30.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶସମଲିଙ୍ଗୀ ବିବାହକୁ ସମର୍ଥନ କଲେ କଙ୍ଗନା

ସମଲିଙ୍ଗୀ ବିବାହକୁ ସମର୍ଥନ କଲେ କଙ୍ଗନା

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ସମର୍ଥନ ଜଣାଇ ଅଭିନେତ୍ରୀ କଙ୍ଗନା ରାଣାୱତ କହିଛନ୍ତି ଯେ ଯେତେବେଳେ ଲୋକଙ୍କ ‘ହୃଦୟ ଏକ ହୋଇଥାଏ’ ସେତେବେଳେ ସେମାନଙ୍କ ପସନ୍ଦ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଜାତୀୟ ପୁରସ୍କାର ବିଜେତା ଅଭିନେତ୍ରୀ କଙ୍ଗନା ରାଣାୱତ ବିବାହକୁ ‘ପ୍ରେମର ବନ୍ଧନ’ ବୋଲି ବର୍ଣ୍ଣନା କରି ସମଲିଙ୍ଗୀ ବିବାହକୁ ସମର୍ଥନ ଜଣାଇଛନ୍ତି । କଙ୍ଗନା କହିଛନ୍ତି, ବିବାହ ହେଉଛି ପ୍ରେମର ବନ୍ଧନ । ଯେତେବେଳେ ଲୋକଙ୍କ ହୃଦୟ ଏକ… ସେମାନଙ୍କ ପସନ୍ଦର ମାନେ କ’ଣ, ଆମେ ଏ ବିଷୟରେ କ’ଣ କହିପାରିବା? ରବିବାର ହରିଦ୍ୱାରରେ ରାଣାୱତ ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି । ୨୦୧୭ରେ ରିଲିଜ୍ ହୋଇଥିବା ତାଙ୍କର ଫିଲ୍ମ ସିମରନର ସହ-ଲେଖକ ଅପୂର୍ବା ଅସରାନୀ ଏଭଳି ଏକ ସମୟରେ ବିବାହ ସମାନତାକୁ ସମର୍ଥନ କରିଥିବାରୁ ଅଭିନେତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଉଦାରବାଦୀ ଗଣମାଧ୍ୟମ ଦ୍ୱାରା ‘ଖାରଜ’ ହୋଇଥିବା ବ୍ୟକ୍ତିଙ୍କର ମତ ଅଧିକାର ନାହିଁ କି? ଯଦିଓ ତାଙ୍କର ବୟାନ ମାନବୀୟ, ସାହସିକ ଏବଂ ସମୟୋପଯୋଗୀ ଅଟେ? କଙ୍ଗନା ରାଣାୱତ ‘ବିବାହ ସମାନତା’ ପାଇଁ ମୁହଁ ଖୋଲିଛନ୍ତି । ଯାହା କରିବାକୁ ଅଧିକାଂଶ ଫିଲ୍ମ ଷ୍ଟାର ଲଜ୍ଜାବୋଧ କରୁଛନ୍ତି । ଖୋଲାଖୋଲି ସମଲିଙ୍ଗୀ ଥିବା ଅସରାନୀ ଟ୍ୱିିଟରରେ ଲେଖିଛନ୍ତି, ଜଣେ ରାଣୀର ଅନ୍ୟ ରାଣୀଙ୍କୁ ଧନ୍ୟବାଦ । ସୂଚନାଯୋଗ୍ୟ, ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଏସକେ କୌଲ, ଜଷ୍ଟିସ ଏସ ରବୀନ୍ଦ୍ର ଭଟ୍ଟ, ଜଷ୍ଟିସ ପିଏସ ନରସିଂହ ଓ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ସମଲିଙ୍ଗୀ ବିବାହ ପାଇଁ ଆଇନଗତ ବୈଧତା ପାଇଁ ହୋଇଥିବା ଆବେଦନର ଏବେ ଶୁଣାଣି କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking