29.1 C
Bhubaneswar
Tuesday, July 2, 2024
Homeଓଡିଶାଆଇସିୟୁରେ ପଦ୍ମଶ୍ରୀ କମଳା ପୂଜାରୀ, କମଳା ପୂଜାରୀଙ୍କୁ ଭେଟିଲା କଟକ ବିଜେପି

ଆଇସିୟୁରେ ପଦ୍ମଶ୍ରୀ କମଳା ପୂଜାରୀ, କମଳା ପୂଜାରୀଙ୍କୁ ଭେଟିଲା କଟକ ବିଜେପି

କଟକ : କଟକ ଏସସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି ପଦ୍ମଶ୍ରୀ ସମ୍ମାନପ୍ରାପ୍ତ କମଳା ପୂଜାରୀ। ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ପ୍ରଥମେ କାଜୁଆଲିଟି ଓ ପରେ ସ୍ବତନ୍ତ୍ର ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଚିକିତ୍ସା ପାଇଁ ଏସସିବି ମେଡିକାଲରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ଗଠନ କରାଯାଇଛି। ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ ହୋଇ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ ରେ ଚିକିତ୍ସିତ ହେଉଥିବାରୁ, ମା’ଙ୍କୁ ଭେଟିବା ପାଇଁ କଟକନଗର ଭାଜପାର ଏକ ଟିମ ଆଜି ମେଡ଼ିକାଲ ଯାଇଥିଲେ। ଭାଜପା କଟକନଗର ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ରାଜ୍ୟ ସଂଖ୍ୟା ଲଘୁମୋର୍ଚା ସଭାପତି ସିକନ୍ଦର ଅଲ୍ଲି,ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ୱରଂଜନ ମିଶ୍ର, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରବୀଣା ମହାପାତ୍ର ପ୍ରମୁଖ କାର‌୍ୟ୍ୟକର୍ତା ଶ୍ରୀମତୀ ପୂଜାରୀଙ୍କ ସ୍ୱାସ୍ଥ୍ୟଵସ୍ଥା ସମ୍ପର୍କରେ ବିଭାଗୀୟ ଡାକ୍ତରଙ୍କ ସହିତ ଆଲୋଚନା କରିଥିଲେ ଏବଂ ସଦା ହସମୁଖ ମାଆଙ୍କ ଆଶୁ ଆରୋଗ୍ୟ କାମନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଦିଛା ପ୍ରଦାନ ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking