28.1 C
Bhubaneswar
Thursday, May 2, 2024
Homeଓଡିଶାକଳାହାଣ୍ଡି-ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ନୁଆଁଖାଇ ପାଳନ

କଳାହାଣ୍ଡି-ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ନୁଆଁଖାଇ ପାଳନ

କଳାହାଣ୍ଡି : କଳାହାଣ୍ଡି-ଜିଲ୍ଲା ରେ ଦ୍ୱିତୀୟ ପର୍ଯ୍ୟାୟ ନୁଆଁଖାଇ ପାଳନ । ତୃତୀୟ ପର୍ଯ୍ୟାୟ ରେ ଆସନ୍ତା ୨୮ ତାରିଖ ମାଁ ମାଣିକେଶ୍ୱରୀ ମନ୍ଦିର ରେ ଲାଗି ହେବ ନବାନ୍ନ ଭୋଗ । ପଶ୍ଚିମ ଓଡିଶାର,ସଂସ୍ମୃତି ଓ ପରଂମ୍ପରା ର ବାର୍ତାବହ କୃଷି ଭତିକ ଗଣପର୍ବ ନୁଆଁଖାଇ କରୋନା କଟକଣା ମଧ୍ୟ ରେ ପାଳିତ । କଳାହାଣ୍ଡି ଜିଲ୍ଲା ରେ ନୁଆଁଖାଇ ତିନି ଗୋଟି ପର୍ଯ୍ୟାୟ ରେ ପାଳନ ହୋଇଥାଏ । ସପ୍ତପୁରୀ ଅମାବାସ୍ୟା ରେ ପ୍ରଥମ ପର୍ଯ୍ୟାୟ ରେ ବାହାଦୁରପଦର ଓ ପଥର୍ଲା , ଆଜି ସମଗ୍ର ପଶ୍ଚିମ ଓଡିଶା ସହ ଜିଲ୍ଲା ର ଦ୍ୱିତୀୟ ପର୍ଯ୍ୟାୟ ନୁଆଁଖାଇ ପାଳନ ହୋଇଛି ।
ଆଜି ପଚଂମୀ ତିଥି ରେ କଳାହାଣ୍ଡି ଜିଲ୍ଲା ରେ ଦ୍ୱିତୀୟ ପର୍ଯ୍ୟାୟ ନୁଆଁଖାଇ ପାଳନ ହେଉଛି । ଜିଲ୍ଲାର କେସିଙ୍ଗା , ଧର୍ମଗଡ, ଜୁନାଗଡ, ଜୟପାଟଣା, କର୍ଲାମୁଣ୍ଡା,କଲମପୁର,ଗୋଲାମୁଣ୍ଡା, ପ୍ରମୁଖ ଆଚଂଳ ରେ ଦ୍ୱିତୀୟ ପର୍ଯ୍ୟାୟ ନୁଆଁଖାଇ ପାଳନ ହୋଇଛି । ହେଲେ କରୋନା କଟକଣା ନୁଆଁଖାଇ କୁ ଫିକା କରିଦେଇଛି । ଗାଁ ଦାଣ୍ଡ ଖାଁ ଖାଁ ଲାଗୁଛି । ନୁଆଁଖାଇ ରେ ବର୍ଷ କୁ ଥରେ ପରିବାର ସଦସ୍ୟ ଏକତ୍ରିତ ହୋଇଥାନ୍ତି । ହେଲେ ଚଳିତ ବର୍ଷ କରୋନା ପାଇଁ ଅନେକ ଭିଟା ମାଟି କୁ ଫେରି ପାଇ ନାହାନ୍ତି । ଏଣୁ ପରଂମ୍ପରା କୁ ପାଳନ ପାଇଁ କେବଳ ନୁଆଁଖାଇ ପର୍ବ ପାଳନ କରାଯାଉଛି ।
ବର୍ଷ ର ପ୍ରଥମ ଅମଳ ଧାନ କୁ ଗ୍ରହଣ ପୁର୍ବରୁ ଇଷ୍ଟ ଦେବୀ କୁ ଅର୍ପଣ ପରେ ପରିବାର ସମସ୍ତେ ଏକାଠି ଗ୍ରହଣ ହିଁ ହେଉଛି ନୁଆଁଖାଇ ର ବିଶେଷତ୍ୱ । ଏହି ଦିନ ସମସ୍ତ ମନୋମାଲନ୍ୟ କୁ ପାଶୋରୀ ପରିବାର ଏକତ୍ରିତ ହୋଇଥାନ୍ତି । ଏଣୁ ଏହାକୁ ଭାଇଚାରା ର ପର୍ବ କୁହାଯାଏ । ସକାଳୁ ଗାଁ ଗାଁ ରେ ଇଷ୍ଟ ଦେବୀ ନିକଟ ରେ ନବାନ୍ନ ଲାଗି କରି ଘରେ ଘରେ ନୁଆଁ ଧାନ ରେ ପ୍ରସ୍ତୁତ ଚୁଡା ଗ୍ରହଣ କରାଯାଇଥିଲା । ଏବଂ ପରେ ନୁଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ହୋଇଥାଏ । ଘର ବୟୋଜେଷ୍ଟ କୁ ସାନ ମାନେ ସମ୍ମାନ ଦେଉଥିବା ବେଳେ ବଡ ମାନେ ଛୋଟ ମାନଙ୍କୁ ସ୍ନେହ କରନ୍ତି । ଏହି ଭେଟଘାଟ କେବଳ ପରିବାର ମଧ୍ୟ ରେ ସମୀତ ନ ଥାଏ ବରଂ ଗାଁ ର ସମସ୍ତ ପରିବାର ସମସ୍ତ ପରିବାର ସହ ନୁଆଁଖାଇ ରେ ଭେଟ ହୋଇଥାନ୍ତି । ଯାହା ପଶ୍ଚିମ ଓଡିଶା ରେ ପାରିବାରିକ ସଂପର୍କ କୁ ସୁଦୃଢ ରଖିବାରେ ବଡ ଭୁମିକା ନେଇ ଆସିଛି । ହେଲେ କରୋନା କଟକଣା ପାଇଁ ଏହି କାର୍ଯ୍ୟକ୍ରମ ଚଳିତ ବର୍ଷ ବନ୍ଦ ରହିଛି ।ଆଜି ନୁଆଁଖାଇ ହେଲେ ଚଳିତବର୍ଷ କରୋନା କଟକଣା ପାଇଁ
ସହର ଠାରୁ ଗାଁ ଉସ୍‌ôବ ମୁଖର ନୁହେଁ । ଚଳିତ ନୁଆଁଖାଇ ଫିକା ଫିକା ଲାଗୁଛି । ଜିଲ୍ଲା ର ତୃତୀୟ ପର୍ଯ୍ୟାୟ ନୁଆଁଖାଇ ଆସନ୍ତା ୨୮ ତାରିଖ ମାଁ ମାଣିକେଶ୍ୱରୀ ଙ୍କ ପୀଠ ରେ ଲାଗୀ ହେବ ଏବଂ ପୁରାତନ ଗଡଜାତ ର ଜମିଦାରୀ ଅଚଂଳ ଭବାନୀପାଟଣା,ଥୁଆମୁଳରାମପୁର,ମଦନପୁର ରାମପୁର ,ଜୟପାଟଣା,ଲାଞିଗଡ ଅଚଂଳ ରେ ପାଳିତ ହେବ ନୁଆଁଖାଇ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking