28.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶରାଜନୀତିରେ ପ୍ରବେଶ କରିପାରନ୍ତି କଙ୍ଗନା ରାଣାୱତ

ରାଜନୀତିରେ ପ୍ରବେଶ କରିପାରନ୍ତି କଙ୍ଗନା ରାଣାୱତ

ନୂଆଦିଲ୍ଲୀ: କଙ୍ଗନା ରାଣାୱତ ନିଜର ଅଭିନୟରେ ଯେତିକି ଖ୍ୟାତି ଅର୍ଜନ କରିଛନ୍ତି ତାଙ୍କର ଭଲ କାମ ପାଇଁ ସେତିକି ପ୍ରଶଂସା ସାଉଁଟିଛନ୍ତି । ତେବେ କଙ୍ଗନା ରାଣାୱତ ରାଜନୀତିକୁ ପ୍ରବେଶ ନେଇ ଚର୍ଚ୍ଚା ହେଉଥିଲା ବେଳେ ଏହାରି ଉପରେ କଙ୍ଗନା ନିଜର ପ୍ରତିକ୍ରିୟା ରଖିଛନ୍ତି । ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ କଙ୍ଗନାଙ୍କୁ ଗଣମାଧ୍ୟମ ରାଜନୀତି ବିଷୟରେ କିଛି ପ୍ରଶ୍ନ କରିଥିଲା। ଏହି ପ୍ରଶ୍ନର ଉତ୍ତର କଙ୍ଗନା ହସିହସି ଦେଇ କହିଥିଲେ, ‘ମୁଁ ଆଗାମୀ ଦିନରେ ନିର୍ବାଚନ ଲଢ଼ିବି ନା ନାହିଁ ସେ ବିଷୟରେ ଏବେ ଆପଣମାନଙ୍କୁ କିଛି କହି ପାରିବି ନାହିଁ। ଜଣେ ଆସନ‌ରେ ଥାଇ ଯେତିକି କରି ପାରୁଛି ମୁଁ ତାଠାରୁ ଅଧିକ ଦେଶ ପାଇଁ କରିଛି। ଏହା ମୁଁ କହୁ ନାହିଁ ଆପଣମାନେ ଲୋକଙ୍କୁ ପଚାରି ପାରିବେ। ଦେଶ ପାଇଁ ମୁଁ ଯାହା କରିବା ପାଇଁ ଚାହିଁବି କରି ପାରିବି । ଏଥିପାଇଁ ମୋତେ କେହି ଅଟକାଇ ପାରିବେ ନାହିଁ। ଯଦି ମୁଁ ରାଜନୀତିରେ ଆସିବାକୁ ଚାହିଁବି ବୋଲି ଭାବୁଛି ମୋତେ ଲାଗୁଛି ଏହା ସଠିକ ସମୟ ହେବ। ପ୍ରତ୍ୟେକ ସମୟରେ ଦେଶର ଲୋକମାନେ ମୋତେ ସ୍ବାଧୀନଭାବେ ଉଡ଼ିବା ପାଇଁ ପର ଦେଇଛନ୍ତି, ଭଲ ପାଇଛନ୍ତି। ଯେଉଁଆଡେ ବି ଯାଇଛି ସ୍ନେହ ଓ ସମ୍ମାନ କରିଛନ୍ତି।’କଙ୍ଗନାଙ୍କ ଅଭିନୟ ଦୁନିଆ କଥା କହିବାକୁ ସେ ଖୁବଶୀଘ୍ର ସିନେମା ‘ଏମାରଜେନ୍ସି’ରେ ନଜର ଆସିବେ। ଏହି ସିନେମାକୁ କଙ୍ଗନା ନିର୍ମାଣ କରିଥିବା ସହିତ ପ୍ରଯୋଜନା ମଧ୍ୟ କରିଥିବା କୁହାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking