାକୁ ଚାହାନ୍ତି ବୋଲି ଶଙ୍କରାଚାର୍ଯ୍ୟ କହିଥିଲେ । ଶଙ୍କରାଚାର୍ଯ୍ୟ କହିଥିଲେ, ସନାତନ ଧର୍ମରେ ବିଶ୍ୱାସଘାତକତା ଏକ ବଡ଼ ପାପ । ଯେପର୍ଯ୍ୟନ୍ତ ଉଦ୍ଧବ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ ନକରିଛନ୍ତି, ସେପର୍ଯ୍ୟନ୍ତ ଆମ ସମସ୍ତଙ୍କ ହୃଦୟରେ ଯନ୍ତ୍ରଣା ଓ ଦୁଃଖ ଦୂର ହୋଇପାରିବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking