30.1 C
Bhubaneswar
Wednesday, April 24, 2024
Homeଓଡିଶାପ୍ରେମ ସଂପର୍କକୁ ନେଇ ଛୁରାମାଡ଼, ଜଣେ ମୃତ

ପ୍ରେମ ସଂପର୍କକୁ ନେଇ ଛୁରାମାଡ଼, ଜଣେ ମୃତ

ଗଞ୍ଜାମ: ବଡ଼ବଜାର ଥାନା ଅନ୍ତର୍ଗତ ଉତ୍ତରାମୁଖୀ ସାହିରେ ଛୁରା ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଛନ୍ତି । ମୃତକ ଜଣକ ହେଉଛନ୍ତି ଚନ୍ଦନ ପ୍ରଧାନ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଛି । ଛୁରାମାଡ କରିଥିôବା ଯୁବକକୁ ପୁଲିସ ଗରିଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଉତ୍ତରାମୁଖୀ ସାହିର ଶିବରାମ ସେଠୀ ଓରଫ ଟିଣା(୨୧) । ସୂଚନା ଅନୁଯାୟୀ, ହରିଡାଖଣ୍ଡି ଅଞ୍ଚଳର ଉତ୍ତରାମୁଖୀର ସାହିର ଚନ୍ଦନ ପ୍ରଧାନଙ୍କ ଭଉଣୀଙ୍କୁ ସେହି ସାହିର ଯୁବକ ଶିବରାମ ସେଠୀ ଓରଫ ଟିଣା ପ୍ରେମ କରୁଥିଲେ । ଯାହାଫଳରେ ଅନେକ ସମୟରେ ଚନ୍ଦନ ଓ ଟିନାଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା । ମୃତ ଚନ୍ଦନ ପେଣ୍ଟର ଭାବେ କାର୍ଯ୍ୟ କରୁଥିଲେ । କିଛି ଦିନ ପୂର୍ବରୁ ହିଁ ସେ ଦୁହିଁଙ୍କ ପ୍ରେମ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡିଥିଲା ବୋଲି ପୁଲିସ କହିଥିଲା ।  ତଥାପି ଚନ୍ଦନ ବାରବମ୍ବାର ଟିଣାଙ୍କୁ ତାଗଦ କରିଥିଲେ ଯେ, ତାର ଭଉଣୀ ଠାରୁ ଦୂରେଇ ରହିବା ନିମନ୍ତେ ।

ଗତକାଲି ରାତି ୧୦ଟା ୩୦ରେ ଚନ୍ଦନ ଓ ତା’ର ୨ ସାଙ୍ଗ ଉତ୍ତରାମୁଖୀ ତୋଫାନ ବେହେରା(୨୦) ଓ ହର୍ଷବିହାରର ମୁନା ମହାନ୍ତି(୨୧) ତିନି ଜଣ ମିଶି ଟିଣାର ଘର ନିକଟକୁ ଯାଇଥିଲା । ପୂର୍ବ ଘଟଣାକୁ ନେଇ ଏହି ୩ ଜଣଙ୍କ ସହ ଟିଣାଙ୍କ ପାଟିତୁଣ୍ଡ ହୋଇଥିଲା । ଚନ୍ଦନ ଓ ତାଙ୍କ ସାଙ୍ଗ ଟିଣାଙ୍କୁ ଆକ୍ରମଣ ଉଦ୍ୟମ କରିବା ବେଳେ ଟିଣା ନିଜ ହାତରେ ଧରିଥିବା ଛୁରିରେ ସେମାନଙ୍କୁ ଆକ୍ରମଣ କରିଥିଲା । ଆହତ ୩ ଜଣଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଚନ୍ଦନଙ୍କୁ ମୃତ ଘୋଷଣା କରିଥିଲେ ।

ମୃତଦେହ ବ୍ୟବଛେଦ ପାଇଁ ଏମକେସିଜିକୁ ପଠାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଛୁରି ମାଡରେ ଆହତ ହୋଇଥିବା ତୋଫାନଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ମୁନାଙ୍କ ମଧ୍ୟ ଚିକିତ୍ସା ଜାରି ରହିଛି । ଘଟଣାସ୍ଥଳରେ ବୁଧବାର ସକାଳୁ ଟାଉନ ଏସ୍‌ଡିପିଓ ବିଷ୍ଣୁପ୍ରସାଦ ପତି, ବଡବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି, ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜୋରଦାର କରିଛନ୍ତି । ମୃତ ଚନ୍ଦନର ଭଉଣୀର ଅଭିଯୋଗକୁ ଆଧାର କରି ପୁଲିସ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଟିନାକୁ ପୁଲିସ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ରକ୍ତଭିଜା ଛୁରିକୁ ପୁଲିସ ଜବତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking