18.1 C
Bhubaneswar
Saturday, November 23, 2024
Homeଓଡିଶାଭେଣ୍ଟିଲେଟରରେ ଥିବା ପଜିଟିଭ ମହିଳାଙ୍କ ସୁରକ୍ଷିତ ପ୍ରସବ

ଭେଣ୍ଟିଲେଟରରେ ଥିବା ପଜିଟିଭ ମହିଳାଙ୍କ ସୁରକ୍ଷିତ ପ୍ରସବ

ଫୁଲାବଣୀ : କନ୍ଧମାଳ ଜିଲ୍ଲାର ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀମାନେ ଆଉ ଏକ ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରିଦେଖାଇଛନ୍ତି । ଫୁଲବାଣୀ କୋଭିଡ ହସ୍ପିଟାଲରେ ଭେଣ୍ଟିଲେଟରରେ ଥିବା ଜଣେ ଗୁରୁତର ଗର୍ଭବତୀ ମହିଳାଙ୍କ ସୁରକ୍ଷିତ ପ୍ରସବ କରାଇବାରେ ସଫଳ ହୋଇଛନ୍ତି । ସୂଚନା ଅନୁଯାୟୀ, ସଦର ବ୍ଲକ କଟ୍ରିଙ୍ଗିଆ ପଞ୍ଚାୟତ କିଲୁପାଙ୍ଗାର ଜଣେ ଗର୍ଭବତୀ ମହିଳା କୋଭିଡରେ ଆକ୍ରାନ୍ତ ହୋଇ ଫୁଲବାଣୀ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ତେବେ ଏହି ମହିଳାଙ୍କ ମଙ୍ଗଳବାର ରାତିରେ ଗର୍ଭ ବେଦନା ହୋଇଥିଲା । ଏପରିକି ସେହି ସମୟରେ ତାଙ୍କ ଅକ୍ସିଜେନ ସ୍ତର ୫୫ ଥିବା କୁହାଯାଇଛି ।

ଏଭଳି ସ୍ଥିତିରେ ତାଙ୍କ ପ୍ରସବ କରାଇବା ଦାୟିତ୍ୱ ନେଇଥିଲେ ଜିଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ସତ୍ୟନାରାୟଣ ସାମଲ ଓ ଷ୍ଟାଫ ନର୍ସ ବିଜେତା ଦିଗାଲ । କିମ୍ସ ଦ୍ୱାରା ପରିଚାଳିତ କୋଭିଡ ହସ୍ପିଟାଲର ଅନ୍ୟ ନର୍ସ ଓ କର୍ମଚାରୀଙ୍କ ସହଯୋଗ ନେଇ ସଫଳତାର ସହ ଏହି ଜଟିଳ କାର୍ଯ୍ୟ ସଂପାଦନ କରିଥିଲେ  ସେମାନେ । ମହିଳାଜଣକ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ସନ୍ତାନଟି ସୁସ୍ଥ ଥିବା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ୱତନ୍ତ୍ର ନବଜାତ ଶିଶୁ ଯତ୍ନ କେନ୍ଦ୍ରରେ ଥିବା ଜଣାପଡିଛି । ସୂଚନାଯୋଗ୍ୟ, ଚଳିତ କରୋନା ଦ୍ୱିତୀୟ ଲହର ଭିତରେ ଡାକ୍ତର ସାମଲ ୨୦ରୁ ଅଧିକ କୋଭିଡ ପଜିଟିଭ ମହିଳାଙ୍କ ସୁରକ୍ଷିତ ପ୍ରସବ କରାଇସାରିଲେଣି । ତାଙ୍କର ଏହି ଦୃଷ୍ଟାନ୍ତମୂଳକ ସେବା ମନୋଭାବ ଯୋଗୁଁ ଜିଲ୍ଲାର ବିଭିନ୍ନ ମହଲରୁ ସାଧୁବାଦ ଜ୍ଞାପନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking